ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଲଗାଣ ବର୍ଷା ରେ ଭାଙ୍ଗିଲା ଘର, ମୋଟେର ଓ ସିର୍ଲିଗୁଡା ରେ ବେସାହାରା ହେଲେ ଦୁଇ ପରିବାର

କୋକସରା,୨୩/୭- ( ମ ନି ସ ) ରାଜ୍ୟ ସରକାର ଗରିବ ସୀମାରେଖା ତଳେ ଥିବା ଲୋକଙ୍କ ପାଇଁ ଅନେକ ଯୋଜନା କରିଛନ୍ତି । ହେଲେ ନିର୍ବାଚିତ ଜନ ପ୍ରତିନିଧି ଓ ପଞ୍ଚାୟତ କର୍ମଚାରୀଙ୍କ ମୁନାଫାଖୋର ମନୋବୃତ୍ତି ଯୋଗୁଁ ଯୋଗ୍ୟ ହିତାଧିକାରୀ ମାନେ ସମସ୍ତ ଯୋଜନାରୁ ବାଦ ପଡୁଛନ୍ତି। ଏମିତି ଦୁଇଟି ଚିତ୍ର ଦେଖିବାକୁ ମିଳିଛି କୋକସରା ବ୍ଲକ ଗମ୍ଭାରୀଗୁଡା ଓ ମୋଟେର ପଞ୍ଚାୟତ ଠାରେ। ଲଗାଣ ବର୍ଷା କାରଣରୁ ମୋଟେର ଗ୍ରାମର ବୃଦ୍ଧା କୁମାରି ପୁଝାରି (୬୦) ଙ୍କ ଘର ସମ୍ପୂର୍ଣ୍ଣ ରୁପେ ଭାଙ୍ଗି ଯାଇଥିବା ବେଳେ ଅନୁରୂପ ଭାବେ ସିର୍ଲିଗୁଡା ଗ୍ରାମର ଦନାର ଦୁର୍ଗା (୫୩)ଙ୍କ ଘର ର ଗୋଟେ ପଟ କାନ୍ଥ ସମ୍ପୁର୍ଣ୍ଣ ଭୁଷୁଡ଼ି ପଡିଥିବା ବେଳେ ବର୍ତ୍ତମାନ ଦନାର ଦୁର୍ଗା, ସ୍ତ୍ରୀ ଯମୁନା ଦୁର୍ଗା, ବୋହୂ ଭୂମିଲତା , ପୁଅ ଗୋପବନ୍ଧୁ ଦୁର୍ଗା, ଓ ସାନପୁଅ ଚମ୍ପେଶ୍ୱର ଦୁର୍ଗା ଅତି ଦୟନୀୟ ଅବସ୍ଥାରେ ଲଗାଣ ବର୍ଷାରେ ରହୁଛନ୍ତି। ବୃଦ୍ଧା କୁମାରି ପୁଝାରି ଙ୍କୁ ଘର ଭାଙ୍ଗିବା ପରେ କୌଣସି ସରକାରୀ ସହାୟତା ମିଳିନାହିଁ । ବୃଦ୍ଧା ଜଣକ ଏକୁଟିଆ ରହୁଥିବା ବେଳେ ତାଙ୍କର କେହି ନାହାଁନ୍ତି। ଏନେଇ ମୋଟେର ସରପଞ୍ଚ ବାସନ୍ତୀ ନାଏକ ଙ୍କ ପ୍ରତିକ୍ରିୟା ନେବାରୁ ଆବାସ ଯୋଜନା ଲିଷ୍ଟ ରେ ବୃଦ୍ଧା ଙ୍କ ନାମ ରହିଛି । ଆବାସ ଘର ଆସିଲେ ତାଙ୍କୁ ଦିଆଯିବ ବୋଳି କହିଛନ୍ତି ଓ ରାଜସ୍ୱ ନିରୀକ୍ଷକ ଙ୍କ ମୋବାଇଲ ସ୍ୱିଚ ଅଫ ଥିବାରୁ ଯୋଗାଯୋଗ ହୋଇ ପାରୁନାହିଁ ବୋଳି କହିଛନ୍ତି। ଅନ୍ୟପଟେ ସିର୍ଲିଗୁଡା ଗାଁ ର ଦନାର ଦୁର୍ଗା ଙ୍କ ଘର ଭାଙ୍ଗିବା ରିପୋର୍ଟ ପାଇବା ପରେ କୋକସରା ରାଜସ୍ୱ ନିରୀକ୍ଷିକା ଝାନ୍ସି ରାଣୀ ଦିଶାରୀ ସ୍ଥିତି ଅନୁଧ୍ୟାନ କରି ପଲିଥିନ ଖଣ୍ଡେ ଦେଇଛନ୍ତି ହେଲେ ଆବାସ ଘର ପାଇଁ ବିଭିନ୍ନ ସମୟରେ ପଂଚାୟତ ଓ ବିଡ଼ିଓ ଙ୍କୁ ମଧ୍ୟ ଅଭିଯୋଗ କରିଥିବା କହିଛନ୍ତି ଦନାର ଦୁର୍ଗା। ବର୍ତ୍ତମାନ ପରିସ୍ଥିତି ରେ ଆବାସ ଘର ଖଣ୍ଡିଏ ମିଳିବା ପାଇଁ ଆପତ୍ତି କରିଛନ୍ତି । ବ୍ଲକ ପ୍ରଶାସନ ଦୁଇ ଗରିବ ଅସହାୟ ପରିବାରକୁ ଆବାସ ଯୋଜନାରେ ସାମିଲ କରି ଘର ଯୋଗାଇ ଦେବାକୁ ଦାବି ହେଉଛି।

Related posts

ପ୍ରଧାନମନ୍ତ୍ରୀ ରାସ୍ତା ନିର୍ମାଣ ନିମ୍ନ ମାନର ଅଭିଯୋଗ

Sunil Chandra Nayak

ଜ୍ୟୋତ୍ସ୍ନା ରାଣୀ ଦେବୀ ଙ୍କ କବିତା କାହାକୁ ଦେବୁନି ଜଣେଇ

Sunil Chandra Nayak

ମାନଗୋବିନ୍ଦ ସ୍ବାଇଁ ଙ୍କ ଜଣାଣ

Sunil Chandra Nayak

Leave a Comment

error: Content is protected !!