ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବାଲେଶ୍ବର – ମନୋଜ କୁମାର ରଣାଙ୍କୁ ଜୀବନରୁ ମାରିଦେବାର ଧମକ

ବାଲେଶ୍ବର, ୦୩/୬/୨୨- ସାମାନ୍ୟ ବଚସାକୁ ନେଇ ଗଣ୍ଡଗୋଳ, ଜୀବନରୁ ମାରିଦେବାର ଧମକ, ଆତଙ୍କିତ ଅବସ୍ଥାରେ ପରିବାର । ଏପରି ଏକ ଘଟଣା ଘଟିଥିଲା ଗତ ତା ୩୧/୫/୨୨ ରିଖ ସକାଳ ପ୍ରାୟ ୮ ଘଟିକା ସମୟରେ ବାଲେଶ୍ବର ଜିଲ୍ଲା ସିମୁଳିଆ ଥାନା, ଖଇରା ତହସିଲ ଓ ବ୍ଲକ ଅଧିନ ମଣତ୍ରୀ ଗ୍ରାମରେ । କୈଳାସ ଚନ୍ଦ୍ର ରଣାଙ୍କ ପୁତ୍ର ମନୋଜ କୁମାର ରଣା ବିଦ୍ଯୁତ୍ ଟ୍ରାନ୍ସଫର୍ମର ପାଖଦେଇ କୌଣସି କାମରେ ଘରୁ ବାହାରକୁ ଯିବା ସମୟରେ ପୂର୍ବ ଶତ୍ରୁତାକୁ ନେଇ ଛିଡ଼ା ହୋଇଥିବା ବନମାଳି ରଣା ଓ ବିଷ୍ଣୁ ମୋହନ ରଣା ପିତା ଭାଗବତ ରଣା ମିଳିତ ହୋଇ ହଠାତ୍ ଅତର୍କିତ ଭାବେ ମନୋଜ କୁମାର ରଣାକୁ ଆକ୍ରମଣ କରିଥିଲେ । ପରେ ଆକ୍ରମଣରେ ପରିବାର ଲୋକ ମଧ୍ୟ ସାମିଲ ହୋଇଥିଲେ । ମନୋଜକୁ ତଳେ ପକାଇ ପ୍ରହାର ପରେ ପ୍ରହାର କରି ଚାଲିଥିବା ବେଳେ ତାଙ୍କର ପରିବାର ଲୋକମାନେ ମରିଯା ବୋଲି କହି ହୃଦୟ ଖୋଲି ହସୁଥିଲେ । ଆକ୍ରମଣର ପରିମାଣ ଏତେ ପ୍ରବଳ ଥିଲା ଯେ ରକ୍ଷାକର ରକ୍ଷାକର ବୋଲି ମନୋଜ ଚିତ୍କାର କରିଥିଲେ । ଚିତ୍କାର ଶୁଣି ମନୋଜର ପିତାମାତା ଘଟଣା ସ୍ଥଳକୁ ଦୌଡ଼ି ଯାଇଥିଲେ ମଧ୍ୟ ସେମାନେ ଆକ୍ରମଣରୁ ବାଦପଡି ନଥିଲେ । ମନୋଜ ରଣାଙ୍କ ଅଭିଯୋଗକୁ ଆଧାର କରି ସିମୁଳିଆ ପୋଲିସ ଉଭୟ ପକ୍ଷଙ୍କୁ ଥାନାକୁ ଡାକିଛି । ପୋଲିସ ଠାରୁ ନ୍ଯାୟ ପାଇବାର ଭରସା ରହିଛି ବୋଲି ମନୋଜ ଗଣମାଧ୍ୟମକୁ କହିଛି । ଦେଖାଯାଉ ପୋଲିସ ପ୍ରଶାସନ ମନୋଜକୁ କି ନ୍ଯାୟ ଦେଉଛି ।।

ବାଲେଶ୍ବରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଜନଜାତି ଛାତ୍ରଛାତ୍ରୀଙ୍କ ସହ ଦୀପାବଳି ପାଳିଲେ ଜିଲ୍ଲା ପରିଷଦ ସଭ୍ୟ

Sunil Chandra Nayak

ଜୀ ସାର୍ଥକର ଏକ ଅଭିନବ ପ୍ରୟାସ – “ବୋଲେ ବମ ସେବା ଶିବିର”

Sunil Chandra Nayak

ରାହୁଲ ଗାନ୍ଧୀ ଙ୍କୁ ପୋଲିସ ର ବର୍ବରତା କୁ ବିରୋଧ କରି ଜିଲ୍ଲା ଯୁବ କଂଗ୍ରେସ ର ବିକ୍ଷୋଭ

Sunil Chandra Nayak

Leave a Comment

error: Content is protected !!