ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିବେକ ସେନା ତରଫରୁ ଶହୀଦ ଲକ୍ଷ୍ମଣ ନାୟକ ଙ୍କ ଜୟନ୍ତୀ ପାଳିତ

 ଏମ.ରାମପୁର: (ମ ନି ସ) ତା ୨୨/୧୧/୨୦୨୨ ରିଖ ମହାନ ସ୍ୱାଧୀନତା ସଂଗ୍ରାମୀ, ସେବା ଓ ତ୍ୟାଗର ମୂର୍ତ୍ତିମନ୍ତ ପ୍ରତୀକ ଶହୀଦ ଲକ୍ଷ୍ମଣ ନାୟକ ଙ୍କ ଜୟନ୍ତୀ ଏମ. ରାମପୁର ବ୍ଲକ ଭୀମଭୋଇ ଦିବ୍ୟାଙ୍ଗ କଲ୍ୟାଣ ପ୍ରତିଷ୍ଠାନ ପରିସର ରେ କଳାହାଣ୍ଡି ର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ବିବେକସେନା ତରଫ ରୁ ପାଳନ କରାଯାଇଛି। ବିବେକ ସେନା ର ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ପ୍ରତିଷ୍ଠାତା ଡ଼. ଶିବରାମ ନାୟକ ମୁଖ୍ୟ ଅତିଥି ରୂପେ ଯୋଗଦେଇଥିବା ବେଳେ ବରିଷ୍ଠ କବି ସୁଶାନ୍ତ କୁମାର ମିଶ୍ର, ସାମ୍ବାଦିକ ନିରଂଜନ ମହାରଣା, ଧୀରେନ୍ଦ୍ର ପଟ୍ଟନାୟକ ସମ୍ମାନୀତ ଅତିଥି ରୂପେ ଯୋଗ ଦେଇ ପ୍ରତେକ ବ୍ୟକ୍ତି ଶହୀଦ ଲକ୍ଷ୍ମଣ ନାୟକ ଙ୍କ ନୀତି ଆଦର୍ଶ ରେ ଅନୁପ୍ରାଣିତ ହେବା ସହ ଭାତୃଭାବ,ଦେଶପ୍ରେମ , ରାଷ୍ଟ୍ରଗଠନ ରେ ସାମିଲ ହେବା ପାଇଁ ସମସ୍ତ ଅତିଥି ଗଣ ଆହ୍ୱାନ ଦେଇଥିଲେ। ବିବେକସେନା ର ସଭାପତି (ଦିବ୍ୟାଙ୍ଗ-ମହିଳା ବିଭାଗ) ଟୁନି ପଣ୍ଡା ଉପସ୍ଥିତ ରହି ସଭା ପରିଚାଳନା କରିଥିଲା। ଶହୀଦ ଲକ୍ଷ୍ମଣ ନାୟକ ଙ୍କ ଫୋଟୋ ଚିତ୍ର ରେ ପୁଷ୍ପମାଲ୍ୟ ଦେଇ ସଭା ଆରମ୍ଭ କରାଯାଇଥିଲା। ଭୀମଭୋଇ ଦିବ୍ୟାଙ୍ଗ କଲ୍ୟାଣ ପ୍ରତିଷ୍ଠାନ ର ସମସ୍ତ ଦିବ୍ୟାଙ୍ଗ ଭାଇଭଉଣୀ ମାନେ ସକ୍ରିୟଅଂଶ ଗ୍ରହଣ କରି ସହଯୋଗ କରିଥିଲେ।

Related posts

ବିଦ୍ୟାଳୟ ପରିସରରେ ଦୁଷିତ ପାଣି

Sunil Chandra Nayak

ନାୟକ ଅକ୍ଷୟ ରାଜହସ୍ତୀ ଙ୍କ ଜୟନ୍ତୀ ପଟ୍ଟନାୟକ ଙ୍କୁ ଶବ୍ଦ ଶ୍ରଦ୍ଧାଞ୍ଜଳି

Sunil Chandra Nayak

କବିତା ସାହୁ   ଙ୍କ କବିତା ପଣା ସଂକ୍ରାନ୍ତି

Sunil Chandra Nayak

Leave a Comment

error: Content is protected !!