ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଆସ କିଛି ଜାଣିବା (ଗଳ୍ପ)

ଅହଂକାର ମଣିଷର ସବୁଠାରୁ ବଡ଼ ଶତ୍ରୁ

ଅହଂକାର ହେଉଛି ବ୍ଯକ୍ତିର ସବୁଠାରୁ ବଡ଼ ଶତ୍ରୁ । ଏକଦା ଏକ ରାଜ୍ୟରେ ଜଣେ ବ୍ଯବସାୟୀ ସବୁଠାରୁ ବଡ଼ ଧନୀ ଥିଲେ । ଦିନେ ସେ ଭାବିଲେ ମୋ ପାଖରେ ବହୁତ୍ ଧନ ସମ୍ପତ୍ତି ରହିଛି । କିନ୍ତୁ କମ୍ ଲୋକ ଏ ବିଷୟରେ ଜାଣିଛନ୍ତି । ତେଣୁ ସେ ନିଜର ଧନ ସମ୍ପତ୍ତିକୁ ପ୍ରଦର୍ଶନ କରିବା ନିମିତ୍ତ ଏକ ଭବ୍ୟ ଭୋଜିର ଆୟୋଜନ କଲେ । ସମଗ୍ର ରାଜ୍ୟର ଲୋକମାନଙ୍କୁ ଏହି ଭୋଜିକୁ ନିମନ୍ତ୍ରଣ କଲେ । ବ୍ଯବସାୟୀ ଜଣକ ରାଜ୍ୟର ରାଜାଙ୍କ ନିକଟକୁ ଯାଇ ତାଙ୍କୁ ନିଜର ଭୋଜିକୁ ନିମନ୍ତ୍ରଣ କଲେ । ରାଜା କହିଲେ ମୁଁ ବୃଦ୍ଧ ହୋଇଗଲିଣି । ବାହାରକୁ ଯାଇ ପାରିବି ନାହିଁ । ବ୍ଯବସାୟୀ ଜଣକ ବିକଳ ହୋଇ କହିଲେ ଆପଣଙ୍କ ବିନା ମୋର ସମସ୍ତ ଆୟୋଜନ ବ୍ଯର୍ଥ ହୋଇଯିବ । ତେଣୁ ରାଜା କହିଲେ ଗୋଟିଏ ଉପାୟ ଅଛି । ମୁଁ ମୋର ସାନ ପୁତ୍ର କିଶୋରକୁ ତୁମ ଭୋଜିକୁ ଯିବାପାଇଁ କହିବି । ସନ୍ତୁଷ୍ଟ ହୋଇ ବ୍ଯବସାୟୀ ବିଦାୟ ନେଲେ । ଠିକ୍ ସମୟରେ ବ୍ଯବସାୟୀ ଭୋଜିର ଆୟୋଜନ କଲେ । ସମଗ୍ର ରାଜ୍ୟବାସୀ ଉପସ୍ଥିତ ଥିଲେ । ଶେଷରେ ରାଜକୁମାର କିଶୋର ଆସି ପହଞ୍ଚିଲେ ଏବଂ କହିଲେ ମୋତେ ଜୋରରେ ଭୋକ ଲାଗୁଛି । ବ୍ଯବସାୟୀ ରାଜକୁମାରଙ୍କୁ ଭୋଜନ ସାମଗ୍ରୀ ଥିବା କୋଠରୀକୁ ନେଇଗଲେ । ସୁନା ଥାଳିରେ ଭୋଜନ ପରସିଲେ । କ୍ଷଣକ ମଧ୍ୟରେ ରାଜକୁମାର ଭୋଜନକୁ ସମ୍ପୂର୍ଣ୍ଣ କରିଦେଲେ । ପୁଣି ଭୋଜନ ମାଗିଲେ, ତାକୁ ମଧ୍ୟ ରାଜକୁମାର ଶେଷ କରିଦେଲେ । ବାରମ୍ବାର ଏହିଭଳି ଖାଇବା ପରସିବା କାମ ଜାରି ରହିଲା । କମ୍ ସମୟ ମଧ୍ୟରେ ହଜାର ହଜାର ଲୋକଙ୍କ ପାଇଁ ପ୍ରସ୍ତୁତ ହୋଇଥିବା ଭୋଜନ ଶେଷ ହୋଇଗଲା । ତଥାପି କିଶୋରଙ୍କ ପେଟ ପୂରିଲା ନାହିଁ । ତେଣୁ ସେ ରୋଷେଇ ଘରକୁ ଯାଇ ସେଠାରେ ଥିବା କଞ୍ଚା ସାମଗ୍ରୀ ସଵୁ ଖାଇଗଲା । ଯେତେବେଳେ ସବୁକିଛି ଖାଦ୍ୟ ଶେଷ ହୋଇଗଲା କିଶୋର ବ୍ଯାପାରୀକୁ କହିଲେ ଯଦି ମୋତେ ଖାଇବାକୁ ଦେବାକୁ ତୋ ପାଖରେ କିଛି ନାହିଁ । ତେବେ ନିମନ୍ତ୍ରଣ କରୁଥିଲୁ କାହିଁକି ? ବ୍ଯବସାୟୀର ଗର୍ବ ଭାଙ୍ଗିଗଲା ଏବଂ ନିଜର ଅହଂକାର ପାଇଁ ଅନୁତପ୍ତ ହେଲା ।।

 

ସଂଗ୍ରାହକ – କବିକମଳ ନରେନ୍ଦ୍ର ପ୍ରସାଦ ବେହେରା

,ସମ୍ପାଦକ – ମୋ ଅନୁଷ୍ଠାନ,

ଆଳଦା, ଖଇରା, ବାଲେଶ୍ବର

Related posts

ପ୍ରାଥମିକ ଶିକ୍ଷକ (ଏକ୍ସ କ୍ୟାଡ଼ର)ସଂଘ ଙ୍କ ଶୋଭାଯାତ୍ରା ଓ ମୂଖ୍ୟମନ୍ତ୍ରୀ ଙ୍କ ଉଦେଶ୍ୟରେ ଆଠ ଦଫା ଦାବିପତ୍ର

Sunil Chandra Nayak

ଖମାର ହଳଦି କେନ୍ଦ୍ର ପ୍ରାଥମିକ ବିଦ୍ୟାଳୟରେ ପଢନା ଲିଖନା ଅଭିଯାନ ଉଦଘାଟିତ

Sunil Chandra Nayak

ଡକ୍ଟର୍ସ ଡେ ରେ ଡକ୍ଟରଙ୍କୁ ସମ୍ବର୍ଦ୍ଧିତ କଲେ ଖଇରା ବାସୀ

Leave a Comment

error: Content is protected !!