କୋକସରା,୨୩/୭- ( ମ ନି ସ ) ରାଜ୍ୟ ସରକାର ଗରିବ ସୀମାରେଖା ତଳେ ଥିବା ଲୋକଙ୍କ ପାଇଁ ଅନେକ ଯୋଜନା କରିଛନ୍ତି । ହେଲେ ନିର୍ବାଚିତ ଜନ ପ୍ରତିନିଧି ଓ ପଞ୍ଚାୟତ କର୍ମଚାରୀଙ୍କ ମୁନାଫାଖୋର ମନୋବୃତ୍ତି ଯୋଗୁଁ ଯୋଗ୍ୟ ହିତାଧିକାରୀ ମାନେ ସମସ୍ତ ଯୋଜନାରୁ ବାଦ ପଡୁଛନ୍ତି। ଏମିତି ଦୁଇଟି ଚିତ୍ର ଦେଖିବାକୁ ମିଳିଛି କୋକସରା ବ୍ଲକ ଗମ୍ଭାରୀଗୁଡା ଓ ମୋଟେର ପଞ୍ଚାୟତ ଠାରେ। ଲଗାଣ ବର୍ଷା କାରଣରୁ ମୋଟେର ଗ୍ରାମର ବୃଦ୍ଧା କୁମାରି ପୁଝାରି (୬୦) ଙ୍କ ଘର ସମ୍ପୂର୍ଣ୍ଣ ରୁପେ ଭାଙ୍ଗି ଯାଇଥିବା ବେଳେ ଅନୁରୂପ ଭାବେ ସିର୍ଲିଗୁଡା ଗ୍ରାମର ଦନାର ଦୁର୍ଗା (୫୩)ଙ୍କ ଘର ର ଗୋଟେ ପଟ କାନ୍ଥ ସମ୍ପୁର୍ଣ୍ଣ ଭୁଷୁଡ଼ି ପଡିଥିବା ବେଳେ ବର୍ତ୍ତମାନ ଦନାର ଦୁର୍ଗା, ସ୍ତ୍ରୀ ଯମୁନା ଦୁର୍ଗା, ବୋହୂ ଭୂମିଲତା , ପୁଅ ଗୋପବନ୍ଧୁ ଦୁର୍ଗା, ଓ ସାନପୁଅ ଚମ୍ପେଶ୍ୱର ଦୁର୍ଗା ଅତି ଦୟନୀୟ ଅବସ୍ଥାରେ ଲଗାଣ ବର୍ଷାରେ ରହୁଛନ୍ତି। ବୃଦ୍ଧା କୁମାରି ପୁଝାରି ଙ୍କୁ ଘର ଭାଙ୍ଗିବା ପରେ କୌଣସି ସରକାରୀ ସହାୟତା ମିଳିନାହିଁ । ବୃଦ୍ଧା ଜଣକ ଏକୁଟିଆ ରହୁଥିବା ବେଳେ ତାଙ୍କର କେହି ନାହାଁନ୍ତି। ଏନେଇ ମୋଟେର ସରପଞ୍ଚ ବାସନ୍ତୀ ନାଏକ ଙ୍କ ପ୍ରତିକ୍ରିୟା ନେବାରୁ ଆବାସ ଯୋଜନା ଲିଷ୍ଟ ରେ ବୃଦ୍ଧା ଙ୍କ ନାମ ରହିଛି । ଆବାସ ଘର ଆସିଲେ ତାଙ୍କୁ ଦିଆଯିବ ବୋଳି କହିଛନ୍ତି ଓ ରାଜସ୍ୱ ନିରୀକ୍ଷକ ଙ୍କ ମୋବାଇଲ ସ୍ୱିଚ ଅଫ ଥିବାରୁ ଯୋଗାଯୋଗ ହୋଇ ପାରୁନାହିଁ ବୋଳି କହିଛନ୍ତି। ଅନ୍ୟପଟେ ସିର୍ଲିଗୁଡା ଗାଁ ର ଦନାର ଦୁର୍ଗା ଙ୍କ ଘର ଭାଙ୍ଗିବା ରିପୋର୍ଟ ପାଇବା ପରେ କୋକସରା ରାଜସ୍ୱ ନିରୀକ୍ଷିକା ଝାନ୍ସି ରାଣୀ ଦିଶାରୀ ସ୍ଥିତି ଅନୁଧ୍ୟାନ କରି ପଲିଥିନ ଖଣ୍ଡେ ଦେଇଛନ୍ତି ହେଲେ ଆବାସ ଘର ପାଇଁ ବିଭିନ୍ନ ସମୟରେ ପଂଚାୟତ ଓ ବିଡ଼ିଓ ଙ୍କୁ ମଧ୍ୟ ଅଭିଯୋଗ କରିଥିବା କହିଛନ୍ତି ଦନାର ଦୁର୍ଗା। ବର୍ତ୍ତମାନ ପରିସ୍ଥିତି ରେ ଆବାସ ଘର ଖଣ୍ଡିଏ ମିଳିବା ପାଇଁ ଆପତ୍ତି କରିଛନ୍ତି । ବ୍ଲକ ପ୍ରଶାସନ ଦୁଇ ଗରିବ ଅସହାୟ ପରିବାରକୁ ଆବାସ ଯୋଜନାରେ ସାମିଲ କରି ଘର ଯୋଗାଇ ଦେବାକୁ ଦାବି ହେଉଛି।