ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଋଚିକା ମହାନ୍ତି ଙ୍କୁ ନ୍ୟାୟ ଓ କ୍ୟାମ୍ପସ କୁ ରେଗିଂ ମୁକ୍ତ କରିବା ପାଇଁ ଏଆଈଏସଏଫ ର ଦାବୀ

ପଞ୍ଚାୟତ ମହାବିଦ୍ୟାଳୟ ରେ ଦସ୍ତଖତ ସଂଗ୍ରହ ଅଭିଯାନ

ଧର୍ମଗଡ:୨୮/୭/୨୨: ଭୁବନେଶ୍ଵର ବିଜେବି କଲେଜର ଛାତ୍ରୀ ଋଚିକା ମହାନ୍ତି ରାଗିଂ ଯୋଗୁ ଆତ୍ମ ହତ୍ୟା କରିଥିବା ବେଳେ ତାକୁ ନ୍ୟାୟ ପ୍ରଦାନ ଏବଂ କଲେଜ କ୍ୟାମ୍ପସ କୁ ରେଗୀଙ୍ଗ ମୁକ୍ତ କରିବା ଦାବୀ ରେ ଅଖିଳ ଭାରତ ଛାତ୍ର ସଂଘ ପକ୍ଷ ରୁ ମୂଖ୍ୟ ମନ୍ତ୍ରୀ ଙ୍କ ଉଦେଶ୍ୟ ରେ ଏକ ୬ ଦଫା ସମ୍ବଳିତ ଦାବିପତ୍ର ପ୍ରେରଣ କରାଯାଇଛି । ଆଜି ସ୍ଥାନୀୟ ପଞ୍ଚାୟତ ମହାବିଦ୍ୟାଳୟ ରେ ଅଖିଳ ଭାରତ ଛାତ୍ର ସଙ୍ଗ ପକ୍ଷ ରୁ କଳାହାଣ୍ଡି ଜିଲ୍ଲା ସଭାପତି ରାଜାରାମ ଡଙ୍ଗରୀ, ଉପ ସଭାପତି ଲିଙ୍କନ ବାଗ ଓ ସକ୍ରିୟ ସଦସ୍ୟ ଶିବା ମୁଣ୍ଡ ପ୍ରମୁଖ ଉପସ୍ଥିତ ରହି ଦସ୍ତଖତ ସଂଗ୍ରହ ଅଭିଯାନ ଦାବୀ ପତ୍ର ରେ ଛାତ୍ର ଛାତ୍ରୀ ଙ୍କ ଦସ୍ତଖତ ସଂଗ୍ରହ କରି ଥିଲେ । ଚଳିତ ବିଧାନସଭା ରେ ଆଣ୍ଟି ରେଗିଙ୍ଗ ଆଇନ ଅଣାଯିବା, ଶିକ୍ଷାନୁଷ୍ଠାନ ମାନଙ୍କରେ ଆଣ୍ଟି ରିଗିଂ କମିଟି ଗଠନ କରାଯିବା, ଶିକ୍ଷା ବର୍ଷ ଆରମ୍ଭ ରେ ଛାତ୍ର ଛାତ୍ରୀ ଙ୍କ ମଧ୍ୟ ରେ ଆଣ୍ଟି ରେଗିଙ୍ଗ କାଉନସେଲିଂ କରାଯିବା, ଛାତ୍ର ସଂସଦ ନିର୍ବାଚନ କରାଯିବା, କଲେଜ ଓ ହଷ୍ଟେଲ ରେ ସିଶି ଟିଭି କ୍ୟାମେରା ଲଗାଯିବା ଆଦି ୬ଦଫା ଦାବୀ ରହିଛି ।

ଧର୍ମଗଡ଼ ରୁ ବୈଦ୍ୟ ନାଥ ବେହେରା ଙ୍କ ରିପୋର୍ଟ

Related posts

ଜି ସାର୍ଥକ ଦାଦାଗିରି କାର୍ଯ୍ୟକ୍ରମ ରେ ଢ଼େଙ୍କାନାଳ ଝିଅ ବିଭାରାଣୀ

Sunil Chandra Nayak

ଇସ୍ପାତ ନଗରୀରେ ଧୂମଧାମ ଓ ଭକ୍ତି ତଥା ଶ୍ରଦ୍ଧାରେ ପାଳିତ ହେଲା ଗୁରୁଦିବସ

Sunil Chandra Nayak

ସରଧାପୁର ରେ ଗାନ୍ଧୀ ଜୟନ୍ତୀ ପାଳିତ

Sunil Chandra Nayak

Leave a Comment

error: Content is protected !!