ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଚାଲ ଗଛ ଲଗାଇବା ପରିବେଶ ବଞ୍ଚାଇବା” ଗୀତର ପୋଷ୍ଟର ଉନ୍ମୋଚିତ 

ରାଉରକେଲା – ଆଦ୍ୟାଶା ମ୍ୟୁଜିକ ପକ୍ଷରୁ “ଚାଲ ଗଛ ଲଗାଇବା ପରିବେଶ ବଞ୍ଚାଇବା” ଶୀର୍ଷକ ଗୀତର ପୋଷ୍ଟର ଆଜି ପାନପୋଷ ସ୍ଥିତ ଡିଏଫଓ କାର୍ଯ୍ୟାଳୟରେ ଉନ୍ମୋଚିତ ହୋଇଯାଇଛି | ଏହାକୁ ପାନପୋଷ ଡିଏଫଓ ଯଶବନ୍ତ ସେଠି ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିବା ବେଳେ ଜଙ୍ଗଲ ସୃଷ୍ଟି ଓ ପରିବେଶ ବଞ୍ଚାଇବା ପାଇଁ ନିମନ୍ତେ “ଆଦ୍ୟାଶା ମ୍ୟୁଜିକ”ର ଏଭଳି ଉଦ୍ୟମକୁ ଭୁୟସୀ ପ୍ରଶଂସା କରିଥିଲେ | ତାସହିତ ଜଙ୍ଗଲ ଓ ପରିବେଶ ସୁରକ୍ଷାକୁ ଆଧାର କରି ଆହୁରି ଏଭଳି ସଚେତନତାଧର୍ମୀ ଗୀତ ନିର୍ମାଣ କରିବାକୁ ପ୍ରଯୋଜକଙ୍କୁ ପ୍ରସ୍ତାବ ଦେଇଥିଲେ |ଏହି ଅବସରରେ “ଆଦ୍ୟାଶା ମ୍ୟୁଜିକ” ର ପ୍ରଯୋଜକ ସରୋଜ କୁମାର ରାଉତ ଓ ରଶ୍ମିତା ରାଉତ ଭବିଷ୍ୟତରେ ଏପରି ଅନେକ ସଚେତନତାଧର୍ମୀ ଗୀତ ନିର୍ମାଣ କରିବାକୁ ପ୍ରତିଶୃତି ଦେଇଥିଲେ | ଶେଷରେ ଜୟମାଝୀ ମୁଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ |ଏହି ସଚେତନତା ମୂଳକ ଗୀତକୁ ତପସ୍ୱିନୀ ପାତ୍ର ରଚନା କରିଥିବା ବେଳେ ଜିତେନ ସଂଗୀତ ନିର୍ଦେଶନା ଦେଇଛନ୍ତି | ଏଥିରେ ଯୁବ କଣ୍ଠଶିଳ୍ପୀ ତନ୍ମୟ ନାୟକ ଓ ସ୍ଵାଗତିକା କଣ୍ଠ ଦାନ କରିଛନ୍ତି |

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ପ୍ଲାନେଟ୍ ଆର୍ଥ ସୌରଶକ୍ତି ଆଧାରିତ କର୍ମଶାଳା

Sunil Chandra Nayak

ରେଖପୁର ଠାରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ 

Sunil Chandra Nayak

ଚିଲିଚିଲା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିଶୁ ମହୋତ୍ସବ, ସୁରଭି-୨୦୨୨

Sunil Chandra Nayak

Leave a Comment

error: Content is protected !!