ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିଧାୟକ ଙ୍କ ଅନୁଦାନ 2ଲକ୍ଷ୍ ଟଙ୍କା ଖାଇଗଲେ 

ତେନ୍ତୁଳିଖୁଣ୍ଟି:- 24/07/22 ବିକାଶ ,ନାଁ ରେ ହରିଲୁଟ ଚାଲିଛି। ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ରେ ଚାଲିଥିବା ଆଦିବାସୀ ଉନ୍ନୟନ ବିଭାଗ ଦ୍ୱାରା ବିଧାୟକ ପାଣ୍ଟି ହେଉ ବା ସାଂସଦ ପାଣ୍ଠିରୁ ଆସୁଥିବା ଲକ୍ଷ ଲକ୍ଷ ଟଙ୍କା ର ପ୍ରକଳ୍ପ ରୂପାୟନ କରାଯାଉଛି। ଠିକ ଜାଗାରେ ବିନିଯୋଗ କରି ସାଧାରଣ ଲୋକ ଙ୍କ ଅଭିଯୋଗ ଓ ନିଜେ ନିଜର ନିର୍ବାଚନ ମଣ୍ଡଳୀ ର ଉନ୍ନତି କରଣ ନିମନ୍ତେ ବିଧାୟକ ନିଜ ନିର୍ବାଚନ ମଣ୍ଡଳୀ ପ୍ରତେକ ଗାଁ ରେ ଥିବା ଧର୍ମ ଅନୁଷ୍ଠାନ ଗୁଡିକ ଉନ୍ନତି କରଣନିମନ୍ତେ 1ଲକ୍ଷ ଟଙ୍କା2ଲକ୍ଷ ଟଙ୍କା ନିଜସ୍ବ ପାଣ୍ଟିରୁ ଅର୍ଥ ଦେଉଛନ୍ତି। ତେନ୍ତୁଳିଖୁଣ୍ଟି ବ୍ଲକ ମଞ୍ଚା ଗାଁ ପଂଚାୟତ କପୁର ଶିବମନ୍ଦିର ମରାମତି ନିମନ୍ତେ ଆସିଥିବା ଦୁଇ ଲକ୍ଷ ଟଙ୍କା ମନ୍ଦିର ରେ ଗୋଟିଏ ଟଙ୍କା ମଧ୍ୟ ଖର୍ଚ୍ଚ କରା ନ ଯାଇ ବିଭାଗୀୟ ଯନ୍ତ୍ରୀ ଓ ଠିକାଦାର ବିଲ ଉଠାଇ ଦେଇଥିବା ଗୁରୁତର ଅଭିଯୋଗ ମନ୍ଦିର ପୂଜକ ବିଭୁ ପଦା ରବିନ୍ଦ ରଥ କରିଛନ୍ତି। ମନ୍ଦିର ପୁନଃ ନିର୍ମାଣ ଆରମ୍ଭ ରୁ ଆଜିଯାଏ ସେ ଖର୍ଚ୍ଚ ହୋଇଥିବା ଟଙ୍କା ଟଙ୍କା ର ଆଦାୟ ଉତ୍ସ ଓ ଖର୍ଚ୍ଚ ର ବିବରଣୀ ମୋ ପାଖରେ ଅଛି ବୋଲି ଦାବୀ କରନ୍ତି। ମୁଁ ଭକ୍ତ ଙ୍କ ଠାରୁ ଅର୍ଥ ମାଗି ବିକାଶ କାର୍ଯ୍ୟ କରୁଛି ,ଏ ବେ ମଧ୍ୟ ମନ୍ଦିର ର ଗେଟ ଆଦି ଲଗାଇ ଅର୍ଥ ଦେବାକୁ ବାକି ଅଛି। ଏପରି ସ୍ଥଳେ ତାଙ୍କ ଅଗଚୋର ରେ ବିଧାୟକ ପାଣ୍ଠି ଅର୍ଥ ବିଲ ହୋଇ ଯିବ କୁ ସେ ଆପତ୍ତି କରିଛନ୍ତି।। ବିଧାୟକ ସଦାଶିବ ପ୍ରଧାନୀ ମନ୍ଦିର କୁ ଆସି ପାଣ୍ଠି ଦେବା ପ୍ରତିଶୃତି ଦେଇଥିଲେ। ଅଥଚ ଟଙ୍କା ଆସି ବିଲ ଉଠିଲାଣି ମୋ ପାଖରେ ଖବର ନାହିଁ।ମନ୍ଦିର କାର୍ଯ୍ୟ ରେ ଖର୍ଚ୍ଚ ନ କରି 2ଲକ୍ଷ ଟଙ୍କା ବିଭାଗ ଯନ୍ତ୍ରି ଓ ଠିକାଦାର ଚଳୁ କରି ଆତ୍ମସାତ କରିଦେଇଛନ୍ତି।ସୂଚନା ଫଳକ କାର୍ଯ୍ୟ ଆରମ୍ଭରୁ କାର୍ଯ୍ୟ ସମ୍ମୁଖରେ ସାଧାରଣ ଅବଗତ ନିମନ୍ତେ ଦର୍ଶାଇବା ସରକାର ନିୟମ ଓ ସୂଚନା ଫଳକ ବାବଦରେ ସରକାର ଏଷ୍ଟିମେଟ ବ୍ୟବସ୍ଥା ଥିବାବେଳେ ସମସ୍ତ ଙ୍କ ଅଗୋଚରରେ ମନ୍ଦିର ପଛପଟ ରେ ଫଳକ ଲେଖାଯାଇଛି।କାର୍ଯ୍ୟ ଆରମ୍ଭ ୭/୧/୨୦୨୨ଥିବା ବେଳେ କାର୍ଯ୍ୟ ଶେଷ ତାରିଖ ଫଳକ ରେ ଦର୍ଶ ।ଯାଇନାହିଁ।ବୋଲି ମନ୍ଦିର ର ପୂଜକ ସମେତ ସନାଇ ସାନ୍ତା,ବିଭୁପଦାରବିନ୍ଦ ରଥ ସ୍ଲୋଖିମି ଚନ୍ଦ୍ର ଗୌଡ଼,ଅଭି ଗୌଡ଼,ପ୍ରଭୁତି ସ୍ୱାଇଁ,ରଘୁ ପାଙ୍ଗି,ବିଭୁତି ସ୍ୱାଇଁ,ହଳଧର ନାୟକ,ପ୍ରତାପ ନାୟକ, ପ୍ରମୂଖ ଅଭିଯୋଗ କରିଛନ୍ତି। ବିଭାଗୀୟ କନିଷ୍ଠ ଯନ୍ତ୍ରୀ ସରୋଜ ପଟ୍ଟନାୟକ ଙ୍କୁ ପଚାରିବାରୁ କହିଲେ ମନ୍ଦିର କାମ ଚାଲିଛି ସେମାନେ ବୁଝୁଥିଲେ ବୋଲି କହିବାରୁ ମୁଁ ବିଲ କରିଛି ବୋଲି କହିଛନ୍ତି। ତଦନ୍ତ କଲେ ସତ୍ୟାସତ୍ୟ ଉନ୍ମୋଚନ ହେବ। କେବଳ ଦାନ ଅର୍ଥରେ ପୂଜକ ଙ୍କ ତତ୍ୱବାଧାନରେ ନିର୍ମାଣ ଚାଲିଥିବା ବେଳେ ପୂଜକ ଙ୍କୁ ନ ଜଣାଇ କିଭଳି ଓ କାହିଁକି କରାଗଲା ତଦନ୍ତ ସାପେକ୍ଷ।

ଗୋବର୍ଦ୍ଧନ ସାହୁ ତେନ୍ତୁଳିଖୁଣ୍ଟି

Related posts

ବେଆଇନ ଧାନ ଚାଳାଣ, ୨ ଟ୍ରକ ଜବତ

ତୁମୁରା ଠାରେ ବାଇକ ଧକ୍କା ରେ ଗାଈ ମୃତ, ବାଇକ ଚାଳକ ଗୁରୁତର

Sunil Chandra Nayak

ଶିକ୍ଷକ ଙ୍କ ଡେପୁଟେଶନ ନେଇ ତାତିଲେ ଗ୍ରାମବାସୀ, ଘେରିଲେ ବିଇଓ ଅଫିସ୍

Leave a Comment

error: Content is protected !!