ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଏଲ୍ଆଇସି ଅଭିକର୍ତ୍ତାଙ୍କ ଆନ୍ଦୋଳନ

ଢେଙ୍କାନାଳ(ମ.ନି.ସ)୩୦/୦୯_ ଭାରତୀୟ ଜୀବନ ବୀମା ନିଗମ ଢେଙ୍କାନାଳ ଶାଖା ଅଭିକର୍ତ୍ତା ସଂଘ ତରଫରୁ ବିଶ୍ରାମ ଦିବସ ପାଳନ କରାଯାଇଛି । ଏଥିରେ ଅଭିକର୍ତ୍ତାମାନେ ବିଭିନ୍ନ ଦାବିନେଇ ଆନ୍ଦୋଳନ କୁ ଓହ୍ଲାଇଛନ୍ତି । ଏଲ୍ଆଇସି ପଲିସି ଧାରକଙ୍କର ବୋନସ ବୃଦ୍ଧି, ପଲିସି ଋଣ ଉପରେ ସୁଧ ହ୍ରାସ ଓ ବୀମା ପ୍ରିମିୟମ ଉପରୁ ଜିଏସ୍ ଟି ଉଚ୍ଛେଦ ମୁଖ୍ୟ ଦାବି କରାଯାଇଛି । ଗତ ଏକମାସ ଧରି ଅଭିକର୍ତ୍ତାମାନେ ବିଭିନ୍ନ ଉପାୟରେ ଦାବି ଉପସ୍ଥାପନ କରୁଥିବାବେଳେ ଏଲ୍ଆଇସି କର୍ତ୍ତୃପକ୍ଷ ଏହାକୁ ଅଣଦେଖା କରୁଛନ୍ତି । ଅଭିକର୍ତ୍ତାମାନଙ୍କ ଦାବି ପୂରଣ ନହେଲେ ଆଗାମୀ ଦିନରେ ଆନ୍ଦୋଳନ କୁ ଜୋରଦାର କରାଯିବ ବୋଲି ଶୁକ୍ରବାର ଚେତାବନୀ ଦିଆଯାଇଛି । ଏହି କାର୍ଯ୍ୟକ୍ରମକୁ ଅଭିକର୍ତ୍ତା ଶଙ୍କର୍ଷଣ ରଥ, ଶ୍ରୀକାନ୍ତ କୁମାର ଦାସ, ରମେଶ ଚନ୍ଦ୍ର ସାମଲ, ଉଦୟନାଥ ମହାନ୍ତି, ଗୋବିନ୍ଦ ଚନ୍ଦ୍ର ଶତପଥୀ, ସନ୍ତୋଷ କୁମାର ପଣ୍ଡା ପରିଚାଳନା କରିଥିବାବେଳେ ଶତାଧିକ ସଦସ୍ୟ ଉପସ୍ଥିତ ରହିଥିଲେ l

ଢେ଼ଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀଙ୍କ ରିପୋର୍ଟ 

 

Related posts

ଚକ୍ରାନ୍ତକାରୀଙ୍କ ବଲୟରେ ପ୍ରସିଦ୍ଧ ହାବସପୁରୀ ଶାଢୀର ଏନ୍ତୁଡିଶାଳ ଆଜି ବିପର୍ଯ୍ୟସ୍ତ

Sunil Chandra Nayak

କୈଳାସ ଚ଼ନ୍ଦ୍ର ପାଢ଼ୀ ଙ୍କ କବିତା ସୃଷ୍ଟିର ଅନ୍ତିମ ଗାଥା 

Sunil Chandra Nayak

ଜୁନାଗଡ଼ ସରକାରୀ ଉଚ୍ଚ ବିଦ୍ୟାଳୟ ରୁ ଚୋରି

Sunil Chandra Nayak

Leave a Comment

error: Content is protected !!