ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରାଉରକେଲା- ବିଶ୍ବ ପରିବେଶ ଦିବସ ଉପଲକ୍ଷେ ଚିତ୍ରାଙ୍କନ ଓ ବକୃତା ପ୍ରତିଯୋଗିତା ଅନୁଷ୍ଠିତ

ରାଉରକେଲା/ ରାଜ୍ୟ ପ୍ରଦୃଷଣ ନିୟନ୍ତ୍ରଣ ବୋର୍ଡ,ରାଉରକେଲା ଆଞ୍ଚଳିକ କାର୍ଯ୍ୟାଳୟ ଓ ୟୁଥ୍ ମୁଭମେଣ୍ଟ ଫେଡେରେସନ ଅଫ୍ ଇଣ୍ଡିଆ ( ୱାଇଏମଏଫଆଇ ) ର ମିଳିତ ଆନୁକୂଲ୍ୟରେ ଆସନ୍ତା ୫ତାରିଖରେ ହେବାକୁ ଥିବା ବିଶ୍ବ ପରିବେଶ ଦିବସ ଉପଲକ୍ଷେ ବିଭିନ୍ନ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କୁ ନେଇ ଚିତ୍ରାଙ୍କନ ଓ ବକୃତା ପ୍ରତିଯୋଗିତା ସେକ୍ଟର ୧୯ସ୍ଥିତ ଜ୍ଞାନଜ୍ୟୋତି ପବ୍ଲିକ୍ ସ୍କୁଲ ଠାରେ ଆଜି ଅନୁଷ୍ଠିତ ହୋଇଯାଇଛି। ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ରାଉରକେଲା ଆଞ୍ଚଳିକ ଅଧିକାରୀ ତଥା ବରିଷ୍ଠ ପରିବେଶବିତ୍ ଡଃ ବିନୋଦ ବିହାରୀ ଦାଶ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ।ଅନ୍ୟ ମାନଙ୍କ ମଧ୍ୟରେ ବିଦ୍ୟାଳୟର ଅଧ୍ୟକ୍ଷ ଜଳଧର ମହାପାତ୍ର, ପରିବେଶ ଯନ୍ତ୍ରୀ ବିଜୟ କୁମାର ଭୋଇ ସମ୍ମାନୀତ ଅତିଥି ଭାବେ ଉପସ୍ଥିତ ଥିଲେ ।ୱାଇଏମଏଫଆଇ ର ସାଧାରଣ ସମ୍ପାଦକ ବିବେକାନନ୍ଦ ଦାସଙ୍କ ଆବାହକତ୍ବ ରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ରାଉରକେଲା ଓ ଆଖପାଖର ପ୍ରାୟ ୨୬ଟି ବିଦ୍ୟାଳୟର ସବ ଜୁନିଅର, ଜୁନିଅର ଓ ସିନିଅର ବିଭାଗ ର ପ୍ରାୟ ୩୦୦ରୁ ଉର୍ଦ୍ଧ୍ବ ଛାତ୍ର ଛାତ୍ରୀ ଚିତ୍ରାଙ୍କନ ପ୍ରତିଯୋଗିତା ରେ ଭାଗ ନେଇଥିଲେ। ସେହିପରି ବକୃତା ପ୍ରତିଯୋଗିତା ରେ ପ୍ରାୟ ୭୦ରୁ ଉର୍ଦ୍ଧ୍ବ ଛାତ୍ର ଛାତ୍ରୀ ଭାଗନେଇ ଥିଲେ। “କେବଳ ଏକକ ପୃଥିବୀ” (ପ୍ରକୃତି ସହ ସ୍ଥିର ସହାବସ୍ଥାନ) ବିଷୟବସ୍ତୁ ଉପରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଚିତ୍ରାଙ୍କନ ପ୍ରତିଯୋଗିତାର ବିଚାରକ ଭାବେ ଦେବେନ୍ଦ୍ର ମହାରଣା,ରଶ୍ମିରେଖା ଧଳ, ସୁନିତା ମାହାତୋ ପ୍ରମୁଖ ଯୋଗ ଦେଇଥିଲେ। ସେହିପରି ବକୃତା ପ୍ରତିଯୋଗିତା ରେ ଶିକ୍ଷୟତ୍ରୀ ବିଜୟଲକ୍ଷ୍ମୀ ନାୟକ,ନମ୍ରତା ମୁଲିକ ଓ ଅନିତା ଧଳ ପ୍ରମୁଖ ବିଚାରକ ଦାୟିତ୍ବ ତୁଲାଇଥିଲେ। ଏସପିସିବି ର ସେକ୍ସନ ଅଫିସର ଅନୁପ ଦତ୍ତ ଓ ଅନ୍ୟ ଷ୍ଟାଫ , ସନ୍ତୋଷ ରଥ ଙ୍କ ସହ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଉପସ୍ଥିତ ରହି ପିଲା ମାନଙ୍କୁ ଉତ୍ସାହିତ କରିଥଲେ। ଏହି ପ୍ରତିଯୋଗିତାରେ କୃତିତ୍ବ ହାସଲ କରିଥିବା ପ୍ରତିଯୋଗୀ ମାନଙ୍କୁ ଆସନ୍ତା ୫ ତାରିଖ ଦିନ ବିଶ୍ଵ ପରିବେଶ ଦିବସ ଉପଲକ୍ଷେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ପୁରଷ୍କୃତ କରାଯିବ ବୋଲି ଆବାହକ ଶ୍ରୀ ଦାସ ସୂଚନା ଦେଇଛନ୍ତି।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ।

Related posts

ଇମ୍ପେକ୍ଟ ଫାଉଣ୍ଡେସନ ଇଣ୍ଡିଆ,  ରେଲମନ୍ତ୍ରଣାଳୟ ପକ୍ଷରୁ ବିଶ୍ଵର ପ୍ରଥମ ଭ୍ରାମ୍ୟମାଣ ଅସ୍ତ୍ରୋପଚାର ଚିକିତ୍ସା ସେବା ଲାଇଫ ଲାଇନ ଚିକିତ୍ସା ଆରମ୍ଭ

ଖନ୍ତଛକ ମାର୍କେଟ କମ୍ପ୍ଲେକ୍ସକୁ ବଡାମତଳିଆ ଓଡିଶା ଗ୍ରାମ୍ୟ ବ୍ଯାଙ୍କର ସ୍ଥାନାନ୍ତରିତ

Sunil Chandra Nayak

ବେଣୁ ଧର ସୁତାର ଙ୍କ କବିତା ସୁଧମୟି ସଂଧ୍ୟା

Leave a Comment

error: Content is protected !!