ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଚନ୍ଦ୍ରକଳା ଦେବୀ ଙ୍କ କବିତା ଗାନ୍ଧୀ

       ଗାନ୍ଧୀ 

      ଚନ୍ଦ୍ରକଳା ଦେବୀ

ଅହିଂସା ପୂଜାରୀ ଦରିଦ୍ରର ବନ୍ଧୁ 
ଜାତିର ତୁମେ ଜନକ, 
ଅଠର ଶ’ ଅଣସ୍ତରୀ ଅକ୍ଟୋବର 
ଜନମ ଦୁଇ ତାରିଖ ||
ଗୁଜୁରାଟ ନିକଟ ପୋର ବନ୍ଦରେ 
ଜନମ ବଣିକ ଘରେ, 
କାବା ଗାନ୍ଧୀ ଆଉ ପୁତୁଳି ବାଇଙ୍କ 
ଖୁସି କହିଲେ ନସରେ ||
ଦୁଇଟି ନାଟକ ଦ୍ୱାରା ପ୍ରଭାବିତ 
ହୋଇଥିଲ କର୍ମ ବୀର, 
ପିତୃ ମାତୃ ଭକ୍ତ ଶ୍ରବଣ କୁମାର,  
ଦାନବୀର ହରିଶ୍ଚନ୍ଦ୍ର ||
କହିବା ଆଗରୁ କରି ଦେଖାଇବା 
ନିତି ଯେ ଥିଲା ତୁମର, 
ତିନି ମାଙ୍କଡ଼ଙ୍କ ପ୍ରତିମୂର୍ତ୍ତି କହେ 
ଭଲ କାମ ତୁମେ କର ||
ଇଂରେଜ ଶାସନେ ଅତିଷ୍ଠ ଏଦେଶ 
ଦେଶବାସୀ ହନ୍ତସନ୍ତ, 
ମୁଖ୍ୟ ପୁରୋଧା ସାଜିଣ କଲ ଯେ 
ଫିରିଙ୍ଗି ଶାସନ ଅନ୍ତ ||
କେତେ କାରାଦଣ୍ଡ ପୁଣି ଲାଠି ମାଡ
ତଥାପି ଡରି ନ ଥିଲ, 
ପଣଥିଲା ତୁମ ବିଦେଶୀ ଶାସନ 
ହଟାଇବ ଭାରତର ||
ଏକତାର ମ6ନ୍ତ୍ର ସମଗ୍ର ଦେଶକୁ 
କରିଥିଲ ତୁମେ ଏକ, 
ମାଆକୁ ସମ୍ମାନ, ଗାଆଁ ପାଇଁ କାମ 
ସପନ ଜୀବନ ଯାକ ||
ବିଦେଶୀ ବର୍ଜନ ସ୍ବଦେଶୀ ଗ୍ରହଣ 
କାଟି ଖାଅ କୁଟି ପିନ୍ଧ, 
କର ଅବା ମର ନୀତି ଯେ ତୁମର 
ଦୂର କରେ ଜାତିଭେଦ ||
ସମୟାନୁବର୍ତ୍ତିତାର ଅନୁବର୍ତ୍ତି 
ଅଣ୍ଟାରେ ଘଣ୍ଟା ଖୋସିଣ, 
ଏକ ହସ୍ତେଗୀତା ଆନ ହସ୍ତେବାଡ଼ି 
ରାମ ନାମେ ସଦା ଧ୍ୟାନ ||
ଅତୀବ ସରଳ ଜୀବନ ଯାପନ
ଥିଲା ଯେ ପୁଣି ତୁମର, 
ଆଣ୍ଠୁ ଲୁଚୁ ନଥିବା ଧୋତି ସଙ୍ଗତେ 
କାନ୍ଧେ ଗାମୁଛା ତୁମର ||
ରାମ ରାଇଜର ପ୍ରତିଷ୍ଠା ନିମନ୍ତେ 
ତୁମେ ପୁଣି ଫେରିଆସ, 
ଅହିଂସାର ମା6ର୍ଗ ସ୍ବପ୍ନର ଭାରତ 
ପୂରଣ ହୋଇବ ନିଶ୍ଚେ ||
ଆଜିର ସମାଜେ ଅନ୍ୟାୟ ଅନୀତି 
ପରିପୂର୍ଣ୍ଣ ହିଂସା ଦ୍ୱେଷ, 
ସତ୍ୟ ଅହିଂସାରେ ମାର୍ଗରେ ଯିବାକୁ 
ଲାଗୁଛି ପୁଣି ଯେ ବିଷ ||
ଏ ସଭ୍ୟ ସମାଜ ଆଜି ପଥ ଭ୍ରଷ୍ଟ 
ଯାଅଇ ଅହିଂସା ଭୁଲି, 
ଚାରିଆଡେ ଖାଲି ହିଂସାତ୍ମ୍କକ ଭାବ 
ସ୍ୱାର୍ଥରେ ରହିଛି ଭରି ||
ଶୋଷଣ କଷଣ ଧର୍ଷଣ ଲୁଣ୍ଠନ 
ହେଉଅଛି ପ୍ରତିଦିନ, 
ଆତଙ୍କର ଭୟ ସର୍ବତ୍ର ରହିଛି 
ଭୟଭୀତ ଆଜି ମନ ||
କୋଟି ଓଡ଼ିଆଙ୍କ ମଉଡମଣୀ ହେ 
ଦୀନ ଦରିଦ୍ରଙ୍କ ବନ୍ଧୁ, 
ତ୍ୟାଗୀ ଦେଶପ୍ରେମୀ ଅହିଂସା ସାଧକ 
ସତ୍ୟ ଶାନ୍ତି ମୈତ୍ରୀ ସିନ୍ଧୁ ||
ତଵ ଜନ୍ମଦିନେ ହେ ଅମର ଆତ୍ମା 
ତୁମ ସ୍ମୃତି ଜାଗରିତ, 
ଝୁରେ ଏଇ ମାଟି ଗଗନ ପବନ 
ଝୁରୁଅଛି ଏ ଭାରତ ||
ହେ ମହାନାୟକ ଜାତିର ଜନକ
ତୁମ ଶ୍ରାଦ୍ଧ ବାର୍ଷିକରେ 
ଘେନ ଶ୍ରଦ୍ଧାଞ୍ଜଳୀ ହେ ଅମର ଆତ୍ମା 
ସମ6ର୍ପ ଶ୍ରଦ୍ଧା ଭକ୍ତିରେ ||
ସ୍ୱଚ୍ଛ ଭାରତ ଓ ସୁସ୍ଥ ପରିବେଶ 
ଅଧୁରା ସ୍ବପ୍ନ ପୂରଣ, 
ଆଉ ଥରେ ଆସ ଏ ଧରା ଧାମକୁ 
ମୋର ଏହି ନିବେଦନ ||

କୋରାପୁଟ

Related posts

ବେସରକାରୀ ଜମିରେ ସରକାରୀ କାର୍ଯ୍ୟ କେତେ ଯୁକ୍ତିଯୁକ୍ତ, ତଦନ୍ତ ପାଇଁ ଦାବି

Sunil Chandra Nayak

ପରଜଙ୍ଗରେ ନିଯୁକ୍ତି ମେଳା ଅନୁଷ୍ଠିତ 

Sunil Chandra Nayak

ବିଜେଡି ର ବାଇକ୍ ରେଲୀ

Sunil Chandra Nayak

Leave a Comment

error: Content is protected !!