ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଦିବ୍ୟଜୀବନ ସଂଘ ରାଉରକେଲା ଶାଖା ତରଫରୁ ଗୁରୁପୂର୍ଣିମା ପାଳିତ

ରାଉରକେଲା/ ଛେଣ୍ଡ ସ୍ଥିତ ଚିଦାନନ୍ଦ ଆଶ୍ରମ ଠାରେ ଦିବ୍ୟଜୀବନ ସଂଘ ରାଉରକେଲା ଶାଖା ତରଫରୁ ଗୁରୁପୂର୍ଣିମା ପାଳିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ସ୍ବାମୀ ବ୍ରହ୍ମସାକ୍ଷାତକାର ନନ୍ଦ ମହାରାଜ ମୁଖ୍ୟ ପ୍ରବଚକ ଭାବେ ଯୋଗଦେଇ କହିଲେ ଯେ ଗୁରୁପୂର୍ଣିମା ହେଉଛି ବ୍ୟାସଦେବଙ୍କ ଜନ୍ମଦିନ। ଏହି ଦିନ ବ୍ୟାସଦେବ ନିଜକୁ ତାଙ୍କ ଗୁରୁଙ୍କ ନିକଟରେ ସମର୍ପିତ କରି ମହାଭାରତ ରଚନା କରିଥିଲେ। ଗୁରୁ ଶିଷ୍ୟ ପରମ୍ପରା, ଭକ୍ତ ଓ ଭଗବାନଙ୍କ ସଂପର୍କର ସେତୁ ଦୃଢ କରେ। ବାପା ମା ଯେପରି ପିଲାମାନଙ୍କ ହାତ ଧରି ଆଗକୁ ବଢାଇଥାନ୍ତି ଏବଂ ଜୀବନରେ ଶ୍ରେଷ୍ଠ ମଣିଷ ହେବାପାଇଁ ସମସ୍ତ ପ୍ରକାର ଚେଷ୍ଟା କରିଥାନ୍ତି ସେହିପରି ଗୁରୁ ଶିଷ୍ୟଙ୍କ ଜୀବନରେ ସଫଳତା ମାର୍ଗ ଦର୍ଶନ ପାଇଁ ଦିଗଦର୍ଶନ ଦେଇଥାନ୍ତି। ଗୁରୁଙ୍କ ପଥ ଅନୁସରଣ କରି ସଦଗୁଣ,ଶକ୍ତି,ସୁଖଶାନ୍ତି ଓ ସମୃଦ୍ଧି ଲାଭ କରିଥାନ୍ତି। ଯେଉଁଥିରେ ପ୍ରସନ୍ନତା, ନିୟମିତତା,ନିରହଙ୍କରତା,ଅମାୟିକତା,ସରଳତା,ସତ୍ୟବାଦୀତା,ଏକାଗ୍ରତା,ଅବିକ୍ଷୁବ୍ଧତା,ସଂଯୋଜନଶୀଳତା,ନମ୍ରତା,ଦୃଢତା,ନୈତିକତା,ଉଦାରତା,ମହାନୁଭବତା,ଦାନଶୀଳତା,ବଦାନ୍ୟତା,ପବିତ୍ରତା ପ୍ରଭୃତି ଗୁରୁଙ୍କର ପ୍ରେରଣା ଓ ସାଧନା ବଳରେ ମନୁଷ୍ୟର ମୋକ୍ଷ ପ୍ରାପ୍ତି ହୋଇଥାଏ। ମୋର ନାଥ ହିଁ ଜଗନ୍ନାଥ। ମୋର ଗୁରୁହିଁ ଜଗତଗୁରୁ,ମୋର ଆତ୍ମା ସବୁ ଭୂତର ଆତ୍ମା ଅତଏବ ଜଗତଗୁରୁ ଜଗନ୍ନାଥ ଏବଂ ସର୍ବ ଭୂତର ଆତ୍ମା ରୂପକ ଶ୍ରୀଗୁରୁ ଚିରବନ୍ଦନୀୟ। ସଂଘର ସଂପାଦକ ରବିନ୍ଦ୍ର କୁମାର ପାଣ୍ଡବ ଶ୍ରଦ୍ଧାଳୁ ମାନଙ୍କୁ ସ୍ବାଗତ କରିବା ସହ ଗୁରୁପୂର୍ଣିମା ତାତ୍ପର୍ଯ୍ୟ ସଂପର୍କରେ ଆଲୋକପାତ କରିଥିଲେ ଓ ସଭାକାର୍ଯ୍ୟକୁ ସଂଯୋଜନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସୋମନାଥ ଲେଙ୍କା,ଉପସଭାପତି ନଟବର ଦାସ,ବିଜୟାନନ୍ଦ ଅଗ୍ରୱାଲ, ରାଜେନ୍ଦ୍ର ନାରାୟଣ ହୋତା,ଦିଗମ୍ବର ପାଢୀ ପ୍ରମୁଖ ବକ୍ତବ୍ଯ ରଖିଥିଲେ।ପ୍ରାରମ୍ଭରେ ଗୁରୁପାଦ ପୂଜା,ଗୁରୁ ସ୍ରୋତମ୍,ଶିବାନନ୍ଦ ସ୍ରୃତି ଓ ଭଜନକୀର୍ତ୍ତନ ରେ ବ୍ରଜକିଶୋର ସାହୁ,ପୁଷ୍ପାବାଳା ପ୍ରଧାନ, ପ୍ରତିମା ସାହୁ,ଉର୍ମିଲା ସ୍ବାଇଁ ଓ ପ୍ରତିଭା ଦାସ ପ୍ରମୁଖ ସହଯୋଗ କରିଥିବା ବେଳେ କାର୍ଯ୍ୟକ୍ରମ ପରିଚାଳନାରେ ସର୍ବଶ୍ରୀ କାର୍ତ୍ତିକ ଚନ୍ଦ୍ର ପାଣ୍ଡବ,ବିଜୟ ସାହୁ,କାଳନ୍ଦୀ ବାରିକ,ଉମେଶ ପୃଷ୍ଟି,ଆର ଏନ ତ୍ରିପାଠୀ,ନରେଶ ପଲାଇ,ବୈକୁଣ୍ଠ ନାଥ ପଣ୍ଡା ପ୍ରମୁଖ ସହଯୋଗ କରିଥିଲେ। ଶେଷରେ ସଂପାଦକ ଶ୍ରୀ ପାଣ୍ଡବ ଧନ୍ୟବାଦ ଅର୍ପଣ କରିଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ

Related posts

ଖଡ଼ିଆଳ ଗାନ୍ଧି ନଗର ରେ ନିଆଁ

ଜ୍ୟୋତ୍ସ୍ନା ରାଣୀ ଦେବୀ ଙ୍କ କବିତା ଭକ୍ତିନାବ

Sunil Chandra Nayak

କବି ନିକୁଞ୍ଜ କୁମାର ଘୋଷ ଙ୍କ କବିତା ଜଙ୍ଗଲ ସୁରକ୍ଷା 

Leave a Comment

error: Content is protected !!