ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଆସ କିଛି ଜାଣିବା (ଗଳ୍ପ)

ଅହଂକାର ମଣିଷର ସବୁଠାରୁ ବଡ଼ ଶତ୍ରୁ

ଅହଂକାର ହେଉଛି ବ୍ଯକ୍ତିର ସବୁଠାରୁ ବଡ଼ ଶତ୍ରୁ । ଏକଦା ଏକ ରାଜ୍ୟରେ ଜଣେ ବ୍ଯବସାୟୀ ସବୁଠାରୁ ବଡ଼ ଧନୀ ଥିଲେ । ଦିନେ ସେ ଭାବିଲେ ମୋ ପାଖରେ ବହୁତ୍ ଧନ ସମ୍ପତ୍ତି ରହିଛି । କିନ୍ତୁ କମ୍ ଲୋକ ଏ ବିଷୟରେ ଜାଣିଛନ୍ତି । ତେଣୁ ସେ ନିଜର ଧନ ସମ୍ପତ୍ତିକୁ ପ୍ରଦର୍ଶନ କରିବା ନିମିତ୍ତ ଏକ ଭବ୍ୟ ଭୋଜିର ଆୟୋଜନ କଲେ । ସମଗ୍ର ରାଜ୍ୟର ଲୋକମାନଙ୍କୁ ଏହି ଭୋଜିକୁ ନିମନ୍ତ୍ରଣ କଲେ । ବ୍ଯବସାୟୀ ଜଣକ ରାଜ୍ୟର ରାଜାଙ୍କ ନିକଟକୁ ଯାଇ ତାଙ୍କୁ ନିଜର ଭୋଜିକୁ ନିମନ୍ତ୍ରଣ କଲେ । ରାଜା କହିଲେ ମୁଁ ବୃଦ୍ଧ ହୋଇଗଲିଣି । ବାହାରକୁ ଯାଇ ପାରିବି ନାହିଁ । ବ୍ଯବସାୟୀ ଜଣକ ବିକଳ ହୋଇ କହିଲେ ଆପଣଙ୍କ ବିନା ମୋର ସମସ୍ତ ଆୟୋଜନ ବ୍ଯର୍ଥ ହୋଇଯିବ । ତେଣୁ ରାଜା କହିଲେ ଗୋଟିଏ ଉପାୟ ଅଛି । ମୁଁ ମୋର ସାନ ପୁତ୍ର କିଶୋରକୁ ତୁମ ଭୋଜିକୁ ଯିବାପାଇଁ କହିବି । ସନ୍ତୁଷ୍ଟ ହୋଇ ବ୍ଯବସାୟୀ ବିଦାୟ ନେଲେ । ଠିକ୍ ସମୟରେ ବ୍ଯବସାୟୀ ଭୋଜିର ଆୟୋଜନ କଲେ । ସମଗ୍ର ରାଜ୍ୟବାସୀ ଉପସ୍ଥିତ ଥିଲେ । ଶେଷରେ ରାଜକୁମାର କିଶୋର ଆସି ପହଞ୍ଚିଲେ ଏବଂ କହିଲେ ମୋତେ ଜୋରରେ ଭୋକ ଲାଗୁଛି । ବ୍ଯବସାୟୀ ରାଜକୁମାରଙ୍କୁ ଭୋଜନ ସାମଗ୍ରୀ ଥିବା କୋଠରୀକୁ ନେଇଗଲେ । ସୁନା ଥାଳିରେ ଭୋଜନ ପରସିଲେ । କ୍ଷଣକ ମଧ୍ୟରେ ରାଜକୁମାର ଭୋଜନକୁ ସମ୍ପୂର୍ଣ୍ଣ କରିଦେଲେ । ପୁଣି ଭୋଜନ ମାଗିଲେ, ତାକୁ ମଧ୍ୟ ରାଜକୁମାର ଶେଷ କରିଦେଲେ । ବାରମ୍ବାର ଏହିଭଳି ଖାଇବା ପରସିବା କାମ ଜାରି ରହିଲା । କମ୍ ସମୟ ମଧ୍ୟରେ ହଜାର ହଜାର ଲୋକଙ୍କ ପାଇଁ ପ୍ରସ୍ତୁତ ହୋଇଥିବା ଭୋଜନ ଶେଷ ହୋଇଗଲା । ତଥାପି କିଶୋରଙ୍କ ପେଟ ପୂରିଲା ନାହିଁ । ତେଣୁ ସେ ରୋଷେଇ ଘରକୁ ଯାଇ ସେଠାରେ ଥିବା କଞ୍ଚା ସାମଗ୍ରୀ ସଵୁ ଖାଇଗଲା । ଯେତେବେଳେ ସବୁକିଛି ଖାଦ୍ୟ ଶେଷ ହୋଇଗଲା କିଶୋର ବ୍ଯାପାରୀକୁ କହିଲେ ଯଦି ମୋତେ ଖାଇବାକୁ ଦେବାକୁ ତୋ ପାଖରେ କିଛି ନାହିଁ । ତେବେ ନିମନ୍ତ୍ରଣ କରୁଥିଲୁ କାହିଁକି ? ବ୍ଯବସାୟୀର ଗର୍ବ ଭାଙ୍ଗିଗଲା ଏବଂ ନିଜର ଅହଂକାର ପାଇଁ ଅନୁତପ୍ତ ହେଲା ।।

 

ସଂଗ୍ରାହକ – କବିକମଳ ନରେନ୍ଦ୍ର ପ୍ରସାଦ ବେହେରା

,ସମ୍ପାଦକ – ମୋ ଅନୁଷ୍ଠାନ,

ଆଳଦା, ଖଇରା, ବାଲେଶ୍ବର

Related posts

ବେଣୁଧର ସୂତାର ଙ୍କ କବିତା ସପନ ନଈର ତୁଠେ

Sunil Chandra Nayak

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା ମାଗୁ ଅଛି ପ୍ରଭୁ ଶରଣ

Sunil Chandra Nayak

ପ୍ରାକ୍ ମୌସୁମୀ ବର୍ଷା ଫଳରେ ନର୍ଲାବ୍ଲକ ଅଞ୍ଚଳରେ ଖରିଫ ଫସଲ ପାଇଁ କ୍ଷେତ୍ର ପ୍ରସ୍ତୁତିରେ ଚାଷୀ କୁଳ ଚଳଚଞ୍ଚଳ

Sunil Chandra Nayak

Leave a Comment

error: Content is protected !!