ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜୀ ସାର୍ଥକରେ ଖୁବଶୀଘ୍ର ଆସୁଛି ‘ସା ରେ ଗା ମା ପା – ସ୍ୱରର ମହାମଞ୍ଚ’

ଜୀ ସାର୍ଥକରେ ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି ଓଡିଶାର ସବୁଠାରୁ ବଡ ସିଂଗିଙ୍ଗ ରିୟାଲିଟି ସୋ ‘ସା ରେ ଗା ମା ପା – ସ୍ୱରର ମହାମଞ୍ଚ’। ଯେଉଁ ସୋ’ରୁ ସଫଳତା ପାଇ ଆଜି ଓଡିଆ ସଂଗୀତ ଦୁନିଆରେ ଅନେକ ରାଜ୍ କରୁଛନ୍ତି, ସେହି ମେଗା ସୋ’ ପୁଣିଥରେ ଦର୍ଶକଙ୍କ ପାଖକୁ ଫେରୁଛି । ଜୀ ସାର୍ଥକ ପକ୍ଷରୁ ଏନେଇ ଘୋଷଣା କରାଯାଇଛି । ସ୍ୱର ଓ ସଂଗୀତକୁ ଭଲ ପାଉଥିବା ଏବଂ ଏଥିରେ କ୍ୟାରିୟର ଗଢ଼ିବାକୁ ଚାହୁଁଥିବା କଳାକାର ମାନଙ୍କ ପାଇଁ ଏହି ସୋ ଏକ ବଡ ପ୍ଲାଟ୍ ଫର୍ମ । ଗତ ସିଜିନ ତୁଳନାରେ ଚଳିତଥର ‘ସା ରେ ଗା ମା ପା – ସ୍ୱରର ମହାମଞ୍ଚ’ ଓଡିଶାରେ ଚହଳ ପକାଇବା ଆରମ୍ଭ କରିଛି । 

ଏହି ମେଗା ସୋ’ ପାଇଁ ଅଡିସନ ଆରମ୍ଭ ହୋଇଯାଇଛି । ଭୁବନେଶ୍ୱର ଓ ବାଲେଶ୍ୱରରେ ନିକଟରେ ଅଡିସନ ଶେଷ ହୋଇଥିବା ବେଳେ ବୁଧବାର କେନ୍ଦୁଝରରେ ବି ଅଡିସନ ହୋଇଛି । ଶହ ଶହ ସଂଖ୍ୟାରେ ପ୍ରତିଯୋଗୀମାନେ ଅଡିସନ ଭାଗ ନେଉଛନ୍ତି । ଆସନ୍ତା ୨୩ ଜୁଲାଇରେ ବଲାଙ୍ଗୀର, ୨୪ରେ ରାଉରକେଲା, ୨୭ରେ ଯାଜପୁର ଟାଉନ,ଅଗଷ୍ଟ ୨ରେ ବ୍ରହ୍ମପୁର ଓ ଅଗଷ୍ଟ ୭ ରେ କଟକରେ ଅଡିସନ ହେବାର କାର୍ଯ୍ୟକ୍ରମ ରହିଛି । ଏ ସମ୍ପର୍କରେ ଅଧିକ ଜାଣିବା ପାଇଁ ଜୀ ସାର୍ଥକ ଚ୍ୟାନେଲ କିମ୍ବା ଚ୍ୟାନେଲର ସୋସିଆଲ ମିଡିଆ ପେଜ ସହ ଯୋଡି ହୋଇ ରହିବାକୁ ଚ୍ୟାନେଲ ପକ୍ଷରୁ କୁହାଯାଇଛି । ‘ସା ରେ ଗା ମା ପା’ ହେଉଛି ଓଡିଆ ଟିଭି ଦୁନିଆରେ ସବୁଠାରୁ ବଡ ମ୍ୟୁଜିକ ରିୟାଲିଟି ସୋ । ଏହି ସୋ ମାଧ୍ୟମରେ ଓଡିଶାର କୋଣ ଅନୁକୋଣରୁ କଳାକାରମାନେ ଢ଼େର ସୁଯୋଗ ପାଇଥାନ୍ତି । ଏମିତିକି ଏହି ରିୟଲିଟି ସୋରୁ ଅନେକ ନାମୀ କଣ୍ଠଶିଳ୍ପୀ ଏବେ ଓଡିଶା ସଂଗୀତ ଦୁନିଆରେ ପ୍ରତିଷ୍ଠିତ ହୋଇଛନ୍ତି । ସେମାନଙ୍କ ଭଳି ନୂଆ ପିଢ଼ୀର କଣ୍ଠଶିଳ୍ପୀମାନେ ଏହି ବଡ ପ୍ଲାଟଫର୍ମରେ ନିଜକୁ ପ୍ରମାଣିତ କରିପାରିବେ । 

‘ସା ରେ ଗା ମା ପା – ସ୍ୱରର ମହାମଞ୍ଚ’ଏଥର ଜଜ୍ ଭାବେ ରହିବେ ଯୁବଗୋଷ୍ଠୀଙ୍କ ପ୍ରଥମ ପସନ୍ଦ କଣ୍ଠଶିଳ୍ପୀ ସ୍ୱୟମ୍ ପାଢ଼ୀ, କୁଲଦୀପ ପଟ୍ଟନାୟକ, ଦିପ୍ତୀରେଖା ପାଢ଼ୀ, ଅସୀମା ପଣ୍ଡା । ଓଡିଶାର ଏହି ନାମୀଦାମୀ କଣ୍ଠଶିଳ୍ପୀମାନେ ନୂଆ ପ୍ରତିଭାମାନଙ୍କୁ ବିଚାରକଭାବେ ରହି ଚୟନ କରିବେ । ସେହିଭଳି ମହାଗୁରୁ ଭାବେ ବରିଷ୍ଠ ତଥା ପ୍ରତିଷ୍ଠିିତ କଣ୍ଠଶିଳ୍ପୀ ଇରା ମହାନ୍ତିଙ୍କୁ ଦେଖିବାକୁ ମିଳିବ । ମହାଗୁରୁ ଭାବେ ଈରା ପ୍ରଥମ ଥର ପାଇଁ ମ୍ୟୁଜିକ ରିୟାଲିଟି ସୋରେ ରହିବେ । ବର୍ଷ ବର୍ଷ ଧରି ଓଡିଆ ସଂଗୀତ ଦୁନିଆରେ ରାଜ୍ କରିଛନ୍ତି ଇରା ମହାନ୍ତି । ଅନେକ ଭାବପୂର୍ଣ୍ଣ ଭଜନ ସହ ସୁପରହିଟ୍ ଆଲବମ୍ ଓ ବମ୍ପର ହିଟ୍ ସିନେମା ଗୀତରେ ସେ କଣ୍ଠଦାନ କରିଛନ୍ତି । ଏଥର ଆହୁରି ବଡ ଧରଣର ହେବାକୁ ଯାଉଛି ‘ସା ରେ ଗା ମା ପା – ସ୍ୱରର ମହାମଞ୍ଚ’ ।

ଭୁବନେଶ୍ବର ରୁ ଅମୃତ ନନ୍ଦ ଙ୍କ ରିପୋର୍ଟ

Related posts

କେନ୍ଦ୍ରମନ୍ତ୍ରୀଙ୍କ ମାନସିକ ପୂରଣ ପରେ ପୂଜା ଅର୍ଚନା

ତୃପ୍ତି ରାଣୀ ପାତ୍ର ଙ୍କ କବିତା ତୁମେ ଗଢିଛଏ ସୁନାର ସଂସାର

Sunil Chandra Nayak

ଜ୍ୟୋତ୍ସ୍ନା ରାଣୀ ଦେବୀ ଙ୍କ କବିତା ଇନ୍ଦ୍ରଧନୁ

Sunil Chandra Nayak

Leave a Comment

error: Content is protected !!