ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଡିଡି ଓଡ଼ିଆ ଚାନେଲରେ ସଂପର୍କ, ରାଉରକେଲାର ନାଟକ ସନସେଟ୍ ଗେଷ୍ଟ ହାଉସ

ରାଉରକେଲା/ ରାଉରକେଲାର ଅଗ୍ରଣୀ ନାଟ୍ଯାନୁଷ୍ଠାନ ସଂପର୍କର ହସକାନ୍ଦ ସଂଘାତ ଭରା ନାଟକ “ସନ୍ ସେଟ୍ ଗେଷ୍ଟ ହାଉସ ” ଦୂରଦର୍ଶନ କେନ୍ଦ୍ର ଭୁବନେଶ୍ଵର ପ୍ରଯୋଜନାରେ ଡିଡି ୬ (ଓଡିଆ ) ଚାନେଲରେ ୨୩ ତାରିଖ ରବିବାର ରାତି ୯ ଟାରେ ପ୍ରସାରିତ ହେବ । ଏହି ନାଟକର ରଚୟିତା ଓ ନିର୍ଦ୍ଦେଶକ ହେଉଛନ୍ତି ନାଟ୍ୟକାର ଭାସ୍କର ଚନ୍ଦ୍ର ମହାପାତ୍ର। ଦୂରଦର୍ଶନ କେନ୍ଦ୍ରର କାର୍ଯ୍ୟକ୍ରମ ମୁଖ୍ୟ ଦୀପ୍ତି ମିଶ୍ର ଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ନିର୍ମିତ ହୋଇଥିବା ଏହି ନାଟକର ପ୍ରଯୋଜକ ହେଉଛନ୍ତି ସୁଧାଂଶୁ ଶେଖର ପାଢୀ ।ଏହାକୁ ସଂଗୀତରେ ସଜାଇଛନ୍ତି ଶକ୍ତି ପ୍ରସାଦ ମିଶ୍ର। ରୂପସଜ୍ଜା – ପିଙ୍କୁ ,ମାମା ଚିତ୍ରାଳୟ । ବିନୋଦିନୀ ମହାପାତ୍ରଙ୍କ ସୁପରିଚାଳନାରେ ସୁଟିଂ ହୋଇଥିବା ଏହି ନାଟକଟି ଯେଉଁମାନଙ୍କ ବଳିଷ୍ଠ ଅଭିନୟ ରେ ସ୍ବୟଂ ସମ୍ପୂର୍ଣ୍ଣ ହୋଇଛି ସେମାନେ ହେଲେ ଭାସ୍କର ଚନ୍ଦ୍ର ମହାପାତ୍ର, ସୁରେନ୍ଦ୍ର ପାଢୀ, ଅଶୋକ ବଳ, ନୃସିଂହ ଚରଣ ମହାନ୍ତି, ଭରତ ଚନ୍ଦ୍ର ବେହେରା, ପ୍ରଜ୍ଞାନନ୍ଦ ମହାନ୍ତି ,ପ୍ରଳୟ ଶତପଥୀ, ସଞ୍ଜୀବ ଚାନ୍ଦ, ଶ୍ରେୟସ୍ ବୀର ମହାନ୍ତ, ପୁଷ୍ପ ଲତା ବିଶୋଇ, ସସ୍ମିତା ବେକ୍। ସହଯୋଗିତା ଶ୍ରୀମତୀ ମହାନ୍ତ । ଅନୁଷ୍ଠାନର କାର୍ଯ୍ୟକାରୀ ସଭାପତି ବିଜୟ କୁମାର ପାତ୍ର ଏହି ନାଟକୁ ଦେଖି ମତାମତ ଦେବାକୁ ଦର୍ଶକଙ୍କୁ ଅନୁରୋଧ କରିଛନ୍ତି ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ବସରେ ଆଶାକର୍ମୀଙ୍କୁ ଦୁର୍ବ୍ୟବହାର, ରାସ୍ତାରୋକିଲେ ମହିଳା

Sunil Chandra Nayak

ବନ ବିଭାଗ ପକ୍ଷରୁ କେଲାପଡା ସରଂକ୍ଷିତ ଜଙ୍ଗଲ ରେ ବାଉଁଶ ଚାରା ରୋପଣ କାର୍ଯ୍ୟକ୍ରମ ଶୁଭାରମ୍ଭ

Sunil Chandra Nayak

କାମାକ୍ଷନଗର ଏନ୍ ଏ ସି ରେ ବି ଜେ ଡି ର ସାଂଗଠନିକ କର୍ମଶାଳା

Leave a Comment

error: Content is protected !!