ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମାମି ପାତ୍ର ଙ୍କ କବିତା ଅନ୍ଧାରକୁ ଦୂର କରି ଜାଳିବା ଆସ ଦୀପାବଳି

ଅନ୍ଧାରକୁ ଦୂର କରି

ଜାଳିବା ଆସ ଦୀପାବଳି

ତିନି ବର୍ଷେପରେ ଫେରିଛି ଖୁସିର ଲହରୀ
କରୋନା ଦେଇଥିଲା ସଭିଙ୍କୁ ମାରି
ଜଗତଜନନୀ ମା ଆସିଲେ ମର୍ତ୍ତ୍ୟକୁ ଓହ୍ଲାଇ
କରୋନାକୁ ଦେଲେ ନାଶ କରି
କେତେ କ୍ଷୟକ୍ଷତି ପହଞ୍ଚାଇଲା ଘରେ ଘରେ
କେତେ ଯେ ଜୀବନ ନେଲା କ୍ଷଣ କ୍ଷଣକରେ
ସର୍ବନାଶ କରିଦେଇଥିଲା କରୋନା ମହାମାରୀ।
ଆଜି ସେ ଲହରୀ ଫେରିଛି ମହାଆଡମ୍ବରରେ
ପାଳନ କରିବା ସଭିଏଁ ଖୁସି ମନରେ
ପବିତ୍ର ମନରେ କାଟିବା ମାଆ ମାଆ ବୋଲି
ତମ ପୂଜା ରେ ଆଜି ଦେଉଛୁ ଦୀପଟିଏ ଜାଳି।
ଘନଅନ୍ଧାରକୁ ଦୂର ମା କରୁଅଛୁ କରି
ପ୍ରଜ୍ବଳିତ କର ମହାଆନନ୍ଦର
ଦୂର ମା ଅଛି ଯେତେ ଦୁଃଖ
ତୁ ପରା ମା ଏସାରା ସଂସାର ତୋର।
ରାଇ ,ରୂଷା ,ମାନ, ଅଭିମାନ ଦିଅ ସବୁ ଧରେଇ
ହିଂସା,ଦ୍ୱେଷ, ଲୋଭ ମୋହ ସବୁ ଛଡେଇ
ସଭିଙ୍କୁ ଏକାଠି କରି ପାଳନ୍ତୁ ଦୀପାବଳି
ଘରେ ଘରେ ଜାଳିବେ ଦୀପ ଆଉ ମହମବତୀ।
ଆଲୋକ ପର୍ବ ପାଳନ କରନ୍ତି ମହାହରସ
ଶ୍ରଦ୍ଧା ସହିତ ପାଳନ୍ତି ଦୀପାବଳି ଉତ୍ସବ
ଖଦ୍ୟୋତିକାର ମିଞ୍ଜି ମିଞ୍ଜି ଆଲୋକ
ଖୁଦ୍ରପକ୍ଷୀଟିଏ ହେଲେ ଦେଖିବାକୁ ସୁନ୍ଦର।
ପିତୃପୁରୁଷଙ୍କୁ ଦେଇଥାନ୍ତି ଶ୍ରାଦ୍ଧ 
ପଇ୰ଆ ଜାଳି ଡାକନ୍ତି ବଡ଼ ବଡୁଆଙ୍କୁ
ଅନ୍ଧାରରେ ଆସ ଆଲୁଅରେ ଯାଅ
ବଡବଡୁଆ ହେ ଆସ।

ମାମି ପାତ୍ର

ତିହିଡି ଭଦ୍ରକ

Related posts

କାଙ୍ଗାଳୀଚରଣ ସେଠୀ ଙ୍କ କବିତା ଭାବିନୀ ଭାବନା

ଡାବୁଗାଁ ରେ ନୂତନ ତହସିଲଦାର ଙ୍କ ଯୋଗଦାନ

Sunil Chandra Nayak

ଗୀତା ଦାସ ଙ୍କ କବିତା ବାହୁଡା ଯାତ୍ରା

Leave a Comment

error: Content is protected !!