ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରାସୋଳ କୁ “ ଏନ୍‌ଏସି ” ମାନ୍ୟତା ପ୍ରଦାନ କରିବା ଦାବିରେ ଇଂ . ଦେବାଶିଷ ହୋତାଙ୍କ ନେତୃତ୍ବରେ ଆନ୍ଦୋଳନ

ଢେଙ୍କାନାଳ; ରାସୋଳକୁ “ ଏନ୍‌ଏସି ” ମାନ୍ୟତା ପ୍ରଦାନ କରିବା ଦାବିରେ ଢେଙ୍କାନାଳ ଏବଂ ଅନୁଗୁଳ ଜିଲ୍ଲାର ଲୋକପ୍ରିୟ ନେତା ଇଂ . ଦେବାଶିଷ ହୋତାଙ୍କ ନେତୃତ୍ବରେ ଆଜି ଅଞ୍ଚଳବାସୀ ଆରଆଇ ଅଫିସ୍ ସାମ୍ନାରେ ଆନ୍ଦୋଳନ କରିଛନ୍ତି । ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ରାସୋଳ ଆର ଆଇ ଶଶିଭୂଷଣ ବେହେରାଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯିବା ପରେ ଆଜିର ଆନ୍ଦୋଳନକୁ ସୁଗିତ ରଖାଯାଇଛି । ବିଗତ ଦିନମାନଙ୍କରେ ଅନେକ ଥର ଆନ୍ଦୋଳନ କରାଯାଇଥିଲେ ମଧ୍ୟ ସରକାର କର୍ଣ୍ଣପାତ କରୁନାହାନ୍ତି । ରାସୋଳ ଅଞ୍ଚଳବାସୀଙ୍କ ସାମୂହିକ ହିତ ଦୃଷ୍ଟିରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ରାସୋଳକୁ ତୁରନ୍ତ “ ଏନ୍‌ଏସି ” ମାନ୍ୟତା ପ୍ରଦାନ ନ କଲେ ଆଗାମୀ ଦିନରେ ଭୟଙ୍କର ଜନଆନ୍ଦୋଳନ ଗଢି ଉଠିବ ବୋଲି ଇଂ.ହୋତା ଇତ୍ୟବସରରେ ପ୍ରକାଶ କରିଛନ୍ତି ।

ଢ଼େଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀ ଙ୍କ ରିପୋର୍ଟ

Related posts

ରବୀନ୍ଦ୍ରକୁମାର ବେହେରା ଙ୍କ ଗଳ୍ପ ବାବନା ଭୂତ କଥା

ଦିନିକିଆ ନର୍ଲା ଗସ୍ତରେ କଳାହାଣ୍ଡି ଜିଲ୍ଲାପାଳ ପି. ଅନ୍ବେଶା ରେଡ୍ଡୀ, ପରିଦର୍ଶନ କଲେ ବିଭିନ୍ନ ଅନୁଷ୍ଠାନ 

Sunil Chandra Nayak

ଜୀବନର ଲକ୍ଷ୍ୟ ପୂରଣରେ ସମୟର ସଦୁପୋଯୋଗ

Sunil Chandra Nayak

Leave a Comment

error: Content is protected !!