ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଡାବୁଗାଁ ରେ ବିଶ୍ଵକର୍ମା ଙ୍କ ପୂଜା ପାଳିତ

ଡାବୁଗାଁ,୧୭/୯ ଶନିବାର ଡାବୁଗାଁ ସଦର ମହକୁମା ସ୍ଥିତ ସାଉଥକୋ ଅଫିସ, ବ୍ଲକ କାର୍ଯ୍ୟ|ଳୟ, ଓଡିଶା ବିହନ ନିଗମ ପ୍ଳାଣ୍ଟ ଓ ବିଭିନ୍ନ ବେସରକାରି ଅନୁଷ୍ଠାନ ରେ ପ୍ରଭୁ ବିଶ୍ଵକର୍ମାଙ୍କୁ ପୁଜା ଅନୁଷ୍ଠିତ ହୋଇ ଯାଇଛି | ବିଦ୍ୟୁତ ବିଭାଗ କାର୍ଯ୍ୟ|ଳୟ ଠାରେ ପ୍ରତି ବର୍ଷ ଭଳି ଏବର୍ଷ ମଧ୍ୟ ପ୍ରଭୁ ବିଶ୍ଵକର୍ମାଙ୍କ ମୂର୍ତି ସ୍ଥାପନ କରି ବହୁ ଧୁମ୍ ଧାମ୍ ରେ ପାଳନ କରିଛନ୍ତି | ବିଦ୍ୟୁତ ବିଭାଗ ସହକାରୀ ଯନ୍ତ୍ରୀ ପବିତ୍ର କୁମାର ସାହୁ କର୍ତ୍ତା ଭାବେ ପୂଜାର୍ଚ୍ଚନା କରିଥିଲେ | ଏହି ପୂଜା ମଣ୍ଡପ ଗୁଡିକରେ ରଙ୍ଗ ବେରଙ୍ଗ ଆଲୋକ ମାଳାରେ ଝଲସି ପଡୁଛି | ସନ୍ଧ୍ୟାରେ ବିଶ୍ଵକର୍ମାଙ୍କୁ ଦର୍ଶନ କରିବା ପାଇଁ ବହୁ ଭକ୍ତଙ୍କ ଭିଡ ଦେଖିବାକୁ ମିଳିଛି | ସାଉଥକୋ କାର୍ଯ୍ୟ|ଳୟ ରେ ହୋଇ ଥିବା ମୂର୍ତି , ସାଜ ସଜା ବହୁତ ଆକର୍ଷଣୀୟ ହୋଇଥିଲା | ଏଠାରେ ମଧ୍ୟାନ୍ନ ରେ ଭକ୍ତ ମାନଙ୍କୁ ଅନ୍ନଭୋଗ ବଣ୍ଟନ କରା ଯାଇଥିଲା | ଏଥିରେ ବିଦ୍ୟୁତ ବିଭାଗ ରାଜସ୍ୱ ସୁରକ୍ଷା ଅଧିକାରୀ ସୂର୍ଯ୍ୟକାନ୍ତ ପାଢୀ, ସୁପରଭାଇଜର ଶୁଭନ ଚୌଧୁରୀ, ଲାଇନମ୍ୟାନ ମଞ୍ଜୁଳ କୁମାର ସେଠୀ, ପ୍ରବୀଣ କୁମାର ସାହୁ ଓ ଉତ୍ତମ ଦାସ ପ୍ରମୁଖ ପରିଚାଳନା କରିଥିଲେ |

         ପ୍ରଜ୍ଞ|ରଞ୍ଜନ ପରିଡା, ଡାବୁଗାଁ

Related posts

ଭବାନୀପାଟଣା ସହର ବର୍ଷା ଜାଲରେ ଉବୁଟୁବୁ

Sunil Chandra Nayak

ଫୁଲବାଣୀ ପୌର ନିର୍ବାଚନ – ମନ୍ତ୍ରୀ ପଦ୍ମନାଭ ବେହେରା ଓହ୍ଲାଇଲେ ନିର୍ବାଚନ ମଇଦାନ ରେ

Sunil Chandra Nayak

କେସିଙ୍ଗା ପୋଲିସ ର ବଡ ସଫଳତା, ଏକ ବଡ଼ ଧରଣ ର ବାଇକ ଚୋର ଗ୍ୟାଙ୍ଗ କୁ ଠାବ କଲା କେସିଙ୍ଗା ପୋଲିସ , ୧୯ଟି ବାଇକ ଜବତ ଓ ୫ ଜଣ ବାଇକ ଚୋର ଗିରଫ

Sunil Chandra Nayak

Leave a Comment

error: Content is protected !!