ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ଙ୍କ ଦ୍ଵାରା ସାମାଜିକ ସୁରକ୍ଷା ଭତ୍ତା ର ଶୁଭାରମ୍ଭ

ଆଜି ଜୁନାଗଡ଼ ପଞ୍ଚାୟତ ସମିତି କାର୍ଯ୍ୟାଳୟ ର ସମ୍ମିଳନୀ କକ୍ଷ ଠାରେ ନୃତନ ମଞ୍ଜୁରୀପ୍ରାପ୍ତ ସାମାଜିକ ସୁରକ୍ଷା ଭତ୍ତାର DBT ( E-Transfer ) ମାଧ୍ୟମରେ ବଣ୍ଟନ କାର୍ଯ୍ୟକ୍ରମ ର ଅନୁଷ୍ଠିତ ହୋଇଯାଇଛି | ମୁଖ୍ୟଅତିଥି ମାନ୍ୟବର ମନ୍ତ୍ରୀ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର ଯୋଗଦେଇ ଏହାର ଶୁଭ ଉଦଘାଟନ କରିଥିଲେ | “ମଧୁବାବୁ ପେନସନ୍ ଯୋଜନା ଅନୁସାରେ ଆପଣଙ୍କ ଭତ୍ତା ମଞ୍ଜୁର ହୋଇଥିବା ଜାଣିକି ମୁଁ ବହୁତ ଖୁସି | ଚଳିତ ମାସ ଠାରୁ ଆପଣ ଏହି ଭତ୍ତା ଟଙ୍କା ପାଇବେ | ଭତ୍ତା ରାଶି ଆପଣଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ଜମା ହୋଇଯିବ ବୋଲି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ବାର୍ତ୍ତା” କୁ ମନ୍ତ୍ରୀ ମହୋଦୟ ହିତାଧିକାରୀଙ୍କ ପହଞ୍ଚାଇଥିଲେ | ଉକ୍ତ ବୈଠକରେ ମନ୍ତ୍ରୀଙ୍କ ସହ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ତୁଲାରାମ ମାରାଣ୍ଡି, ଜୁନାଗଡ଼ ବ୍ଲକ ଅଧ୍ୟାକ୍ଷା ଶ୍ରୀମତି ସବିତା ମେହେର, ଜିଲ୍ଲା ପରିଷଦ ଜିଲ୍ଲା ଉପାଧ୍ୟାକ୍ଷା ଶ୍ରୀମତି ସୁଧିରା ମେହେର, ବ୍ଲକ ଉପାଧ୍ୟକ୍ଷ ଶ୍ରୀ ପ୍ରମେଦ ବେହେରା, ଚିଚୈଗୁଡ଼ା ସରପଞ୍ଚ ଶ୍ରୀ ଜ୍ଞାନ ମେହେର ଏବଂ ଉପସ୍ଥିତ ସ୍ଥାନୀୟ ଜନସାଧାରଣ, ବ୍ଲକ ଅଧିକାରୀ ପ୍ରମୁଖ ଉପସ୍ଥିତରେ ମଞ୍ଜୁରୀପ୍ରାପ୍ତ ସାମାଜିକ ସୁରକ୍ଷା ଭତ୍ତାର ବଣ୍ଟନ କରାଯାଇଥିଲା |

ଵିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ନିଟ୍ରା ତରଫରୁ ଇଞ୍ଜିନିୟରସ ଦିବସ ପାଳିତ

Sunil Chandra Nayak

ବିଷ ପାନ କରି ଜୀବନ ହାରିଲେ ଯୁବକ, କାରଣ ଅସ୍ପଷ୍ଟ, ପୋଲିସର ତଦନ୍ତ ଜାରି

Sunil Chandra Nayak

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଅନଳ ବର୍ଷା

Leave a Comment

error: Content is protected !!