ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କାର୍ତ୍ତିକ ବାଘ ଙ୍କ ବିୟୋଗରେ ଶୋକସଭା ଅନୁଷ୍ଠିତ

ଚନ୍ଦାହାଣ୍ଡି(ମନିସ) ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ସ୍ଵର୍ଗତ କାର୍ତ୍ତିକ ବାଘ ଙ୍କ ବିୟୋଗ ରେ ସମଗ୍ର ଚନ୍ଦାହାଣ୍ଡି ବ୍ଲକ୍ ରେ ଶୋକ ର ଛାୟା ଖେଳି ଯାଇଥିବା ବେଳେ ଆଜି ଚନ୍ଦାହାଣ୍ଡି ବ୍ଲକ ପଛୁଆ ବର୍ଗ ସଂଘ ଏବଂ ଚନ୍ଦାହାଣ୍ଡି ବ୍ଲକ ଯାଦବ ସମାଜ ତରଫରୁ ଚନ୍ଦାହାଣ୍ଡି କଲ୍ୟାଣ ମଣ୍ଡପ ଓ ଧୋଡିପାଣି ହାଟପଦା ଠାରେ ଶୋକସଭା ଅନୁଷ୍ଠିତ ହୋଇ ଯାଇଛି। ଏହି ଶୋକ ସଭାରେ ଚନ୍ଦାହାଣ୍ଡି ବ୍ଲକ ପଛୁଆ ର ବରିଷ୍ଠ ବ୍ୟକ୍ତି ବିଶେଷ ଏବଂ ବ୍ଲକ ତଥା ବ୍ଲକ ବାହାରୁ ଯାଦବ ସମାଜ ର ବରିଷ୍ଠ ବ୍ୟକ୍ତି ବିଶେଷ ଯୋଗ ଦେଇ ସ୍ୱର୍ଗତ ବାଘ ଙ୍କ ଦୀର୍ଘ ରାଜନୈତିକ ଜୀବନୀ, ତାଙ୍କ ସାଙ୍ଗଠନିକ ଦକ୍ଷତା ଓ ତାଙ୍କ ସହନଶୀଳତା ଉପରେ ସ୍ମୃତି ଚାରଣ କରିଥିଲେ। ଅନ୍ୟପକ୍ଷରେ ସ୍ଵର୍ଗତ ବାଘ ଏକାଧାର ରେ ଜଣେ ସାମାଜିକ ନେତା, ରାଜ ନେତା ,କଳାକାର ଭାବେ ଯଥେଷ୍ଟ ଖ୍ୟାତି ଅର୍ଜନ କରିଥିଲେ ବୋଲି ବକ୍ତା ମାନେ ବକ୍ତବ୍ୟ ପ୍ରଦାନ କରିଥିଲେ।ଏହି ଶୋକସଭାରେ ପୁରୁଷୋତ୍ତମ ପାରୀ,ଗୌରହରି ନାୟକ,ଝୁମୁକଲାଲ ସାହୁ,ମଧୁସୂଦନ ନାଗେଶ, ଭୋଦେଵ ବାଘ, ବାସୁଦେବ ଗୌଡ଼, ରୁଷୁ ବାଘ, ଖେମ ନାୟକ, ଭୋଜରାମ ସିହ୍ନା, ଚୈତୁରାମ ଦଣ୍ଡସେନା, କମଲୁ ମନହିରା, ଯାଦବ ସମାଜ ସଭାପତି ଜଗଦୀଶ ଗୌଡ଼,ସମ୍ପାଦକ ଶୋଭା ସିଂ ପୋଢ଼, ନୀଳମଣି ଗୌଡ଼,ଅଭିରାମ ବଗର୍ତ୍ତି, ଡମ୍ବରୁ ହରିଣା, ଅର୍ଜୁନ ଚଣ୍ଡୀ, ତିଲକ ସିଂ ପୋଡ, ମୋତିଲାଲ ହଂସ, ଅକ୍ଷୟ ଗୋପାଳ,ଜମ୍ବୁ ହାତୀ, ମୁନା ପୋଢ଼ଙ୍କ ସମେତ ପାନାବେଡା ଅଞ୍ଚଳର ବହୁ ବୁଦ୍ଧିଜୀବୀ, ସମାଜସେବୀ ଉପସ୍ଥିତ ଥିଲେ।

ଚନ୍ଦାହାଣ୍ଡି ରୁ ଦିଲୀପ ଦାସ ଙ୍କ ରିପୋର୍ଟ 

Related posts

ରୁପ୍ରା ରୁ କେସିଙ୍ଗା ଯାଇଥିବା ପିଡବ୍ଲୁଡି ରାସ୍ତାରେ ରାତିରେ ଚାଲିଛି ପିଚୁ କାମ, ଠିକାଦାର କିମ୍ବା କନିଷ୍ଠ ଯନ୍ତ୍ରୀ ଅନୁପସ୍ଥିତ

Sunil Chandra Nayak

ତାତି ହୁ ହୁବଢୁଛି କିନ୍ତୁ ଜଳଛତ୍ର ଖୋଲୁନି

Sunil Chandra Nayak

ଜଗଜ୍ଜୀବନ ସା ଙ୍କ କବିତା ନିଆଁ

Sunil Chandra Nayak

Leave a Comment

error: Content is protected !!