ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଥୁଆମୂଳ ରାମପୁର  ତାଲବନ୍ଦ ପଡାଠାରେ ରଙ୍ଗାରଙ୍ଗ ଧାମାକା ମେଲୋଡି ଅନୁଷ୍ଠିତ

ଥୁଆମୂଳ ରାମପୁର:୨୪/୧୦ – (ମନିସ) କରୋନା କଟକଣା ଯୋଗୁଁ ଯାନୀଯାତ୍ରା ଏକ ପ୍ରକାର ଫିକା ପଡିଥିଲା। ଏବେ ଦୁଇବର୍ଷ ପରେ ଚଳିତ ବର୍ଷ  ବିଭିନ୍ନ ସ୍ଥାନରେ ପୂଜାପାର୍ବଣରେ ଅନେକ ଲୋକଙ୍କ ସମାଗମ ହେବା ସହିତ ବିଭିନ୍ନ କାର୍ଯ୍ଯକ୍ରମ ବେଶ୍ ମନଛୁଆଁ ଭାବରେ ଆୟୋଜିତ କରାଯାଉଛି। ଏଭଳି ମଧ୍ୟ ଥୁଆମୂଳ ରାମପୁର ବ୍ଳକ ମୁଖ୍ଯାଳୟ ଠାରେ ଥିବା ତାଲବନ୍ଦ ପଡାରେ ଦୀପାବଳିରେ ମାଁ ମହାକାଳୀଙ୍କ ଯାତ୍ରା ଉପଲକ୍ଷେ ନବ ଜୀବନ ଯୁବ ଅନୁଷ୍ଠାନ ଓ ପୂଜାକମିଟିର ସହଯୋଗ କ୍ରମେ ରଙ୍ଗାରଙ୍ଗ ମେଲୋଡି କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ଉକ୍ତ କାର୍ଯ୍ଯକ୍ରମ ରେ ମୂଖ୍ଯ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ଶ୍ରୀମତୀ ବିଜୟା ମାଝୀ ଯୋଗଦାନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ଲାଞ୍ଜିଗଡ ନିର୍ବାଚନ ମଣ୍ତଳୀ ବିଜେପି ବିଧାୟକ ପ୍ରାଥୀ ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ମାଝୀ, କଳାହାଣ୍ଡି ଜିଲ୍ଲା ସାଂସଦ ମାନ୍ଯବର ଶ୍ରୀଯୁକ୍ତ ବସନ୍ତ ପଣ୍ତା ଙ୍କ ଥୁଆମୂଳ ରାମପୁର ବ୍ଳକ ପ୍ରତିନିଧି ତଥା କଳାହାଣ୍ଡି ଜିଲ୍ଲା ବିଜେପି ସମ୍ପାଦକ ଶ୍ରୀଯୁକ୍ତ ବିଷ୍ଣୁ ନାଏକ, ବିଜେପି ଜିଲ୍ଲା ମାଇନୋରଟି ମୋର୍ଚ୍ଛା ସଭାପତି ଶ୍ରୀଯୁକ୍ତ ଫିରୋଜ୍ ମହମ୍ମଦ, ଜିଲ୍ଲା ଏସସି ମୋର୍ଚ୍ଛା ଉପସଭାପତି ଶ୍ରୀ ରାଜୁ ବାରିକ, ଆଇନଜୀବୀ ଶ୍ରୀ ମନୋରଞ୍ଜନ ନାଏକ, ଆଇନଜୀବୀ ଶ୍ରୀ ସୁଶିଲ କୁମାର ରାଉତ, ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀ ଗୌବିନ୍ଦ ମାଝୀ, ଶ୍ରୀ ରାଜେଶ ଶର୍ମା, ପୂଜାକମିଟି ସଭାପତି ଶ୍ରୀ ବିପିନ ବିହାରୀ ନାଏକ, ମୁଖ୍ୟ ବକ୍ତା ଭାବରେ ଶ୍ରୀ ମନୋରଞ୍ଜନ ନାଏକ ପ୍ରମୁଖ ଯୋଗଦେଇ ମଞ୍ଚଟିକୁ ଉଦଘାଟନ ପୂର୍ବକ ମଞ୍ଚାସୀନ ରହିଥିବା ବେଳେ ସାଂସଦ ଶ୍ରୀଯୁକ୍ତ ପଣ୍ତା ଙ୍କ ଏହି ନବଜୀବନ ଯୁବ ଅନୁଷ୍ଠାନ ପ୍ରତି ସହାନୁଭୂତି ଓ ସହଯୋଗ ରହିଛି ଓ ସାଂସଦ ପାଣ୍ଠିରୁ ୨ ଲକ୍ଷ ଟଙ୍କା ଅନୁଦାନ ଯୋଗାଇବା  ବ୍ଯବସ୍ଥା କରାଯାଇଥିବା ବିଷୟରେ ସାଂସଦ ପ୍ରତିନିଧି ଏହି କାର୍ଯ୍ଯକ୍ରମ ସମୟରେ ଘୋଷଣା କରିଥିଲେ। ମଞ୍ଚ ପରିଚାଳନା କରିଥିଲେ ଶ୍ରୀ ରାଧେକୃଷ୍ଣ ଧଂଗଡାମାଝୀ ଶେଷରେ ଧନ୍ୟବାଦ ମଧ୍ୟ ଅର୍ପଣ କରିଥିଲେ। ମେଲୋଡି କାର୍ଯ୍ଯକ୍ରମକୁ ଦେଖି ଉପଭୋଗ କରିବାପାଇଁ ଥୁଆମୂଳ ରାମପୁର ବ୍ଳକର ପଡୋଶୀ ବ୍ଳକ ତଥା ଅଞ୍ଚଳ ଲୋକଙ୍କ ସମାଗମ ହୋଇଥିଲ।

ଥୁଆମୂଳ ରାମପୁର ବ୍ଳକରୁ ବଳଭଦ୍ର ବାଗଙ୍କ ରିପୋର୍ଟ

Related posts

ପୁଅକୁ ଟାଙ୍ଗିଆରେ ହାଣିବା ପରେ ଜୀବନ ହାରିଲା ବାପ

Sunil Chandra Nayak

କଣ୍ଡୁରୀ ଚରଣ ନାୟକ ଙ୍କ କବିତା ମୁଁ ଫୁଲ

ନବ କୁମାର ଦାସ ଙ୍କ କବିତା ପ୍ରୀତି ଦରଜ 

Sunil Chandra Nayak

Leave a Comment

error: Content is protected !!