ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କୋଷାଗୁମୁଡା ଡ୍ରିମସ୍ ଇଣ୍ଡିଆ ପବ୍ଲିକ୍ ସ୍କୁଲ ରେ ଛାତ୍ରୀ ଛିଙ୍କି ଟପର

 କୋଷାଗୁମୁଡା ୨୪|୦୭| କୋଷାଗୁମୁଡା ସ୍ଥିତ ଡ୍ରିମସ୍ ଇଣ୍ଡିଆ ପବ୍ଲିକ୍ ସ୍କୁଲର ଛାତ୍ରୀ କଲ୍ୟାଣୀ ଗୌଡ (ଚିଙ୍କି) ସିବିଏସ୍ଇ ମାଟ୍ରିକ ପରୀକ୍ଷାରେ ସ୍କୁଲ ଟପର୍ ହୋଇଛନ୍ତି । ଗୋଟିବେଡା ଭଳି ଏକ ଉପାନ୍ତ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ଚାଷୀ ପରିବାରର ଚିତ୍ତରଞ୍ଜନ ଗୌଡ ଓ ତନୁଜା ଗୌଡଙ୍କ ଝିଅ ଚିଙ୍କି ସେ ବିଦ୍ୟାଳୟ ରେ ସର୍ବାଧିକ ୯୦.୪ ପ୍ରତିଶତ ନମ୍ବର ରଖି ପ୍ରଥମ ସ୍ଥାନ ହାସଲ କରିଛନ୍ତି ଓ ସେ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ଶ୍ରେୟ ଦେଇଛନ୍ତି। ଆଗାମୀ ଦିନରେ ଡାକ୍ତର ହୋଇ ରୋଗୀ ସେବା କରିବା ତାଙ୍କର ଲକ୍ଷ। ତାଙ୍କ ସଫଳତା ପାଇଁ ବାପା ମାଁ ଏବଂ ମାମୁଁ ତୁଷାର କାନ୍ତି ଖୋସ୍ଲାଙ୍କୁ ଶ୍ରେୟ ଦେଇଛନ୍ତି। ବରିଷ୍ଠ ଶିକ୍ଷାବିତ ମନୋଜ କୁମାର ପଟ୍ଟନାୟକ, ସଂଜୀବ କୁମାର ସିଂ ପ୍ରମୁଖ ଚିଙ୍କି ଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଛାତ୍ରୀଙ୍କ ଏହି ସଫଳତା ପାଇଁ କୋଷାଗୁମୁଡ଼ା ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି।

କୋଷାଗୁମୁଡା ରୁ ମହେନ୍ଦ୍ର ବିଶୋଇ ଙ୍କ ରିପୋର୍ଟ 

 

Related posts

ଜଗଦୀଶ ଶତପଥୀ ଙ୍କ କବିତା ଶିଖା

Sunil Chandra Nayak

ସରପଞ୍ଚ ସଙ୍ଘ ପକ୍ଷରୁ ବ୍ଳକ ସ୍ତରୀୟ କାର୍ଯ୍ଯ କାରିଣୀ ବୈଠକ ଅନୁଷ୍ଠିତ

Sunil Chandra Nayak

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଙ୍କ ଦ୍ଵାରା ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଦ୍ବାରା ନିର୍ମିତ କଳାହାଣ୍ଡି ଜିଲ୍ଲାର ୨ଟି ପ୍ରକଳ୍ପ ର ଲୋକାର୍ପଣ ସହ ୧ ଟି ପ୍ରକଳ୍ପ ର ଶୁଭ ଭିତ୍ତପ୍ରସ୍ତର ସ୍ଥାପନ 

Sunil Chandra Nayak

Leave a Comment

error: Content is protected !!