ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସାହିତ୍ୟିକ କବି ବନ୍ଧୁ ପରିବାରର ଗୀତାମୃତ ପଠନ ଶ୍ରବଣ କାର୍ଯ୍ୟକ୍ରମ

ବ୍ୟୁରୋ_ତା ୧୮.୦୮.୨୨ ରିଖ ଗୁରୁବାର ସନ୍ଧ୍ୟା ୭.୦୦ ଘଟିକା ସମୟରେ ବାଲେଶ୍ବର ଜିଲ୍ଲାର ଅତି ପରିଚିତ ସାହିତ୍ୟ ଅନୁଷ୍ଠାନ “ସାହିତ୍ୟିକ କବି ବନ୍ଧୁ ପରିବାର”ର ସଭାପତି ଶ୍ରୀଯୁକ୍ତ ଦେବେନ୍ଦ୍ର କୁମାର ନାଏକଙ୍କର ସଭାପତିତ୍ୱରେ , ମୁଖ୍ୟ ସମ୍ପାଦିକା ଶ୍ରୀମତୀ ପ୍ରଣତି ମହାପାତ୍ରଙ୍କର ପୌରହିତ୍ୟରେ ଆଭାସୀ ମାଧ୍ୟମରେ ଗୀତାମୃତ ଭଳି ପବିତ୍ର ସତସଙ୍ଗ ଅନୁଷ୍ଠିତ ହୋଇଯାଇଛି ।ପ୍ରାରମ୍ଭରେ ବଡ଼ଭାଇ ବିଶ୍ବେଶ୍ବର ମାଝୀ ଓମକାର ନାଦଧ୍ବନି ଏବଂ ସମ୍ପାଦିକା ପ୍ରଣତି ମହାପାତ୍ର ସମସ୍ତଙ୍କୁ ସୁସ୍ଵାଗତ ଜଣାଇବା ସହ ଶୁଭେଚ୍ଛା ଓ ଅତିଥି ପରିଚୟ ରଖିଥିଲେ ।    ମୁଖ୍ୟ ଅତିଥି ତଥା ବିଶିଷ୍ଟ ପ୍ରବାଚକ,ଆଲୋଚକ ଶ୍ରୀଯୁକ୍ତ ଡକ୍ଟର ପ୍ରଦୀପ ଚନ୍ଦ୍ର ଆଚାର୍ଯ୍ୟ, (ପୁରୀ) ମହାଭାଗଙ୍କର ସପ୍ତମ ଅଧ୍ୟାୟ ଜ୍ଞାନ ବିଜ୍ଞାନ ଯୋଗର ଦଶଟି ଶ୍ଲୋକର ଦୀକ୍ଷାନ୍ତ ଆଲୋଚନା, ଉଦାହରଣ ମାଧ୍ୟମରେ ତଥା ବକ୍ତବ୍ୟରେ ସମସ୍ତେ ମନ୍ତ୍ରମୁଗ୍ଧ ହୋଇ ଶ୍ରବଣ କରି ପ୍ରୀତ ହୋଇଥିଲେ ।  ଭକ୍ତଶ୍ରେଷ୍ଠ ଅର୍ଜୁନଙ୍କୁ ପୂର୍ବ ଅଧ୍ୟାୟରେ ଭଗବାନ ଶ୍ରୀକୃଷ୍ଣ କହିଥିଲେ, ହେ ସଖା ଅର୍ଜୁନ !ତୁମେ ସବୁକିଛି ତ୍ୟାଗ କରି ମୋର ଶରଣକୁ ଆସ ।ଏଭଳି କଥାରେ ସଂଶୟ ସୃଷ୍ଟି ହୋଇଥିଲା ଅର୍ଜୁନଙ୍କର ,ଯାହାଙ୍କ ଉତ୍ତର ହିଁ ସପ୍ତମ ଅଧ୍ୟାୟର ସୃଷ୍ଟି। ପୃଥିବୀ, ଜଳ,ବାୟୁ, ଅଗ୍ନି,ଆକାଶ, ମନ,ବୁଦ୍ଧି, ଅହଙ୍କାର ଏ ହେଉଛନ୍ତି ଅଷ୍ଟଧା ପ୍ରକୃତି, ଯାହା ଅପରା ପ୍ରକୃତି ନାମେ ନାମିତ। ଏ ସବୁ ନିକୃଷ୍ଟ ।ଜୀବରୂପା ପ୍ରକୃତି ଯାହା ଜଗତର ଧାରକ ତାହା ଉତ୍କୃଷ୍ଟ ପ୍ରକୃତି ବା ପରା ନାମରେ ନାମିତ ।ଭଗବାନ କହୁଛନ୍ତି ହେ ପାର୍ଥ ! ମୋତେ ସକଳ ଭୂତଙ୍କର ସନାତନ ବୀଜ ବୋଲି ଜାଣିରଖ ।ମୁଁ ବୁଦ୍ଧିମାନ ଲୋକଙ୍କ ବୁଦ୍ଧି ଓ ତେଜସ୍ଵୀ ଲୋକମାନଙ୍କର ତେଜ ଅଟେ ।ଏହିଭଳି ଅନେକ ତତ୍ତ୍ବପୂର୍ଣ୍ଣ ଓ ତଥ୍ୟଭିତ୍ତିକ ପ୍ରସଙ୍ଗ ଉତ୍ଥାପନ କରିଥିଲେ ପଣ୍ଡିତ ଆଚାର୍ଯ୍ୟ ମହାଭାଗ ।  ଶେଷରେ ପଣ୍ଡିତ ଭାବଗ୍ରାହୀ ମିଶ୍ର ଏବଂ ସଂଯୁକ୍ତା ରାଉତ ମହୋଦୟା ମଧ୍ୟ ନିଜ ବକ୍ତବ୍ୟରେ ଜ୍ଞାନ ବିଜ୍ଞାନ ଯୋଗର ଅନେକ ବିଶ୍ଲେଷଣାତ୍ମକ ବକ୍ତବ୍ୟ ପ୍ରଦାନ କରିଥିଲେ । ପଣ୍ଡିତ ଆଚାର୍ଯ୍ୟଙ୍କର ବକ୍ତବ୍ୟ ସରଳ,ସାବଲୀଳ, ଅତି ଉପାଦେୟ ତଥା ଉଚ୍ଚକୋଟୀର ବୋଲି ଉପସ୍ଥିତ ଶ୍ରଦ୍ଧାଳୁ ତଥା ସତସଙ୍ଗୀ ବନ୍ଧୁମାନେ ମନ୍ତବ୍ୟ ଦେଇଥିଲେ ।ଉକ୍ତ ସତସଙ୍ଗ କାର୍ଯ୍ୟକ୍ରମରେ ବିଭିନ୍ନ ସ୍ଥାନରୁ ୪୪ ରୁ ଉର୍ଦ୍ଧ୍ବ ସାରସ୍ଵତ ଗୀତା ପ୍ରେମୀ ଯୋଗ ଦେଇ ଏ ମହତ୍ ବାଣୀ ସାହିତ୍ୟିକ କବି ବନ୍ଧୁ ପରିବାରର ଏ କାର୍ଯ୍ୟକ୍ରମ ମାଧ୍ୟମରେ ଶ୍ରବଣ କରି କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ ।ଶେଷରେ ସଭାପତିଙ୍କ ଅନୁମୋଦନ କ୍ରମେ ରୀତା ଅପରାଜିତା ମହାନ୍ତି ମହୋଦୟା ଧନ୍ୟବାଦ ଓ ଶ୍ରୀମତୀ ଗୀତାଞ୍ଜଳି ପୃଷ୍ଟି ମହୋଦୟା ଶାନ୍ତିପାଠ କରିବା ସହ ଗୀତାମୃତ କାର୍ଯ୍ୟକ୍ରମ ସାଙ୍ଗ କରିଥିଲେ ।

ଢ଼େଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀଙ୍କ ରିପୋର୍ଟ୍

Related posts

ଅପର୍ତ୍ତି ସେଠୀ ଙ୍କ କବିତା  ମୁଁ ହେବି ରଜ କୁଇନ୍

Sunil Chandra Nayak

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

Sunil Chandra Nayak

ବିଜୟ କୁମାର ଜେନା ଙ୍କ କବିତା ବୟସ

Sunil Chandra Nayak

Leave a Comment

error: Content is protected !!