ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜୁନାଗଡ଼ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ୩ ପଞ୍ଚାୟତବାସୀଙ୍କ ବିକ୍ଷୋଭ

ଜୁନାଗଡ଼,୩/୬(ମ ନି ସ) କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ ଦୁନ୍ଦେଲମାଲ, ଦେଦର ଓ ବାଙ୍କପଲାସ ଏକ ଆଦିବାସୀ ଅଧ୍ୟୁଷିତ ପଞ୍ଚାୟତ ଅଟେ । ଏହି ୩ ପଞ୍ଚାୟତରେ କୌଣସି ଜଳସେଚନର ବ୍ୟବସ୍ଥା ନାହିଁ । କେବଳ ବର୍ଷା ଉପରେ ସମ୍ପୂର୍ଣ୍ଣ ଭରସା ରଖି ଚାଷ କରିଥାନ୍ତି ।ଜଳସେଚନ ସୁବିଧା ନ ଥିବାରୁ ଏ ଅଂଚଳରେ ମେଗା ଉଠା ଜଳସେଚନ କରି ଚାଷୀଙ୍କୁ ସୁବିଧା ଯୋଗାଇ ଦେବା ଦ।ବିନେଇ ସେ ଅଂଚଳର ଚାଷୀମାନେ ବିକ୍ଷୋଭ କରି ତହସିଲଦାରଙ୍କୁ ଦାବି ପତ୍ର ଦେଇଥିଲେ।ଗତ ୨୦୨୧ ମସିହାରେ ସ୍ଵଳ୍ପବର୍ଷା କାରଣରୁ ଭୟଙ୍କର ମରୁଡି ସୃଷ୍ଟି ହୋଇଥିଲା । ଯାହା ଫଳରେ ଏହି ତିନି ପଞ୍ଚାୟତରେ ଫସଲ ସମ୍ପୂର୍ଣ୍ଣ ନଷ୍ଟ ହୋଇଥିଲା । ମରୁଡି ସମ୍ପର୍କରେ କୃଷି ବିଭାଗକୁ ମଧ୍ୟ ଅବଗତ କରାଯାଇଥିଲା ଓ ତଦନ୍ତ ମଧ୍ୟ କରିଥିଲେ ଏବଂ ନଷ୍ଟ ହୋଇଥିବା ଫସଲର କ୍ଷତିପୂରଣ ପ୍ରଦାନ କରିବାର ବ୍ୟବସ୍ଥା କରିବୁ ବୋଲି ପ୍ରଶାସନ ପକ୍ଷରୁ ପ୍ରତିଶ୍ରୁତି ଦେଇଥିଲେ । ହେଲେ ଆଜକୁ ଏକ ବର୍ଷ ବିତିଯାଇଥିଲେ ସୁଦ୍ଧା ଆଜିପର୍ଯ୍ୟନ୍ତ କୌଣସି କ୍ଷତିପୂରଣ ମିଳି ପାରି ନାହିଁ । ଏମାନଙ୍କ ମୁଖ୍ୟ ଜୀବିକା ହେଉଛି ଚାଷ, ମରୁଡି କାରଣରୁ ଲୋକେ ଗାଁ ଛାଡି ଦାଦନ ଖଟିବାକୁ ପଳାୟନ ହେଉଛନ୍ତି । ଚେକଡ୍ୟାମ ନିର୍ମାଣ କରି ଉଠାଜଳସେଚନର ବ୍ୟବସ୍ଥା କରି ମରୁଡ଼ିର ସ୍ଥାୟୀ ପ୍ରତିକାର କରାଯାଉ । ତେଣୁ ବାଙ୍କପଳାଶ ଠାରେ ଏକ ମେଗା ଉଠାଜଳସେଚନ ପ୍ରକଳ୍ପ ନିର୍ମାଣ କରିବାର ସୁ ବ୍ୟବସ୍ଥା କରିବାକୁ ଦାବୀ କରିଛନ୍ତି । ଅନ୍ୟ ପକ୍ଷରେ ଗତ ୨୦୨୧ ମସିହାରେ ହୋଇଥିବା ମରୁଡି କ୍ଷୟକ୍ଷତିରେ ୩ ଟି ପଞ୍ଚାୟତର ଚାଷୀଙ୍କୁ ସହାୟତା ଯୋଗାଇ ଦେବା ଦାବୀ କରିଥିଲେ।ପରେ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ତହସିଲଦାରଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ । ଏହି ବିକ୍ଷୋଭରେ ଚାଷୀ ହରେକୃଷ୍ଣ ମାଝୀ, ଉଜଲ ବେମାଲ, ବିଜୟ କୁମାର ଯାନୀ, ଚାଷୀନେତା ବିଶ୍ୱନାଥ କର, ଦାମୋଦର ବେହେରା, ଦୁର୍ଯ୍ୟୋଧନ ମାଝୀ, ହୃଦାନନ୍ଦ ମାଝୀ, ବାଲେଶ୍ଵର ମାଝୀ, ଖଗେଶ୍ବର ମାଝୀ, ହରିଶ୍ଚନ୍ଦ୍ର ମାଝୀ ସମେତ ୩ ଟି ପଞ୍ଚାୟତର ଶତାଧିକ ଚାଷୀ ସାମିଲ ହୋଇଥିଲେ ।

ଜୁନାଗଡ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ

Related posts

ଆଦିବାସୀ ଙ୍କ ଜୀବନ ଜୀବିକା ମହୁଲ ଫୁଲ, ହେଲେ ଦଲାଲ କବଜାରେ

Sunil Chandra Nayak

ଦ୍ୱିତୀୟ ଥର ପାଇଁ ଇଣ୍ଡିଆ ବୁକ ଅଫ ରେକର୍ଡ଼ରେ ସ୍ଥାନ ପାଇଲେ ଚିଲିଗୁଡାର ସ୍ୱୟଂ ଶିବ ଯୋଶୀ

Sunil Chandra Nayak

ଓଡ଼ିଶାର ହଜାରେ ପିଲାଙ୍କୁ ନିଯୁକ୍ତି ଦେବ ଏଚ୍‌ସିଏଲ୍‌

Sunil Chandra Nayak

Leave a Comment

error: Content is protected !!