ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବୈତରଣୀ ନଦୀରେ ଭାସିଯାଇ ଯୁବକର ମୃତ୍ୟୁ ,ଗାଁରେ ପହଂଚିଲା ଶବ, ଏବେ ବେସାହାରା ସ୍ତ୍ରୀ ,୩ ଛୁଆ ଓ ରୋଗଣୀ ମା

ଚିଲିଗୁଡା ( ମ ନି ସ ) କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ ଚିଲିଗୁଡା ଗ୍ରାମର ସୋମନାଥ ପଟେଲ ୩୯ ନିଜ ପରିବାର ପ୍ରତି ପୋଷଣ ପାଇଁ ଯାଜପୁର ଠାରେ ଏକ ଘରୋଇ ଗୁରୁ ମହାରାଜ କମ୍ପାନୀ ଠାରେ ଶ୍ରମିକ ଭାବରେ ଦୀର୍ଘ ୨ ବର୍ଷ ହେଲା କାମ କରି ଆସୁଥିଲେ ।କିନ୍ତୁ ନିଜ ଗାଁ କୁ କାମ ପଡିଲେ ଯିବା ଆସିବା ମଧ୍ୟ କରୁଥିଲେ । ବୈତରଣୀ ନଦୀ ବ୍ୟ।ରେଜ କାମରେ ଶ୍ରମିକ ଭାବରେ ପ୍ରତିଦିନ ଭଳି ଗତ ଶୁକ୍ରବାର ଦିନ ମଧ୍ୟ ସୋମନାଥ ପଟେଲ କାମ କରୁଥିଲେ।ହେଲେ କାମ ସାରି ଗାଧୋଇବାକୁ ସେହି ବୈତରଣୀ ନଦୀର ନିର୍ମାଣଧିନ ବ୍ୟ।ରେଜ ପାଖକୁ ଯାଇ ଗାଧୋଇବା ସମୟରେ ହଠାତ ପାଣି ମାଡ଼ି ଆସି ଥିଲା ଫଳରେ ପାଣିର ପ୍ରଖର ସ୍ରୋତରେ ସୋମନାଥ ପଟେଲ ଭାସିଯାଇ ଥିଲେ ଏବଂ ମୃତ୍ୟୁ ବରଣ କରିଥିଲେ ।ଯାଜପୁର ଠାରେ ଶବ ବ୍ୟବଚ୍ଛେଦ ପରେ ନିଜ ଜନ୍ମ ମାଟି ଗାଁ ଚିଲିଗୁଡାକୁ ଶବ ପହଞ୍ଚି ଥିଲା ।ଶବ ପହଂଚିଲା ପରେ ଗାଁ ରେ ଓ ପରିବାର ବର୍ଗ ମଧ୍ୟରେ ଗଭୀର ଶୋକର ବାତ।ବରଣ ଦେଖିବାକୁ ମିଳିଥିଲା ।ଆଜି ସକାଳେ ନିକଟସ୍ଥ ହାତୀ ନଦୀ ଠାରେ ଶବ ସତ୍କାର କରାଯାଇଥିଲା ।ସୋମନାଥ ପଟେଲ ପରିବାର ର ଏକ ମାତ୍ର ରୋଜଗାରକ୍ଷମ ବ୍ୟକ୍ତି ଥିଲେ ।ସେ ବାପାଙ୍କ ମୃତ୍ୟୁ ପରେ ପରିବାରର ସମସ୍ତ ଦାୟିତ୍ୱ ନିଜ ହାତକୁ ନେଇଥିଲେ । ପରିବାର କହିଲେ ରୋଗଣୀ ମା ,ସ୍ତ୍ରୀ ,ଦୁଇ ଝିଅ ଏବଂ ଗୋଟିଏ ପୁଅ ରହିଛନ୍ତି ।ଜମି ବାଡ଼ି ବୋଲି କିଛି ନାହିଁ ।କାମ କଲେ ପରିବାର ପ୍ରତିପୋଷଣ ହୋଇ ଥାଏ ।ଏବେ ଘରେ କିଏ ମଧ୍ୟ ରୋଜଗାର ଜରିବାର ବ୍ୟକ୍ତି ନ ଥିବା ବେଳେ ପରିବାର କେମିତି ଚଳିବ ସେହି ଚିନ୍ତାରେ ସ୍ତ୍ରୀ ଏବଂ ରୋଗଣୀ ମା । ଅନେକ ବର୍ଷ ହେଲା ମା ଶଯ୍ୟା ଶାୟୀ ଅବସ୍ଥାରେ ପଡିରହିଛନ୍ତି ।ଏପଟେ ପୁଅର ମୃତ୍ୟୁ ରେ ରୋଗଣୀ ମା ସମ୍ପୂର୍ଣ୍ଣ ଭାଙ୍ଗି ପଡିଛନ୍ତି ।ପରିବାରଙ୍କ କହିବାନୁଯାୟୀ ଆଠ ଦିନ ତଳେ ଗାଁ କୁ ଆସିଥିଲେ ଏବଂ ଶୁକ୍ରବାର ଦିନ ସକାଳେ ଫୋନ ପେ ଯୋଗେ ଟଙ୍କା ମଧ୍ୟ ପଠାଇ ଥିବା ପରିବାର ସୂତ୍ରରୁ ପ୍ରକାଶ ।ଯାଜପୁର ଦଶାଶ୍ୱ ମେଧ ଘାଟରେ ଏହି ଦୁଃଖଦ ଘଟଣା ଘଟିଥିଲା । ଏହି ପରିବାର ପ୍ରତି ଜିଲ୍ଲା ପ୍ରଶାସନ ପକ୍ଷରୁ କିଛି ଆର୍ଥିକ ସହଯୋଗ କରିବାକୁ ଚିଲିଗୁଡା ଗ୍ରାମବାସୀମାନେ ଦାବି କରିଛନ୍ତି।

ଚିଲିଗୁଡା ରୁ ସୁନ୍ଦର ମୋହନ ଛତ୍ରିଆ ଙ୍କ ରିପୋର୍ଟ ।

Related posts

ସଫଳା ଦାସ ଙ୍କ କବିତା ହେ ସୂର୍ଯ୍ୟ

Sunil Chandra Nayak

ଶ୍ରେଣୀ ଗୃହ ଅଭାବ,ବାରଣ୍ଡାରେ ଚାଲିଛି ଶିକ୍ଷାଦାନ

Sunil Chandra Nayak

ଓଡ଼ିଶା ସଙ୍ଗୀତ ନାଟକ ଏକାଡେ଼ମୀର ଦୀକ୍ଷାନ୍ତ କାର୍ଯ୍ୟକ୍ରମ

Sunil Chandra Nayak

Leave a Comment

error: Content is protected !!