ଧର୍ମଗଡ/ଗୋଲାମୁଣ୍ଡା:୨୮/୭/୨୨: ପୂର୍ବତନ ସାଂସଦ ସୁବାସ ନାୟକ ଙ୍କ ବିୟୋଗ ରେ ଗୋଲାମୁଣ୍ଡା ଠାରେ ଏକ ଶୋକ ସଭା ଆୟୋଜିତ ହୋଇ ଯାଇଛି । ଗୋଲାମୁଣ୍ଡା କୃଷି ସେବା ସମବାୟ ସମିତି କାର୍ଯ୍ୟଳୟ ଠାରେ ଆୟୋଜିତ ଏହି ଶୋକ ସଭା ରେ ଦୁର୍ଗା ପ୍ରସାଦ ରାଉତ ସଭାପତିତ୍ବ କରିଥିଲେ । ସ୍ବର୍ଗତ ନାୟକ ଙ୍କ ଫଟୋ ଚିତ୍ର ରେ ପୁଷ୍ପାଞ୍ଜଳି ପ୍ରଦାନ ସହ ଅମର ଆତ୍ମା ର ସଦ ଗତି ନିମନ୍ତେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ଦିବଙ୍ଗତ ସାଂସଦ ଶ୍ରୀ ନାୟକ ଜଣେ ସିଦାସାଧା ରାଜନେତା ଥିଲେ । ଅବିଭକ୍ତ କଳାହାଣ୍ଡି ଜିଲ୍ଲା ର ପ୍ରତ୍ୟେକ ଗ୍ରାମାଞ୍ଚଳ ର ଲୋକ ଙ୍କୁ ସେ ବ୍ୟକ୍ତି ଗତ ଭାବେ ଚିଠି ଲେଖି ଲୋକ ଙ୍କ ଅସୁବିଧା ସୁବିଧା ସମ୍ପର୍କ ରେ ବୁଝୁଥିଲେ । ଆଜି ମଧ୍ୟ ତାଙ୍କ ଦ୍ଵାରା ପ୍ରେରିତ ଚିଠି ଲୋକେ ସ୍ମୃତି ଭାବେ ସାଇତି ରଖିଛନ୍ତି ବୋଲି ସ୍ମୃତି ଚାରଣ କରି ପ୍ରସନ୍ନ ରାଉତ ପ୍ରକାଶ କରିଥିଲେ । ଶୋକ ସଭା ରେ ଅନ୍ୟମାନଙ୍କ ମଧ୍ୟରେ ସୁବାସ ରାଉତ, ନରସିଂହ ମୁଣ୍ଡ, ଦୀନବନ୍ଧୁ ରାଉତ, ଜାନକୀ ଚଲାନ, ପରୀକ୍ଷିତ ନାଏକ, ଭାବନି ରାଉତ, ପ୍ୟକ୍ସ ସମ୍ପାଦକ କିରଟି ପ୍ରଧାନ, ମାୟାଧର ମାଝୀ, ଓ ହେତୁରାମ ମାଝୀ ପ୍ରମୁଖ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରି ଥିଲେ ।
ଧର୍ମଗଡ଼ ରୁ ବୈଦ୍ୟ ନାଥ ବେହେରା ଙ୍କ ରିପୋର୍ଟ