ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବସଷ୍ଟାଣ୍ଡ ଦୁର୍ଗାପୂଜା ପାଇଁ ଶୁଭଖୁଣ୍ଟି ସ୍ଥାପନ

ପାପଡାହାଣ୍ଡି,19/08ମନିସ — -ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବସଷ୍ଟାଣ୍ଡ ସାର୍ବଜନୀକ ଦୁର୍ଗାପୂଜା ନିମନ୍ତେ ଶୁକ୍ରବାର ଶୁଭଖୁଣ୍ଟି ସ୍ଥାପିତ  ହୋଇଛି | ଏହି ଅବସରରେ ଟୁରୀ ନଦୀ ରୁ ପାଣି ଓ ମାଟି ଅଣାଯାଇଥିଲା | ପୁରୋହିତ ଵିଧି ବିଧାନ ଅନୁସାରେ ପୂଜାର୍ଚନା କରିଥିଲେ | ପୂଜା କମିଟି ସଭାପତି ବି. ଜଗନ ମୋହନ ରାଓଙ୍କ ତତ୍ୱା ବଧାନରେ କମିଟି ସଦସ୍ୟ କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା | ଦୁର୍ଗାପୂଜା  କିଭଳି ଶାନ୍ତି ଶୃଙ୍ଖଳା ଓ ଆଢମ୍ବର ସହକାରେ ପାଳନ କରାଯିବ ସେ ନେଇ ବିଶୃତ ଭାବେ ଆଲୋଚନା କରାଯାଇଥିଲା | କରୋନା ମହାମାରୀ ଯୋଗୁଁ ଗତ ଦୁଇବର୍ଷ ହେଲା କୋଟକଣା ଯୋଗୁଁ ଦୁର୍ଗାପୂଜା ହୋଇପାରିନଥିଲା | ତେଣୁ ଏହି ବର୍ଷ ଲୋକ ଜନସମାଗମ ଅଧିକ ହୋଇପାରେ, ତେଣୁ ସମସ୍ତେ ପୂଜା ପୂଜା କମିଟି ସଦସ୍ୟ ଓ ଗାଁ ଲୋକଙ୍କ ସହଯୋଗରେ ଶାନ୍ତି ଶୃଙ୍ଖଳା ସହ ପାଳନ କରାଯିବ ସେ ନେଇ ଆଲୋଚନା ହୋଇଥିଲା | ଏହି କାର୍ଯ୍ୟକ୍ରମରେ ବ୍ଲକ ଉପାଧକ୍ଷ ସୁଶାନ୍ତ ବେହେରା, କୈଳାଶ ଅଗ୍ରୱାଲ, ଶଙ୍କର ବିଷୋୟୀ,ହରି ମୋହନ ଶର୍ମା, ଗଙ୍ଗାଧର ନାୟକ, ମନୋଜ ମୁଦୁଲି, ସରପଞ୍ଚ ଚନ୍ଦ୍ରଶେଖର ମାଝୀ,ରାଜେଶ ବିଷୋୟୀ, ପୀତବାସ ଭତରା, ଓ କମିଟି ସଦସ୍ୟ ଉପସ୍ଥିତ ରହିଥିଲେ |

ପାପଡାହାଣ୍ଡି ରୁ ସ୍ବପ୍ନଜିତ ପଟନାୟକ ଙ୍କ ରିପୋର୍ଟ 

 

 

Related posts

ରାଇରଙ୍ଗପୁର କୋର୍ଟ ; ବଳାତ୍କାର ମାମଲାରେ ଅଭିଯୁକ୍ତଙ୍କୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ

Sunil Chandra Nayak

ମମତା ସାହୁ ଙ୍କ କବିତା ତୁମେ ଯେବେ ମନେ ପଡ଼

Sunil Chandra Nayak

ନେଟୱର୍କ ନଥିବା ଦୁର୍ଗମ ଅଂଚଳରେ ବ୍ୟାଙ୍କ ମାଧ୍ୟମରେ ଭତ୍ତା ବଣ୍ଟନ

Sunil Chandra Nayak

Leave a Comment

error: Content is protected !!