କାମାକ୍ଷାନଗର (ମ ନି ସ) କାମାକ୍ଷାନଗର ଶିକ୍ଷକ ସଂଘ ର ଶିକ୍ଷକ ନେତା ଶ୍ରୀଯୁକ୍ତ ଧନେଶ୍ୱର ସାହୁ, ଶ୍ରୀଯୁକ୍ତ ବିଷ୍ଣୁ ପ୍ରସାଦ ଦାଶ,ଶ୍ରୀଯୁକ୍ତ ଦୁର୍ଗା ପ୍ରସାଦ ତ୍ରିପାଠୀ, ଶ୍ରୀଯୁକ୍ତ ଯୁଧିଷ୍ଠିର ବିଶ୍ୱାଳ, ଶ୍ରୀଯୁକ୍ତ ବିଚିତ୍ରାନନ୍ଦ ଖଟୁଆ, ଶ୍ରୀଯୁକ୍ତ ମନୋରଞ୍ଜନ ସାହୁଙ୍କ ନେତୃତ୍ୱ ଓ ଭାରପ୍ରାପ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଜଗବନ୍ଧୁ ଜେନା ଓ ଅତିରିକ୍ତ ଗୋଷ୍ଠୀ ଅଧିକାରୀ ଶ୍ରୀଯୁକ୍ତ କୃଷ୍ଣଚନ୍ଦ୍ର ଭୋଇ, ଶ୍ରୀଯୁକ୍ତ ଗଣେଶ୍ୱର ବେହେରା ଓ ଶ୍ରୀମତୀ ଅମ୍ବିକା ସାହୁ ଙ୍କ ମାର୍ଗଦର୍ଶନ ରେ କାମାକ୍ଷାନଗର ବ୍ଲକ ର ମୃତ ଭାଷା ଭିତ୍ତିକ ଶିକ୍ଷକ ଶ୍ରୀ ଗୌତମ ପଧାନ ଙ୍କ ଏକମାତ୍ର ପୁତ୍ର ଶ୍ରୀ ଦେବାନନ୍ଦ ପଧାନ ନାମ ରେ UCO bank ରେ 80,000/- ଟଙ୍କା ର ଏଜ fix deposite କରା ଯାଇଛି l ସୂଚନା ଯୋଗ୍ୟ ଯେ ମୃତ ଶିକ୍ଷକ ସୁନାଝରି ପ୍ରାଥମିକ ବିଦ୍ୟାଳୟ ରେ ଶିକ୍ଷକତା କରୁ ଥିଲେ । ତାଙ୍କର ବୃକକ ଜନିତ ରୋଗ ରେ ମୃତ୍ୟୁ ହେଇ ଯାଇଛି l ଦେବାନନ୍ଦ ଙ୍କ ରା ମାତା ଙ୍କ ର ଵି ପୂର୍ବରୁ ମୃତ୍ୟୁ ହେଇଯାଇଛି l ସେ ଏବେ ବାଙ୍କୁଆଳ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ସପ୍ତମ ଶ୍ରେଣୀ ରେ ପଢୁଅଛି. ସେହିପରି କଟା ହରିଜ଼ନ ସାହି ପ୍ରାଥମିକ ବିଦ୍ୟାଳୟ ର ଶିକ୍ଷକ ଶ୍ରୀଯୁକ୍ତ ପ୍ରହ୍ଲାଦ ନାଏକ କର୍କଟ ରୋଗରେ ପୀଡିତ ହୋଇ ଚିକିତ୍ସାତ ହେଉଥିବାରୁ ତାଙ୍କୁ ସଂଘ ତରଫରୁ 25,000/- ଆର୍ଥିକ ସାହାଯ୍ୟ କରାଯାଇଛି lଏହି ସହଯୋଗ ଯୋଗୁ ଗୋଷ୍ଠୀ ଶିକ୍ଷା ଅଧିକାରୀ ସମସ୍ଥ ଶିକ୍ଷକ ଓ ଶିକ୍ଷୟିତ୍ରୀ ଙ୍କୁ ସାଧୁବାଦ ଜଣାଇଛନ୍ତି l
କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ