ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କାଉଡି ଯାତ୍ରାର ସୁପରିଚାଳନା ନିମନ୍ତେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ

ଢେଙ୍କାନାଳ: ଚଳିତ ବର୍ଷ ପ୍ରଭୁ ଶ୍ରୀ ଶ୍ରୀ ଚନ୍ଦ୍ର ଶେଖର ଜୀଉଙ୍କ କପିଳସ ପୀଠ ଠାରେ ଜଳ ଲାଗି ନିମନ୍ତେ ଅଧିକ ଶ୍ରଦ୍ଧାଳୁଙ୍କ ଆଗମନ ହେତୁ କାଉଡି ଯାତ୍ରାର ସୁପରିଚାଳନ ନିମନ୍ତେ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ସେଠୀ ନିର୍ଦ୍ଦେଶ ଦେଇଛନ୍ତି । ପୀଠକୁ ଆସୁଥିବା ଶ୍ରଦ୍ଧାଳୁମାନଙ୍କ ଠାରୁ କୌଣସି ପରିସ୍ଥିତିରେ ଗାଡି ପାକଂ ପାଇଁ ଧାର୍ଯ୍ୟ ମାହାସୁଲ ଠାରୁ ଯେପରି ଅଧୂକ ଦେୟ ନ ନେବେ ସେଥି ପ୍ରତି ଦୃଷ୍ଟି ଦେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । କୌଣସି ନୂତନ ଟୋଲ ଗେଟ ନ କରି ନିର୍ଦ୍ଧାରିତ ଟୋଲ ଗେଟକୁ ପୂର୍ବବତ କାର୍ଯ୍ୟକାରୀ କରିବାକୁ କହିଛନ୍ତି । କପିଳାସ ଠାରେ ସ୍ଥାୟୀ ପାକିଂ ନିମନ୍ତେ ବିହିତ ବ୍ୟବସ୍ଥା କରାଯିବ ବୋଲି ସେ ପ୍ରକାଶ କରିଛନ୍ତି । ପୀଠର ବାରବାଙ୍କ ଓ ପାହାଚରାସ୍ତାରେ ପର୍ଯ୍ୟାପ୍ତ ଆଲୋକିକରଣ ନିମନ୍ତେ ବ୍ୟବସ୍ଥା। ଜଳ ଲାଗି ଦିନ କାଉଡିଆ ଓ ଶ୍ରଦ୍ଧାଳୁ ମାନଙ୍କ ନିମନ୍ତେ ପୀଠ ଠାରେ ଆଶୁଚିକିତ୍ସା ଓ ଆମ୍ବୁଲାନ୍ସର ବ୍ୟବସ୍ଥା , ପୀଠର ପରିଷ୍କାର ପରିଚ୍ଛନତା ଓ ବିଶୋଧନ ନିମନ୍ତେ ବିଶେଷ ଧ୍ୟାନ ଦେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠ ଠାରେ ହୋଇଥିବା ଆଲୋଚନା ବେଳେ ସଦର ଉପଜିଲ୍ଲାପାଳ ତଥା ଦେବୋତ୍ତର ଅଧିକାରୀ ସୁଶ୍ରୀ ସ୍ନିଗ୍ଧା ରାଣୀ ଧଳ, ଏସ.ଡି.ପି.ଓ.ଶ୍ରୀବିକାଶ କୁମାର ବେହୁରା, ଗନ୍ଦିଆ ବିଡିଓ ଶ୍ରୀ ଆଶିଷ ରଞ୍ଜନ ସାହୁ, ଗନ୍ଦିଆ ସରପଞ୍ଚ ଶ୍ରୀ ବିଜୟ କୁମାର ଦେହୁରୀଙ୍କ ସମେତ ସମ୍ପୃକ୍ତ ଅଧିକାରୀମାନେ ଉପସ୍ଥିତ ଥିଲେ ।

ଢ଼େଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀ ଙ୍କ ରିପୋର୍ଟ୍

Related posts

ଲାଖବାହାଲିଠାରେ ସିଆର୍ ପିଏଫ୍ ତରଫରୁ ଜନସଂପର୍କ କାର୍ଯ୍ୟକ୍ରମ

Sunil Chandra Nayak

ବିଦ୍ୟାଳୟସ୍ତରୀୟ ବିଜ୍ଞାନ-ଗଣିତ ଓ ପରିବେଶ ପ୍ରଦର୍ଶନୀ 

Sunil Chandra Nayak

ସାହିତ୍ୟିକ କବି ବନ୍ଧୁ ପରିବାରର ଗୀତାମୃତ

Sunil Chandra Nayak

Leave a Comment

error: Content is protected !!