ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଓଡିଶା ଡ୍ରାଇଭର ମହାସଂଘ ର ଦଣ୍ଡବତ ଯାତ୍ରା କୁ ସଫଳ ନିମନ୍ତେ ଦୀପ ଦାନ କାର୍ଯ୍ୟକ୍ରମ

କାମାକ୍ଷାନଗର(ମ ନି ସ)21/10  ଓଡିଶା ଡ୍ରାଇଭର ମହାସଂଘ ର ନବୀନ ନିବାସ ଅଭିମୁଖେ ବାହାରିଥିବା ଦଣ୍ଡବତ ଯାତ୍ରା କୁ ସଫଳ ନିମନ୍ତେ କାମାକ୍ଷା ନଗର ବ୍ଲକ ଡ୍ରାଇଭର ସଙ୍ଘ ପକ୍ଷରୁ ଆଜି ଏକ ଦୀପ ଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | କାମାକ୍ଷାନଗର ସ୍ଥିତ ହନୁମାନ ବାଟିକା ଠାରେ ବ୍ଲକ ର ସମସ୍ତ ଡ୍ରାଇଭର ଭାଇ ମାନେ ଏକତ୍ରିତ ହୋଇ ଦୀପ ଦାନ କରିବା ସହ, ଏହି ଯାତ୍ରା କୁ ସଫଳ ପାଇଁ ହନୁମାନ ଙ୍କ ନିକଟରେ ପ୍ରାଥନା କରିଥିଲେ | ତେବେ ରାଜ୍ୟ ସରକାର ତିନି ମାସ ମହଲତ ଦେଇ ଏକ ବର୍ଷ ପରେ ମଧ୍ୟ ଦାବୀ ପୂରଣ କଲେ ନାହିଁ । ଏହାକୁ ବିରୋଧ କରି ଓଡିଶା ଡ୍ରାଇଭର ମହାସଙ୍ଘ ପକ୍ଷରୁ ସମ୍ବଲପୁର ମା ସମଲେଶ୍ୱରୀ ମନ୍ଦିରରୁ ପଦଯାତ୍ରା ବଦଳରେ ଏକ ନିଆରା ଢଙ୍ଗରେ ନବୀନ ନିବାସ ଅଭିମୁଖେ ବାହାରିଛନ୍ତି | ଏହି ଯାତ୍ରା ର ସଫଳ ରୂପାୟନ ନିମନ୍ତେ ଭଗବାନ ଙ୍କ ନିକଟରେ ଏହି ଦୀପ ଦାନ କାର୍ଯ୍ୟକ୍ରମ କରାଯାଇଛି ବୋଲି କାମାକ୍ଷା ନଗର ବ୍ଲକ ଡ୍ରାଇଭର ସଙ୍ଘ ସଭାପତି ମତ ପ୍ରକାଶ କରିଛନ୍ତି l

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ଭିଜିଲାନ୍ସ ଜାଲରେ ଭିଜିଲାନ୍ସ ଅଧିକାରୀ, କେସ୍ ବନ୍ଦ କରିବାକୁ ନେଉଥିଲେ ୧୦ ଲକ୍ଷ ଲାଞ୍ଚ

ଖାତିଗୁଡା ପୋଲିସ ର ୨ ଜୁଆ ଅଡ୍ଡା ଚଢ଼ାଉ : ୫୮୦୦ ଓ ତାସ କଟା ଜବତ

Sunil Chandra Nayak

ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!