ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଲାଞ୍ଜିଗଡ଼ରେ ଆଇଟିଆଇ ସ୍ଥାପନ ଦାବି ତେଜିଲା, ଜମି ଅଛି, ଜାଗା ଅଛି : ସରକାର ବୁଲାଇନେଲେ ମୁହଁ

ଦାବି ପୂରଣ ନହେଲେ ଆନ୍ଦୋଳନ ଜୋରଦାର ଚେତାବନୀ

ଲାଞ୍ଜିଗଡ଼,୨୨/୧୧(ମନିସ)-ଜମି ଅଛି, ଜାଗା ଅଛି କିନ୍ତୁ ନା ଚାହୁଁଛନ୍ତି ସରକାର, ନା ଚାହୁଁଛି ପ୍ରଶାସନ ! ଫଳରେ ସମସ୍ତ ପ୍ରକାର ଭିତ୍ତିଭୂମି ଥାଇ ବି ଲାଞ୍ଜିଗଡ଼ରେ ସ୍ଥାପନ ହୋଇପାରୁନି ଶିଳ୍ପ ତାଲିମ କେନ୍ଦ୍ର ! ତେବେ ଜିଲ୍ଲାର ଧର୍ମଗଡ଼ ଓ ଜୁନାଗଡ଼ ମାତ୍ର ୨୫ କିମି ଦୂରତା ମଧ୍ୟରେ ଦୁଇଟି ଆଇଟିଆଇ ସ୍ଥାପନ ପାଇଁ ସରକାର ଏଇ ନିକଟରେ ଘୋଷଣା କରିଥିବାବେଳେ ଲାଞ୍ଜିଗଡ଼ ଅଞ୍ଚଳରେ ନିରାଶାର ଛାୟା ଖେଳିଯାଇଛି ! କାରଣ ଗତ ୨୦୧୩ରେ ରାଜ୍ୟ ସରକାର ଲାଞ୍ଜିଗଡ଼ଠାରେ ଆଇଟିଆଇ ସ୍ଥାପନ ପାଇଁ ନିର୍ଦ୍ଦେଶନାମା ଜାରି କରିଥିଲେ ! ଏଥିପାଇଁ ଜଗନ୍ନାଥପୁର ମୌଜାରେ ଜାଗା ଚିହ୍ନଟ ସହିତ ରାଜ୍ୟ ଶିଳ୍ପ ନିର୍ଦ୍ଦେଶକଙ୍କ ନାଁରେ ୩ ଏକର ଜମି ପଟ୍ଟା ମିଳିଥିଲା ! ଏପରିକି ଆଇଟିଆଇ ପାଇଁ ବିଲଡିଂ ପ୍ଲାନ୍ ମଧ୍ୟ ତିଆରି ସରିଥିଲା କିନ୍ତୁ ରାଜନୈତିକ ଓ ପ୍ରଶାସନିକ ଇଛାଶକ୍ତି ଅଭାବରୁ ଲାଞ୍ଜିଗଡ଼ଠାରେ ଆଇଟିଆଇ ସ୍ଥାପନ ପ୍ରସ୍ତାବ ଶୀତଳଭଣ୍ଡାରକୁ ଚାଲିଯାଇଥିଲା ! ଏଇ ଦାବି ଏକପ୍ରକାର ଶିଥିଳ ପଡ଼ିଯାଇଥିବାବେଳେ ଗତ ପଞ୍ଚାୟତ ନିର୍ବାଚନରେ ଜିଲ୍ଲା ପରିଷଦ ସ୍ବାଧୀନ ପ୍ରାର୍ଥୀ ଭାବେ ନିର୍ବାଚନକୁ ଓହ୍ଲାଇଥିବା ଯୁବ ସାମ୍ବାଦିକ ସୁଶୀଲ କୁମାର ବାଗ ଏନେଇ ପୁନଃ ସ୍ବର ଉତ୍ତୋଳନ କରିଥିଲେ ! ତାଙ୍କଦ୍ବାରା ପ୍ରସ୍ତୁତ ‘ଜନତା ଏଜେଣ୍ଡା’ରେ ଲାଞ୍ଜିଗଡ଼ରେ ଆଇଟିଆଇ ସ୍ଥାପନ ଏକ ପ୍ରମୁଖ ପ୍ରସଙ୍ଗ ଥିଲା ! ନିର୍ବାଚନରେ ପରାଜିତ ହୋଇ ବି ସେ ରାଜ୍ୟ ସରକାରଙ୍କୁ ପତ୍ର ଲେଖି ଏଇ ଦାବି ଉପସ୍ଥାପନ କରିଥିଲେ ! ତେବେ ସବୁପ୍ରକାର ଭିତ୍ତିଭୂମି ଥାଇ ବି ଲାଞ୍ଜିଗଡ଼କୁ ସଂପୂର୍ଣ୍ଣ ଅଣଦେଖା କରି ଏଇ ନିକଟରେ ଧର୍ମଗଡ଼ ଓ ଜୁନାଗଡ଼ରେ ଆଇଟିଆଇ ସ୍ଥାପନ ପାଇଁ ରାଜ୍ୟ ସରକାର ଘୋଷଣା କରିବା ପରେ ଲାଞ୍ଜିଗଡ଼ ଅଞ୍ଚଳରେ ଏନେଇ ତୀବ୍ର ପ୍ରତିକ୍ରିୟା ସ୍ରୁଷ୍ଟି ହୋଇଛି ! ଆଜି ଲାଞ୍ଜିଗଡ଼ ଅଞ୍ଚଳର ସରପଞ୍ଚ, ସମିତିସଭ୍ୟଙ୍କ ସମେତ ସ୍ଥାନୀୟ ବୁଦ୍ଧିଜୀବୀ ଓ ରାଜନୈତିକ ବ୍ୟକ୍ତିବିଶେଷମାନେ କଳାହାଣ୍ଡି ଜିଲ୍ଲାପାଳ ପି. ଅନ୍ବେଷା ରେଡ୍ଡୀଙ୍କୁ ସାକ୍ଷାତ କରି ଏକ ଦାବିପତ୍ର ପ୍ରଦାନ କରିଛନ୍ତି ! ଏହାସହିତ ଲାଞ୍ଜିଗଡ଼ଠାରେ ସମସ୍ତ ଭିତ୍ତିଭୂମି, ଶିଳ୍ପାଞ୍ଚଳ ଥିବା ହେତୁ ନିଯୁକ୍ତି ଓ ଇଣ୍ଟର୍ଣ୍ଣସିପ୍ ଭଳି ସୁବିଧା ରହିଥିବା ସତ୍ତ୍ବେ ଲାଞ୍ଜିଗଡ଼କୁ ବାଦ୍ ଦିଆଯିବା ଘଟଣାକୁ ନେଇ ଲାଞ୍ଜିଗଡ଼ ଅଞ୍ଚଳବାସୀ ପ୍ରଶ୍ନ ଉଠାଇଛନ୍ତି ! କାରଣ ଭବାନୀପାଟଣାରୁ ଜୁନାଗଡ଼ ୨୫ କି.ମି. ଓ ଜୁନାଗଡଠାରୁ ଧର୍ମଗଡ଼ ୨୦ କି.ମି. ଦୂରତା ମଧ୍ୟରେ ତିନୋଟି ଆଇଟିଆଇ ରହିଥିବାବେଳେ ଜିଲ୍ଲାର ଅନୁସୂଚିତ ଜାତି ଓ ଜନଜାତି ଅଧ୍ୟୁଷିତ ତଥା ଉପାନ୍ତ ଅଞ୍ଚଳ ଭାବେ ପରିଚିତ ଲାଞ୍ଜିଗଡ଼, ଭବାନୀପାଟଣାରୁ ୭୦ କିମି, ଜୁନାଗଡ଼ ପ୍ରାୟ ୧୦୦ କିମି ଓ ଧର୍ମଗଡ଼ ୧୨୦ କିମି ଦୂର ଥିବାବେଳେ ଏ ଅଞ୍ଚଳର ଛାତ୍ରଛାତ୍ରୀ ବୈଷୟିକ ଶିକ୍ଷା ଲାଭ କରିବାରେ ଏକ ପ୍ରକାର ବଞ୍ଚିତ ହେବା ନିଶ୍ଚିତ ହୋଇଛି ! ଏଣୁ ଲାଞ୍ଜିଗଡ଼ଠାରେ ଆଇଟିଆଇ ସ୍ଥାପନ ପାଇଁ ସରକାର ପୁନଃବିଚାର ନକଲେ ଭୟାବହ ଆନ୍ଦୋଳନ ପାଇଁ ଅଞ୍ଚଳବାସୀ ଚେତାବନୀ ଦେଇଛନ୍ତି ! ଆଜିର ପ୍ରତିନିଧି ଦଳରେ ସୁବାସ ଅଗ୍ରୱାଲ, ସୁବାସ ଶ୍ରୁଗାଳ,ଜଗନ୍ନାଥପୁର ସରପଞ୍ଚ ମୁଗାନା ମାଝୀ, ଜଗନ୍ନାଥପୁର ସମିତିସଭ୍ୟ ପ୍ରଦୀପ ମାଝୀ, ଯୁବ ସମାଜସେବୀ ଦାଶରଥି ତାଣ୍ଡି, ବସନ୍ତ ନାଏକ, ପରମାନନ୍ଦ ନାଏକ, ଜିତେନ୍ଦ୍ର ନାଏକ, ରଘୁମଣି ରଣା, ପାତ୍ର ମାଝୀ, ବିଶ୍ବମ୍ବର ନାୟକ, ସଦା ମାଝୀ, ଆଶାରାମ ନାଏକ, ଭୂବନ ନାଏକ, ବିଜୟ ଗୌଡ଼ ପ୍ରମୁଖ ସାମିଲ ଥିଲେ !

ଲାଞ୍ଜିଗଡ଼ ରୁ ସୁଶୀଲ କୁମାର ବାଗ ଙ୍କ ରିପୋର୍ଟ 

Related posts

ମୁଖ୍ୟମନ୍ତ୍ରୀ ଙ୍କ ଦ୍ଵାରା କିସ୍ କଳାହାଣ୍ଡି ଉଦ୍ଘାଟିତ

Sunil Chandra Nayak

ଆଦିବାସୀ କଲ୍ୟାଣ ମନ୍ତ୍ରୀ ଶ୍ରୀଯୁକ୍ତ ଜଗନ୍ନାଥ ସାରକାଙ୍କ ବିଷମ କଟକ ସହର ଗସ୍ତ

Sunil Chandra Nayak

କଙ୍ଗାଳୀ ଚରଣ ସେଠୀ ଙ୍କ କବିତା କାବ୍ୟ ନାୟିକା ମୋ କାନ୍ଦେ

Sunil Chandra Nayak

Leave a Comment

error: Content is protected !!