ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଗଅଁଲିଆ କବି ସୁଧୀର୍‌ ପଁଡ଼ା ଙ୍କ କବିତା କବିର୍‌ ମନର୍‌ କଥା

କବିର୍‌ ମନର୍‌ କଥା

 

ମୋବାଇଲ୍‌ ଲାଗି ଚିହ୍ନି ପାର୍‌ଲ ମତେ

ଆଏଁ ବଲି କଷି କବି

‘ଫେସ୍‌ବୁକ୍‌ ‘ଗୁହୁଡ଼ି ବତ୍‌ରି ନି ଦିଅନ୍‌

ସତେଁ ଦିନେ ଯିମି ଦବି। ୧

 

କବି ମୁଇଁ ଜନେ ଗୁହୁଡ଼ି ଦର୍‌ଜନେ

ସଭେ ଦେଇଛନ୍‌ ଯୁଡ଼ି

କାଣା ଲେଖି ମୁଇଁ କାହାକେ ପଠାମି

ଭାବୁଛେଁ ବଢ଼େ ଆଁ ଫାଡ଼ି।୨

 

ପତ୍‌ରିକା ମାନେ ବାହାର୍‌ କରୁଛନ୍ 

ଦରକାର୍‌ ନୂଆଁ ଲେଖା

ଉନିଆ ଗୁହୁଡ଼ିକେ କେଭେଁ ନାଇଁଦେବ

ନି’ପାଉନ୍‌ ତାହାର୍‌ ଦେଖା। ୩

 

ଆଏଜ୍‌ ମୁଇଁ ଲେଖି ପଠାଲେଁ ତାହାକୁଁ

ରହେମି କାଏଁ ମାସେ ବସି

ପତ୍‌ରିକା ଲାଗି ସୁଂଦର୍‌ ଲେଖାଟା

ରହେବା ତାକଁର୍‌’ନ ଫସି। ୪

 

ମୋର୍‌ ବୁଲିଥିଁ ମୁଇଁ ଲେଖିଥିଲେଁ ଯାହା

ଛାପ୍‌ଲା ବେଲ୍‌କେ ତାହା

ସଂପାଦକ୍‌ ନିଜେ ବଦ୍‌ଲେଇ ଦେସନ୍‌

ତାକଁର୍‌ ମନ୍‌ ହେବା ଯାହା। ୫

 

କବିନିଶା ଗୁଟେ ଏନ୍‌ତା ବଏସିରା 

ଖାଲି ନାଇଁପାର ବସି

ଥରେଥରେ ମୁଇଁ ଭାବ୍‌ସିଁ କାଏଁଯେ

ଇ ଧଂଦାଥିଁ ଗଲିଁ ପଶି। ୬

 

ଚେଲା ହେଇକରି ରହେବାର୍‌ ଲାଗି

କେଭେଁ ନାଇଁକରେଁ ମନା

ଆସର୍‌ ଆଉର୍‌ ପରୀକ୍ଷା ନେଇନେଇ

କର୍‌ଲେ’ନ ମୋତେ ବନା। ୭

 

ପାସ୍‌ ଫେଲ୍‌ ସେଟା ପଛର୍‌ କଥା

ମାନ୍‌ପତର୍‌ ଗଁଠେଇ ଗୁର୍‌ଦୁ

ଦିନୁଦିନ୍‌କେ ମତେ ବେତାଲ୍‌ ବନାବେ

ସେମାନେ ଚାଲାକ୍‌ ମୁଇଁ ବୁଦ୍ଧୁ। ୮

 

ଏକ୍‌ପଦୀ ଖାଇଦେଲା’ନ ବୁଲିକେ

ସମ୍‌କୁଁ କରୁଛେ ବାଇ

ଉପ୍‌ଦେଶ୍‌ ସଭେ ଦେଇ ଚାଲିଥିବେ

କଥା କେହି ମାନନ୍‌ ନାଇଁ। ୯

 

କବିତାଠାନୁ ଯାର୍‌ ଚେହେରା ସୁଂଦର୍‌

ସେମାନେ ରହେବେ ଆଗେଁ 

ଚଁଟିଆ ଛୁଆ ଭି ଗୁରୁ ବନିକରି

ରହୁଛନ୍‌ ବଡ଼େ ସରାଗେଁ। ୧୦

 

ବହିପତର୍‌ ଠାନୁ ମଁଚେ ଲାଭ୍‌ ଅଛେ

ରପ୍‌ଟି ଚାଲିଛନ୍‌ ସଭେ

ବନ୍‌ଏ କବିର୍‌ ଅଏନ୍‌ କବିତା

ଛପା ନି’ହେଇପାରେ କେଭେଁ। ୧୧

 

ନିହି ବର୍‌କଷ୍ ନାଇଁ ଥାଇକରି

ଠିଆଡ଼୍‌ ହେବା କାଏଁ କାଁଥି

ଘାଏ ଘାଏ ଭାବ୍‌ସିଁ କାଏଁ ହେଲାଯେ

କବି ବନ୍‌ଲିଁ ମୁଇଁ ଛୁଛାଥିଁ। ୧୨

 

ଗଅଁଲିଆ କବି ସୁଧୀର୍‌ ପଁଡ଼ା

Related posts

ନଳିନୀ ପ୍ରଭା ମିଶ୍ର ଙ୍କ କବିତା କବି

ବିବେକ ଚୂଡାମଣି ଭାବାନୁବାଦ ପୁସ୍ତକର ଲୋକାର୍ପଣ

ନିରୁପମା ପାଣି ଙ୍କ ଆଲେଖ୍ୟ ସମାଜର ଚିତ୍ରଟିଏ

Sunil Chandra Nayak

Leave a Comment

error: Content is protected !!