ମା
ଶରତ ଚନ୍ଦ୍ର ପଣ୍ଡା
ମା, ଏପରି ଶବଦ
ସର୍ବ ଅଳୀ ସେ ସହିବ
ନିଜ ସୃଷ୍ଟି ପାଇଁ ଯମ ଙ୍କ ସହିତ
ଯୁଦ୍ଧ ସିଏ କରିଦେବ ll
ମା, ପଣତର ସ୍ନେହ
ମା, ମମତାର ମୋହ
ସନ୍ତାନ ପାଇଁକି ମା,କୋଳ ଅଟେ
ବୈକୁଣ୍ଠ ମନ୍ଦିର ପ୍ରାୟ ll
ମାଆ ଟି ମଧୁର ଶବ୍ଦ
ଅନ୍ତର ଶାନ୍ତ ନରବ
ମା ଡାକିଦେଲେ ପଛରୁ ପିଲାର
ସର୍ବ କୁଶଳ ହୋଇବ
ମା ମନ ସଫା ସ୍ଵଛ
ଆଉ ସବୁ ଏଠି ମିଛ
ଖାଇନାହିଁ ବୋଲି ମା ଭାବୁଥିବ
(ମା ) ଶାଗ ବlଢ଼ିଦେଲେ ମାଛ ll
ତା’ପ୍ରେମ ଅମୁଲ ମୂଳ
ଅମୃତ ନୁହେଁ ତା ତୁଲ
ମଥାରେ ତାହାର ହାତ ରହିଥିଲେ
ଯମ ନ ହୋଇବ ଗେଲ ll
ମାଆ ଯେ କୁହୁକ ଶବ୍ଦ
ଆଉଁସି ଅlଣଇ ନିଦ
ଛୁଆର ନିଦରେ ମା ନିଦ କଟେ
କେ ପାଇବ ମାଆ ଭେଦ ll
ନାହିଁ ମାଆ ନାହିଁ ସାହା
କିଏ ବା କହିବ ଆହା
ହଜାର ସମ୍ପର୍କେ ଛନ୍ଦା ଆମେ ସିନା
ମା ଏକା ଦିଏ ରାହା ll
ଖୁଦ ମୁଠାରେ ପୋଷଇ
ସନ୍ତାନ ସୁଖ ବାଞ୍ଛଇ
ଦୁଆର ବନ୍ଧରେ ବାଟ ଚାହିଁଥିବ
ମୋ ଧନ ଘରେ ଫେରି ନାହିଁ ll
ମା ପାଖେ ପୁଅ ଇନ୍ଦ୍ର
ଅଭାବୀ ଘରର ଚନ୍ଦ୍ର
ତାପାଇଁ ତାପୁଅ ଜଗତ ଜିତା ଲୋ
ନ ଦେଖଇ ପୁତ୍ର ଛିଦ୍ର ll
ଦେହ ଅସୁଖ ଛୁଆର
ପାଇଯାଏ ନିଶି ଘୋର
ରାତିଦିନ ଏକାକାର କରିଦିଏ
କୋଟି ମାନସିକ ତାର ll
ଅଛି ଗୋଟେ ପୁଅ କିଏ……!
ମା’ଋଣ ଶୁଝିଦେବ ସିଏ
ହରି, ହର,ବ୍ରହ୍ମା ତା ତଳେ ରହିବେ
ଶ୍ରେଷ୍ଠେ ଗଣା ହେବ ହାଏ ll