ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନାବାଳିକାଙ୍କ ଉନ୍ମତ କାଣ୍ଡ , ଆମ୍ବ ଗଛ ଉପରେ ଚଢି ଆତ୍ମହତ୍ୟା ଉଦ୍ୟମ , ଅଗ୍ନିସମ ବିଭାଗ ଦ୍ଵାରା ଉଦ୍ଧାର

ଡାବୁଗାଁ, ୨୮/୭ ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଅଧୀନ ଡ଼ଙ୍ଗରିଗୁଡା ପଞ୍ଚାୟତ ପାଖରେ ଥିବା ଆମ୍ବବଗିଚା ର ଏକ ଅମ୍ବଗଛ ଉପରକୁ ଏକ ନାବାଳିକା ଗୁରୁବାର ଅପରାହ୍ନ ପ୍ରାୟ ୩ ଘ ସମୟରେ ଚଢି ଯାଇ ନିଜ ଓଢଣୀ ସାହାଯ୍ୟରେ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିବା ଦେଖାଯାଇଛି | ସୂଚନାଯୋଗ୍ୟ:- ଟଇଁଲାଗୁଡା ଗ୍ରାମର ବଂଶୀ ଗଉଡ ଙ୍କ ନାବାଳିକା ଝିଅ ସବିତା ଗଉଡ (୧୬) ଗତ କିଛି ବର୍ଷ ହେଲା ଡ଼ଙ୍ଗରିଗୁଡା ସ୍ଥିତ ନିଜ ଅଜା ଙ୍କ ଘରେ ରହିଆସୁଥିଲେ | କୌଣସି କାରଣରୁ ସବିତା ଆଜି ଅପରାହ୍ନରେ ଘରୁ ଚାଲିଯାଇ ନିଜ ଘରପାଖ ରେ ଥିବା ଆମ୍ବ ବଗିଚା ର ଏକ ଗଛରେ ଚଢିଯାଇ ନିଜ ଓଢଣୀ ସାହାଯ୍ୟରେ ଆତ୍ମହତ୍ୟା କରିବା କୁ ଉଦ୍ୟମ କରୁଥିବା ସମୟରେ ସେହି ଗ୍ରାମର ଏକ ଯୁବକ ସଭାସିଂ କୁମ୍ଭାର ଏହାକୁ ଦେଖିଥିଲେ | ପରେ ସେ ସେହି ଗଛ ଉପରେ ଚଢି ଯାଇ କବିତାଙ୍କୁ ଧରି କରି ପାଟି କରି ନିକଟ ରେ ଥିବା ଲୋକଙ୍କୁ ଡ଼ାକିଥିଲେ | ପରେ ସ୍ଥାନୀୟ ଲୋକେ ସେଠାରେ ପହଞ୍ଚି ଡାବୁଗାଁ ଅଗ୍ନିସମ ବିଭାଗ କୁ ଖବର ଦେଇଥିଲେ | ଅଗ୍ନିସମ ବିଭାଗ ର କର୍ମଚାରୀ ସେଠାରେ ପହଞ୍ଚି ଉକ୍ତ ୨ ଜଣ ଙ୍କୁ ଗଛ ଉପରୁ ଉଧାର କରିବାପାଇଁ ଯାଇଥିଲେ | ପ୍ରାୟ ୨ ଘଣ୍ଟା ସମୟ ଚେଷ୍ଟା କରିବା ପରେ ଅଗ୍ନିସମ ବିଭାଗ ର କର୍ମଚାରୀ ଏଲ ଏଫ ଏମ ଉପେନ୍ଦ୍ର ମହାରଣା , ମଙ୍ଗଳଦାନ ହିକକ୍କା , ମାନସିଂ ଶବର, ହେମନ୍ତ ନାୟକ, ମଳୟ ନାୟକ, ପ୍ରଶନ୍ନ ବିଶ୍ଵାଳ ସେମାନଙ୍କୁ ଉଦ୍ଧାର କରିଥିଲେ | ଉଦ୍ଧାର ପରେ ଉକ୍ତ ନାବାଳିକା ଙ୍କୁ ଡାବୁଗାଁ ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର କୁ ନିଆଯାଇଥିଲା | ସେଠାରେ ଡାକ୍ତର ଡଃ ଏସପି ଶତପଥି ସବିତାଙ୍କ ଅବସ୍ଥା ଠିକ ଥିବା କହିଥିଲେ | ଗଛ ଉପରେ ଚଢି ସାହସର ସହ ନାବାଳିକାର ଜୀବନ ରକ୍ଷା କରିଥିବା ରୁ ସଭାସିଂ ଙ୍କୁ ଡାବୁଗାଁ ସାମ୍ବାଦିକ ସଂଘ ତରଫରୁ ତାଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଛି | ଏହି ସାହସିକତା ଜନସାଧାରଣଙ୍କ ଉଦାହରଣ ପାଲଟିଥିବା ଚର୍ଚ୍ଚାର ବିଷୟ ପାଲଟିଛି |

ପ୍ରଜ୍ଞାରଞ୍ଜନ ପରିଡା, ଡାବୁଗାଁ ଙ୍କ ରିପୋର୍ଟ 

Related posts

ରାଇରଙ୍ଗପୁରରେ ମହାସମାରୋହରେ ଦେବସ୍ନାନ ପୂର୍ଣ୍ଣିମା ଅନୁଷ୍ଠିତ

Sunil Chandra Nayak

ପୋଖରୀ ରୁ ଗାଧୋଇବାକୁ ଯାଇ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ଅନ୍ତେବାସୀ ଙ୍କ ମୃତ୍ୟୁ

Sunil Chandra Nayak

ବ୍ଲକ୍ ଅଧ୍ୟକ୍ଷା ସସ୍ମିତାରାଣୀଙ୍କ ଦୃଢ଼ ପଦକ୍ଷେପ: ବାବନ୍ଧ ଗ୍ରାମ ସାନ ସାହି ରେ ନଳକୂପ ଖନନ

Leave a Comment

error: Content is protected !!