ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଗ୍ରାମ୍ୟ ଉନ୍ନୟନ ବିଭାଗୀୟ ଯନ୍ତ୍ରୀ ଓ ଠିକାଦାର ର ମଧୁଚନ୍ଦ୍ରିକା ରେ ନିର୍ମିତ ସଡ଼କ ଯୋଜନାରେ ମହା ଦୂର୍ନିତି ଅଭିଯୋଗ

ନବରଙ୍ଗପୁର (ମସିହା) ଓଡ଼ିଶା ସରକାର ପ୍ରତ୍ୟେକ ସହର ଓ ଗ୍ରାମ ରେ ଲୋକ ମାନଙ୍କ ନିମନ୍ତେ ଗମନାଗମନର ସୁବିଧା ପାଇଁ କୋଟି କୋଟି ଟଙ୍କାର ରାଜସ୍ବ ଖର୍ଚ୍ଚ କରି ସଡ଼କ ନିର୍ମାଣ କାର୍ଯ୍ୟ କରୁଛନ୍ତି। କିନ୍ତୁ କିଛି ଉନ୍ନୟନ ବିଭାଗୀୟ ସରକାରୀ ଯନ୍ତ୍ରୀ ଓ କିଛି ଠିକାଦାର ଅଛନ୍ତି ସଡ଼କ ଯୋଜନାରେ ଆସୁଥିବା ଅର୍ଥ କୁ ଆତ୍ମସାତ କରି ହେଉଛନ୍ତି ମାଲାମାଲ। ଗ୍ରାମ୍ୟ ଉନ୍ନୟନ ବିଭାଗ ର ସରକାରୀ ଯନ୍ତ୍ରୀ ଓ ଠିକାଦାର ଙ୍କ ମଧୁଚନ୍ଦ୍ରିକା ରେ ନିର୍ମିତ ଅତି ନିମ୍ନ ମାନର ସଡ଼କ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ଘୋଡ଼ା ଖୁଣ୍ଟା ପଞ୍ଚାୟତ ରୁ ନନ୍ଦପୁରା ପଞ୍ଚାୟତ କୁ ସଂଯୋଗ କରୁଥିବା ରାସ୍ତା । ଏହି ରାସ୍ତା ଅତି ନିମ୍ନ ମାନର ପିଚୁ ପକାଇ ତିଆରି କରାଯାଇଛି।ଆଠ ମାସ ମଧ୍ୟ ଗଲାନି, ରାସ୍ତା ରୁ ଉଠି ଗଲାଣି ପିଚୁ। ସୂଚନା ଅନୁଯାୟୀ ଘୋଡ଼ା ଖୁଣ୍ଟା ଓ ନନ୍ଦପୁରା ଏହି ଦୁଇ ଗୋଟି ପଞ୍ଚାୟତ ସଂଯୋଗ କରୁଥିବା ସଡ଼କ ନିର୍ମାଣ କାର୍ଯ୍ୟ ପାଇଁ ଓଡ଼ିଶା ସରକାର ଙ୍କ ଗ୍ରାମ୍ୟ ଉନ୍ନୟନ ବିଭାଗ ତରଫରୁ ୫୦.୪୫ ଲକ୍ଷ ଟଙ୍କା। ଘୋଡ଼ା ଖୁଣ୍ଟା ଓ ନନ୍ଦପୁରା ର ରାସ୍ତା ର ଦୈର୍ଘ୍ୟ ୫.୪୫ କିଲୋମିଟର ‌‌। ଚୁକ୍ତି ନାମା ସଂଖ୍ୟା ୦୫ ପି ୧/୨୦୨୧-୨୨। କାର୍ଯ୍ୟ ଆରମ୍ଭ ୨୪-୦୯-୨୦୨୧ଓ କାର୍ଯ୍ୟ ଶେଷ ତାରିଖ ୨୩-୦୧-୨୦୨୨। କିନ୍ତୁ ଦୁଃଖର ବିଷୟ ସରକାରୀ କାର୍ଯ୍ୟ ନିର୍ବାହୀ ଅଧିକାରୀ – ଅଧିକ୍ଷଣ ଯନ୍ତ୍ରୀ ଓ ଠିକାଦାର ନାରାୟଣ ତନ୍ତୀ ଙ୍କ ମଧୁଚନ୍ଦ୍ରିକା ରେ ନିର୍ମିତ ସଡ଼କର ଅବସ୍ଥା କଣ ହେଇଛି ଆପଣ ମାନେ ଦେଖି ପାରୁଥିବେ । ୫-୪୫ କିଲୋମିଟର ଦୂରତା ର ସଡ଼କ କୁ କେବଳ ଘୋଡ଼ା ଖୁଣ୍ଟା ରୁ ଦୁଇ କିଲୋମିଟରର ହି ଭଲଭାବରେ ରାସ୍ତା ନିର୍ମାଣ କରାଯାଇଛି । କିଭଳି ସରକାର ଙ୍କ ସଡ଼କ ଯୋଜନାରେ ଆସୁଥିବା ଅର୍ଥ କୁ ସରକାରୀ ଯନ୍ତ୍ରୀ ଓ ଠିକାଦାର ମିଶି ଆତ୍ମସାତ କରିଛନ୍ତି। ପ୍ରଶାସନ ଏପରି ସରକାରୀ ଯନ୍ତ୍ରୀ ଓ ଠିକାଦାର ଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଏହି ସଡ଼କ କୁ ପୁନଃ ନିର୍ମାଣ କରନ୍ତୁ ବୋଲି ଜନ ସାଧାରଣରେ ଦାବି ହେଉଛି।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ସହ୍ ପ୍ରଜ୍ଞା ରଞ୍ଜନ ପରିଡା ମସିହା ନିୟୁଜ୍।

Related posts

ଶ୍ଯାମା ପ୍ରସାଦ୍ ବୋଷ୍ ଙ୍କ କବିତା ” ପରକୀୟା ପ୍ରୀତି ” 

Sunil Chandra Nayak

ଜଣା ଅଜଣା.. ଆଜି ଅନ୍ତର୍ଜାତୀୟ ଚେସ୍ ଦିବସ

Sunil Chandra Nayak

ଅର୍ଦ୍ଧେନ୍ଦୁ ଦାସ ଙ୍କୁ ଗିରଫ ର ପ୍ରତିବାଦ ରେ କୋକସରା ବ୍ଲକ ପ୍ରେସ କ୍ଲବ ପକ୍ଷରୁ ଦାବିପତ୍ର ପ୍ରଦାନ

Leave a Comment

error: Content is protected !!