ରାଉରକେଲା/ ଇସ୍ପାତ ନଗରୀ ରାଉରକେଲାରେ ଦେବ ବିନ୍ଧାଣୀ ଶ୍ରୀ ଶ୍ରୀ ବିଶ୍ବକର୍ମା ପୂଜା ମହାସମାରୋହରେ ପାଳିତ ହୋଇଯାଇଛି । ରାଉରକେଲା ଷ୍ଟିଲ ପ୍ଲାଣ୍ଟ ସହ ସ୍ମାର୍ଟ ସିଟିର ବିଭିନ୍ନ ଅନୁଷ୍ଠାନ ଗୁଡିକରେ ଦେବଶିଳ୍ପୀ ବିଶ୍ବକର୍ମାଙ୍କ ପୂଜା କରାଯାଇଛି । ଏହି କ୍ରମରେ ରାଉରକେଲା କ୍ଲବ ଠାରେ ଦେବବିନ୍ଧାଣୀ ଙ୍କ ୨୫ବର୍ଷ ସିଲଭର ଜୁବୁଲି ଉପଲକ୍ଷେ ସ୍ବତନ୍ତ୍ର ପୂଜା ଆୟୋଜନ କରାଯାଇଥିଲା । ଏହି ମହୋତ୍ସବରେ କ୍ଲବର ମ୍ୟାନେଜର ପ୍ରମୋଦ କୁମାର ପଟ୍ଟନାୟକ କର୍ତ୍ତା ଭାବେ ଯୋଗଦେଇ ପୂଜାର୍ଚ୍ଚନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସର୍ବଶ୍ରୀ ଦେବବ୍ରତ ମହାନ୍ତି, ଅରୁଣ ସାମଲ,ମୂରଲୀ,ସମୀର,କୃଷ୍ଣ,ସନାତନ,ସୁଦାମ,ରମେଶ,ସଞ୍ଜୟ,ଅନନ୍ତ,ଭିକି,କାର୍ତ୍ତିକ,ଯୁଗଳ ପ୍ରମୁଖ ଉପସ୍ଥିତ ରହି ପୂଜାର୍ଚ୍ଚନାରେ ଭାଗନେଇଥିଲେ।
ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ