ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜଗମୋହନ ହାଇସ୍କୁଲ ର ମେଧାବୀ ଛାତ୍ର ଛାତ୍ରୀ ଙ୍କୁ ସମ୍ବର୍ଦ୍ଧନା

ଜୁନାଗଡ଼,୩୧/୭(ମ ନି ସ) ଜୁନାଗଡ଼ ବ୍ଲକ ପିଲିକିଆ ଗ୍ରାମର ଜଗମୋହନ ହାଇସ୍କୁଲ ମାଟ୍ରିକ ମେଧାବୀ ଛାତ୍ର ଛାତ୍ରୀ ଙ୍କୁ ମାନପତ୍ର ଓ ଟ୍ରଫି ଦେଇ ସମ୍ବର୍ଦ୍ଧନା କରା ଯାଇଥିଲା। ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଜିଲ୍ଲା ପରିଷଦ ଉପାଧକ୍ଷ୍ୟା ସୁଧିରା ମେହେର,ସମ୍ମାନିତ ଅତିଥି ସରପଞ୍ଚ ସଭ୍ୟାରାଣୀ ସୁନାନୀ,ସମିତି ସଭ୍ୟ ବିଦ୍ୟାଧର ଭୋଇ,ଶିକ୍ଷାବିତ ରଜନୀକାନ୍ତ ନାଏକ,ପ୍ରମୁଖ ଯୋଗଦେଇ କୃତୀ ଛାତ୍ର ଛାତ୍ରୀ ମାନଙ୍କୁ ସମ୍ବର୍ଦ୍ଧନା କରି ସମ୍ମାନିତ କରିଥିଲେ। ପ୍ରଧାନ ଶିକ୍ଷକ କଂହୁଚରଣ ପଣ୍ଡାଙ୍କ ଅଧକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଶିକ୍ଷକ ନିରଞ୍ଜନ ସାହାଣୀ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ, ପ୍ରଭାତ କୁମାର ଧନ୍ୟବାଦ ଦେଇଥିଲେ।କାର୍ଯ୍ୟକ୍ରମରେ ବିଦ୍ୟାଳୟ ଛାତ୍ରଛାତ୍ରୀ ଓ କର୍ମଚାରୀ ସହଯୋଗ କରିଥିଲେ।

ଜୁନାଗଡ଼ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ 

Related posts

ବିଶ୍ବନାଥପୁର ଧନୁଯାତ୍ରା ମହୋତ୍ସବ ପରିଚାଳନା କମିଟିର ନୂତନ କର୍ମକର୍ତ୍ତା

Sunil Chandra Nayak

ରଞ୍ଜିତ କୁ ସାହୁ ଙ୍କ କବିତା ଭିଜା ଗୋଲାପ ର ମହକ

ମା କୁ ଦେଖିବାକୁ ଯିବାବେଳେ ଅଘଟଣ , ଭାରସାମ୍ୟ ହରାଇ ଡିଭାଇଡରରେ ପିଟି ହୋଇ ଦୁଇ ଗୁରୁତର

Sunil Chandra Nayak

Leave a Comment

error: Content is protected !!