ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିଜେଡି ରାଜ୍ୟ ଛାତ୍ର ଜନତା ସାଧାରଣ ସଂପାଦକ ଭାବେ ବିକାଶ ମହାନ୍ତି ମନୋନୀତ

 ମୟୂରଭଞ୍ଜ -୨୩/୮/୨୨!(ମସିହା) ୨୦୨୪ ସାଧାରଣ ନିର୍ବାଚନକୁ ଆଗକୁ ରଖି ବିଜେଡି ତା’ର ସମସ୍ତ ଛାମୁଆଁ ସଂଗଠନର ନବ କଳେବର କରିଛି ।ବିଜୁ ଛାତ୍ର ଜନତାର ନବ କଳେବର ହୋଇଛି । ରାଇରଙ୍ଗପୁର ଅଂଚଳର ଟାଣୁଆ ଛାତ୍ର ନେତା ବିକାଶ ମହାନ୍ତ ନୂଆ ତାଲିକାରେ ପୁନଃ ସ୍ଥାନିତ ହୋଇଛନ୍ତି । ଜଣେ ସୁସଂଗଠକ,ଦାୟିତ୍ବବାାନ,ଦଳର ସମସ୍ତ କାର୍ଯ୍ୟ ନିଷ୍ଠାର ସହ ପାଳନ କରନ୍ତି ,ଯୁବ ସମାଜସେବୀ , ପରୋପକାରୀ ବିକାଶ ମହାନ୍ତ ଛାତ୍ରବେଳୁ ଜଣେ ବିଜୁ ଲିଗାସୀ ଥିଲେ ।ପରେ ଦଳ ତାଙ୍କୁ ମୟୂରଭଂଜ ସଦର ବିଜୁ ଛାତ୍ର ଜନତା ସଭାପତି,ପରେ ବିଜୁ ଛାତ୍ର ଜନତା ସଂପାଦକ ଏବଂ ଚଳିତ ଥର ତାଙ୍କର କାର୍ଯ୍ୟ ଦକ୍ଷତାର ସନ୍ତୁଷ୍ଟ ହୋଇ ଦଳ ତାଙ୍କୁ ବିଜୁ ଛାତ୍ର ଜନତାର ସାଧାରଣ ସଂପାଦକ ଭାବେ ଦାୟିତ୍ବ ଅର୍ପଣ କରିଛନ୍ତି । ଏହି ପଦରେ ତାଙ୍କୁ ମନୋନୀତ କରାଯାଇଥିବାରୁ ରାଜ୍ୟ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ରାଜ୍ୟ ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ,ଆଇଟି ସେଲ ଅଧ୍ୟକ୍ଷ ସୁବ୍ରତ ଛାଟୋଇ, ପୂର୍ବତନ ରାଜସ୍ବ ମନ୍ତ୍ରୀ ସୁଦାମ ମାରାଣ୍ଡି, ରାଜ୍ୟସଭା ସାଂସଦ ମମତା ମହାନ୍ତ, ମହିଳା ଶିଶୁ ବିକାଶ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ,ମୋରଡା ବିଧାୟକ ରାଜ କିଶୋର ଦାସ, ପୂର୍ବତନ ଉପବାଚସ୍ପତି ସାନନ୍ଦ ମାରାଣ୍ଡି, ପୂର୍ବତନ ମନ୍ତ୍ରୀ ସରୋଜିନୀ ହେମ୍ବ୍ରମ୍, ମୟୂରଭଞ୍ଜ ସଦର ବିଜେଡି ଜିଲ୍ଲା ସଭାପତି କାଶୀନାଥ ହେମ୍ବ୍ରମ , ମୟୂରଭଞ୍ଜ ସଦର ବିଜୁ ଯୁବ ଜନତା ସଭାପତି ଅଭିଷେକ ପଟ୍ଟନାୟକ ,ତଥା ବିଜୁ ଜନତା ଦଳର ସମସ୍ତ କର୍ମକର୍ତ୍ତାଙ୍କୁ କୃତଜ୍ଞତା ଜଣାଇଛନ୍ତି ।ସେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ବିଜୁ ଛାତ୍ର ଜନତାକୁ ତୃଣମୂଳ ସ୍ତରରେ ମଜଭୁତ କରିବା ସହ ଦଳ ଯେତେବେଳେ ଯେଉଁ ଦାୟିତ୍ଵ ଦେବେ ସେ ତାହା ଦାୟିତ୍ବର ସହ ତୁଲାଇବେ ବୋଲି କହିଥିଲେ । ଗ୍ରାମାଞ୍ଚଳ ଛାତ୍ରଛାତ୍ରୀ ମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ସେମାନଙ୍କ ସମସ୍ୟା ସମାଧାନ ପାଇଁ ସେ ଚେଷ୍ଟା କରିବେ ବୋଲି କହିଥିଲେ ।ଏହି ଖବର ପାଇ ବିଜୁ ଛାତ୍ର ଜନତା ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି ।

ମୟୂରଭଞ୍ଜ ରୁ ଅକ୍ଷୟ ‌ବିଶ୍ବାଳଙ୍କ ରିପୋର୍ଟ

Related posts

ଧର୍ମଗଡ଼ ଅଞ୍ଚଳ କୋଶଳେଶ୍ୱରୀ ମାଲି ସମାଜର ନୂଆଖାଇ ଭେଟଘାଟ

Sunil Chandra Nayak

ଧର୍ମଗଡ ଠାରେ ଅହିଂସା ରଥ କୁ ଭବ୍ୟ ସ୍ଵାଗତ

Sunil Chandra Nayak

ଖଇରା ଗାନ୍ଧୀଙ୍କ ୧୧୨ ତମ ଜନ୍ମଦିନ ପାଳିତ

Sunil Chandra Nayak

Leave a Comment

error: Content is protected !!