ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶିବ ବିବାହ ପାଇଁ ଜୟପାଟଣା ଉତ୍ସବ ମୁଖର

  ଜୟପାଟଣା -:  କଳାହାଣ୍ଡି ଜିଲ୍ଲା ଜୟପାଟଣା ଆଜି ଶିବ ବିବାହ ପାଇଁ ଉତ୍ସବ ମୁଖର ହୋଇଉଠିଛି। ଗତକଲି ସନ୍ଧ୍ୟା ରେ ମହାଦେବ ଙ୍କ ବର ଯାତ୍ରୀ ରେ ସାମିଲ ହେଲେ ହଜାର ହଜାର ଶ୍ରଦ୍ଧାଲୁ। ମୋଲେଶ୍ୱର୍ ଶିବ ମନ୍ଦିର କମିଟି ପକ୍ଷରୁ ଆୟୋଜତ ବରଯାତ୍ରୀ ଗତକାଲି ସନ୍ଧ୍ୟା ରେ ଯୋର୍ଖଣ୍ଡିପଡା ସ୍ଥିତ ବର ପିତା ଚକ୍ରବର୍ତ୍ତୀ ବୈଠାରୁ ଙ୍କ ବାସଭବନ ରୁ ଏକ ବିରାଟ ଶୋଭଯାତ୍ରାରେ ବାହାରିଥିଲେ। ଏକ ସୁସଜ୍ଜିତ ରଥରେ ଦେବଦେବ ମହାଦେବ ଙ୍କୁ ସୁସଜଜିତ କରି ହଜାର ହଜାର ଶ୍ରଦ୍ଧାଳୁ ମାତା ପାର୍ବତୀ ଙ୍କ ଘର ଙ୍କୁ ଯାଇ ଥିଲେ। ଖୋଲତଳ ଶଙ୍ଖନାଦ ବାଦ୍ୟ ର ତଳେ ତଳେ ପବନ  ମୁଖରିତ ହୋଇଥିବା ବେଳେ ଏକ ଆଧ୍ୟାତ୍ମକ ଓ ସାମାଜିକ ପରିବେଶ ସୃଷ୍ଟି ହୋଇଥିଲା। କନ୍ୟା ପିତା ଗୋପାଲଚନ୍ଦ୍ର ଠାକୁର ବରଯାତ୍ରୀ ମାନଙ୍କୁ ତାଙ୍କ ବାସଭବନ କୁ ପାଛୋଟି ନେଇ ଥିବା ବେଳେ ସମସ୍ତଙ୍କ ପାଇଁ ଭୋଜିଭାତ ର ବ୍ୟବସ୍ଥା କରାଯାଇଥିଲା। କୋରୋନ କଟକଣା ଯୋଗୁଁ ଗତ ଦୁଇ ବର୍ଷ ଧରି ଏହି ଉତ୍ସବ ବନ୍ଦ ରହିଥିଲା। ଚଳିତବର୍ଷ ପୁନର୍ବାର ଶିବ ବିବାହ ର ଆୟୋଜନ କରାଯାଇଥିବାରୁ ଶ୍ରଦ୍ଧାଳୁ ମାନେ ଉତ୍ସକତା ର ସହ ଏହି ଉତ୍ସବରେ ସାମିଲ ହୋଇଛନ୍ତି। ଆଜି ଶିବ ବିବାହ ଅନୁଷ୍ଠିତ ହେବ ବୋଲି ଆୟୋଜକ କମିଟି ଠାରୁ ସୂଚନା ଦିଆ ଯାଇଛି।

ଜୟପାଟଣା ରୁ ହୃଷିକେଶ ମୁଣ୍ଡ ଙ୍କ ରିପୋର୍ଟ।

Related posts

କବିତା – ହଜିଲା ବସନ୍ତ ରୂପ

Sunil Chandra Nayak

ନିଆଁରେ ଜଳି ଗଲେ ସ୍ତ୍ରୀ, ସ୍ୱାମୀ ଗୁରୁତର 

Sunil Chandra Nayak

ସାମ୍ବାଦିକଙ୍କ ମାତୃ ବିୟୋଗ

Leave a Comment

error: Content is protected !!