ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କାର୍ଯ୍ୟରତ ସାମ୍ବାଦିକ ମାନଙ୍କୁ ନେଇ ବିଧାୟକ କଲେ ବନ୍ଧୁ ମିଳନ

ବାଲେଶ୍ଵର,୦୬/୧୯/୨୨- ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକର କାର୍ଯ୍ୟରତ ସାମ୍ବାଦିକ ମାନଙ୍କୁ ନେଇ ବିଧାୟକ କଲେ ବନ୍ଧୁ ମିଳନ । ପ୍ରତିବର୍ଷ ପରି ଏବର୍ଷ ମଧ୍ୟ ଦୁର୍ଗା ପୂଜା ଉପଲକ୍ଷେ ସ୍ଥାନୀୟ ବିଧାୟକ ଜ୍ଯୋତିପ୍ରକାଶ ପାଣିଗ୍ରାହୀ ସମସ୍ତ ସାମ୍ବାଦିକ ମାନଙ୍କୁ ଡାକି କୁପାରୀ ସ୍ଥିତ ଭଡା ଘରେ ବନ୍ଧୁ ମିଳନର ଆୟୋଜନ କରିଥିଲେ । ରାଜନୀତିର ଉର୍ଦ୍ଧ୍ବରେ ରହି ସଦାସର୍ବଦା ସାମ୍ବାଦିକ ମାନେ କାର୍ଯ୍ୟ କରିବା, ନିରପେକ୍ଷ ସମ୍ବାଦ ପରିବେଷଣ କରିବା, ନିର୍ଭୁଲ ଓ ସତ୍ୟ ଖବର ପ୍ରକାଶ କରିବା ହେଉଛି ସାମ୍ବାଦିକ ମାନଙ୍କ ଧର୍ମ । ସାମ୍ବାଦିକ ମାନେ ହେଉଛନ୍ତି ଦେଶର ମେରୁଦଣ୍ଡ ସଦୃଶ । ସ୍ବଚ୍ଛ ଓ ନିର୍ମଳ ହୃଦୟରେ ଲେଖନୀ ଚାଳନା କଲେ ସମାଜର ପରିବର୍ତ୍ତନ ସମ୍ଭବ । ଶେଷରେ କାହାରି ଲେଖାକୁ କପି ନକରି ନିଜେ ଲେଖା ଶିଖିବାକୁ ପରାମର୍ଶ ଦେଇଥିଲେ । ଏଥିରେ ସାମ୍ବାଦିକ ନରେନ୍ଦ୍ର ପ୍ରସାଦ ବେହେରା, ଆଲୋକ ପଣ୍ଡା, ଲୋଚନ ରାଉତ, ତପୋଧନ ବାରିକ, କିଶୋର କୁମାର ବେହେରା, ରଘୁନାଥ ସାମଲ, ଦୟାନିଧି ମହାପାତ୍ର, ତ୍ରିଲୋଚନ ଉପାଧ୍ଯାୟ, ଆନନ୍ଦ କୁମାର ବେହେରା, ବିସ୍ମୟ ବେହେରା, ସଞ୍ଜୟ ବେହେରା, ଛାୟାକାନ୍ତ ମହାନ୍ତି, ଅନାମ ଚରଣ ପଣ୍ଡା, ଉତ୍କଳବନ୍ଧୁ ପଣ୍ଡା, ନିଶିକାନ୍ତ ମହାନ୍ତିଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ । ସମସ୍ତଙ୍କୁ ବିଧାୟକ ଖୁସିରେ ଉତ୍ତରୀୟ ଓ ମିଷ୍ଠାନ ବଣ୍ଟନ କରି ଭବିଷ୍ୟତ ଉଜ୍ଜ୍ୱଳ କାମନା କରିଥିଲେ । ଅପରପକ୍ଷେ ସାମ୍ବାଦିକ ମାନଙ୍କ ତରଫରୁ ମଧ୍ୟ ବିଧାୟକଙ୍କ ଚଲାପଥ କୁସୁମିତ ନିମନ୍ତେ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରାଯାଇଥିଲା । ପରିଶେଷରେ ସମସ୍ତେ ବିଧାୟକଙ୍କ ଠାରୁ ଖୁସି ମନରେ ଘରକୁ ଫେରିଥିଲେ ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ରାଜା ଆର୍ତ୍ତରାଣ ଉଚ୍ଚ ବିଦ୍ୟାଳୟ ରେ ଉତ୍କଳ ଦିବସ ପାଳିତ

Sunil Chandra Nayak

ଟ୍ରକ ଧକ୍କାରେ ଶିକ୍ଷୟିତ୍ରୀ ଗୁରୁତର

Sunil Chandra Nayak

ପୂର୍ବତନ ସରପଞ୍ଚ ଜୟଶ୍ରୀ ନାଏକଙ୍କ ପରଲୋକ

Sunil Chandra Nayak

Leave a Comment

error: Content is protected !!