ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଇସ୍ପାତ ସହରରେ ଦେବ ବିନ୍ଧାଣୀଙ୍କ ପୂଜାର୍ଚ୍ଚନା

ରାଉରକେଲା/ ଇସ୍ପାତ ନଗରୀ ରାଉରକେଲାରେ ଦେବ ବିନ୍ଧାଣୀ ଶ୍ରୀ ଶ୍ରୀ ବିଶ୍ବକର୍ମା ପୂଜା ମହାସମାରୋହରେ ପାଳିତ ହୋଇଯାଇଛି । ରାଉରକେଲା ଷ୍ଟିଲ ପ୍ଲାଣ୍ଟ ସହ ସ୍ମାର୍ଟ ସିଟିର ବିଭିନ୍ନ ଅନୁଷ୍ଠାନ ଗୁଡିକରେ ଦେବଶିଳ୍ପୀ ବିଶ୍ବକର୍ମାଙ୍କ ପୂଜା କରାଯାଇଛି । ଏହି କ୍ରମରେ ରାଉରକେଲା କ୍ଲବ ଠାରେ ଦେବବିନ୍ଧାଣୀ ଙ୍କ ୨୫ବର୍ଷ ସିଲଭର ଜୁବୁଲି ଉପଲକ୍ଷେ ସ୍ବତନ୍ତ୍ର ପୂଜା ଆୟୋଜନ କରାଯାଇଥିଲା । ଏହି ମହୋତ୍ସବରେ କ୍ଲବର ମ୍ୟାନେଜର ପ୍ରମୋଦ କୁମାର ପଟ୍ଟନାୟକ କର୍ତ୍ତା ଭାବେ ଯୋଗଦେଇ ପୂଜାର୍ଚ୍ଚନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସର୍ବଶ୍ରୀ ଦେବବ୍ରତ ମହାନ୍ତି, ଅରୁଣ ସାମଲ,ମୂରଲୀ,ସମୀର,କୃଷ୍ଣ,ସନାତନ,ସୁଦାମ,ରମେଶ,ସଞ୍ଜୟ,ଅନନ୍ତ,ଭିକି,କାର୍ତ୍ତିକ,ଯୁଗଳ ପ୍ରମୁଖ ଉପସ୍ଥିତ ରହି ପୂଜାର୍ଚ୍ଚନାରେ ଭାଗନେଇଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ

Related posts

ବିଜୟ କୁମାର ଜେନା ଙ୍କ କବିତା ସକାଳର ଜଣାଣ କବି ଟିଏ ମୁହିଁ

Sunil Chandra Nayak

ସରୋଜ କୁମାର ଟୋଲଟିଆ ଙ୍କ କବିତା ଅର୍ନଦାତା

Sunil Chandra Nayak

ରାସୋଳ କୁ “ ଏନ୍‌ଏସି ” ମାନ୍ୟତା ପ୍ରଦାନ କରିବା ଦାବିରେ ଇଂ . ଦେବାଶିଷ ହୋତାଙ୍କ ନେତୃତ୍ବରେ ଆନ୍ଦୋଳନ

Sunil Chandra Nayak

Leave a Comment

error: Content is protected !!