ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜନମଙ୍ଗଳ, ରାସୋଳ ତରଫରୁ ଦୁଇକେନ୍ଦ୍ରମନ୍ତ୍ରୀ ଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଓ ଅନୁରୋଧ ପତ୍ର ପ୍ରଦାନ

ଢ଼େଙ୍କାନାଳ – :  ଅଦ୍ଯ ତା୧୫.୦୬.୨୦୨୨ରିଖ ବୁଧବାର ଦିନ ୧୧ ଟା ସମୟ ରେ ଶ୍ରଦ୍ଧା ଶକ୍ତି ସେବା ସଂସ୍ଥାନ ର ସମସ୍ତ ସେବକ ଓ ସେବିକା ମାନେ ରାସୋଳ ବଜାର ରେ ମାନନୀୟ କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ ମହୋଦୟ ତଥା ମାନନୀୟ କେନ୍ଦ୍ର ଶ୍ରମ,ନିଯୁକ୍ତି ଓ ଜଙ୍ଗଲ ପରିବେଶ ମନ୍ତ୍ରୀ ଭୁପେନ୍ଦ୍ର ଯାଦବ ମହୋଦୟ ଦଳଗତ କାର୍ଯ୍ୟ ରେ ଯାଉଥିବା ସମୟ ରେ ମନ୍ତ୍ରୀ ଦ୍ବୟ ଙ୍କୁ ଭେଟି ସ୍ବାଗତ ସମ୍ବର୍ଦ୍ଧନା ଜଣାଇବା ସହିତ ପୁଷ୍ପ ଗୁଛ ପ୍ରଦାନ ପୂର୍ବକ ସମ୍ମାନ ଜଣାଇ ରାସୋଳ ହସପିଟାଲ ର ଉନ୍ନତି କରଣ,ଟ୍ରୌମା ସେଣ୍ଟର,ଆବଶ୍ୟକତା ଅନୁଯାୟୀ ଡାକ୍ତର ଙ୍କ ପାଇଁ ଅନୁରୋଧ ପତ୍ର ପ୍ରଦାନ କରିଥିଲେ ।ସଂଗଠନ ର ସମସ୍ତ ଉପସ୍ଥିତ ସେବକ ଓ ସେବିକା ମାନଙ୍କୁ ମୂଖ୍ୟ ସଂଗଠକ ବିଭୁପ୍ରସାଦ ଶତପଥୀ ଧନ୍ଯବାଦ୍ ପ୍ରଦାନ କରିଥିଲେ।ଉପ ସଭାପତି ପ୍ରଦୀପ ନାୟକ,ସଂପାଦିକା ପୂର୍ଣ୍ଣିମା ମହାନ୍ତି, ସେବିକା ନିରୁପମା ମିଶ୍ର, ଭନିତା ନାୟକ, ସରୋଜିନୀ ବେହେରା ଏବଂ ସହ ସଂଯୋଜକ ସୁନିଲ୍ ପାତ୍ର, ସେବକ ଭାଇ ଯଥା ସଞ୍ଜୟ ନାୟକ, ମିଥୁନ୍ ବେହେରା,ବ୍ୟାସଦେବ ନାୟକ,ଚନ୍ଦନ ସାହୁ,ମାଧବ ସାହୁ,ସୌମ୍ଯ ଉପାଦ୍ଧ୍ଯାୟ,ମାନସ ମହାରଣା,ମହିମା ପଟ୍ଟନାୟକ,ନନ୍ଦ ସାହୁ,ରାମକୃଷ୍ନ ବୈଦ୍ୟ,ବିନୟ ସାହୁ ଆଦି ଉପସ୍ଥିତ ରହି ଅନୁରୋଧ ପତ୍ର ପ୍ରଦାନ କରିଥିଲେ ।

ଢ଼େଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀ ଙ୍କ ରିପୋର୍ଟ ।

Related posts

ପଞ୍ଚାୟତ ସ୍ତରୀୟ ଅଭିଯୋଗ ଶୁଣାଣି ଏବଂ ସମାଧାନ ଶିବିର

Sunil Chandra Nayak

ପ୍ରଗତି ଉତ୍କଳ ସଂଘ ଆନୁକୂଲ୍ୟରେ ସୁରେନ୍ଦ୍ର ମହାନ୍ତି ଜନ୍ମ ଶତବାର୍ଷିକୀ ପାଳିତ

Sunil Chandra Nayak

ଜନ୍ମାଷ୍ଟମୀ ବ୍ରତ ପୁସ୍ତକ ଉନ୍ମୋଚନ ଓ ବଣ୍ଟନ

Sunil Chandra Nayak

Leave a Comment

error: Content is protected !!