ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଆଇପିଏଲ କ୍ରିକେଟ ବେଟିଂ ଜାଲରେ ଜୁନାଗଡ଼ ,ପଥଭ୍ରଷ୍ଟ କରୁଛି ଯୁବଗୋଷ୍ଠୀଙ୍କୁ

ଜୁନାଗଡ଼,୨୦/୫(ମ ନି ସ)  କଳାହାଣ୍ଡି ଜିଲ୍ଲାରେ ଆଇପିଏଲ ର କାୟା ଏମିତି ବିସ୍ତାର କରିଛି ଯେ ଏହାର ଜାଲରେ ଯୁବ ପିଢ଼ି, ଦିନମଜୁରିଆ ରୁ ଆରମ୍ଭ କରି ସରକାରୀ ଚାକିରୀ କରୁଥିବା ଲୋକେ ଏବେ ଉବୁଡୁବୁ ହେଉଥିବା ଦେଖିବାକୁ ମିଳିଛି । ରାତାରାତି କୋଟିପତି ହେବା ନିଶାରେ ଲୋକେ ସ୍ୱର୍ବଶ୍ବାନ୍ତ ହେଉଛନ୍ତି । ଆଇପିଏଲ ଯୋଗୁଁ ଲୋକେ ଘରଦ୍ୱାର ଜମିବାଡ଼ି ବିକ୍ରି କରିଦେଉଥିବା ନଜରକୁ ଆସିଛି । ଏହି ନେଟୱର୍କ ଚେନ ଖାଲି ଜୁନାଗଡ଼ ଅଂଚଳ ନୁହେଁଏହାର ଚେର କଳାହାଣ୍ଡି ରୁ ଟିଟିଲାଗଡ଼ ଓ ରାୟପୁରକୁ ଲମ୍ବିଛି । ନିକଟରେ ଧର୍ମଗଡ଼ରେ ଧରପଗଡ ହେଲା ହେଲେ ଜୁନାଗଡ଼ ରେ ଅନେକ ପ୍ରଭାବଶାଳୀ ବୁକି ଅତି ଚତୁରତାର ସହ ଏହି କାରବାର ଚଳାଇଥିବା ବେଳେ ଏଠାରେ କେବେ ଧରପଗଡ଼ ହେବ ଏନେଇ ସାଧାରଣରେ ପ୍ରଶ୍ନ ଉଙ୍କିମାରୁଛି। ଜୁନାଗଡ଼ ସହର ତଥା ଗ୍ରାମଞ୍ଚଳରେ ଆଇପିଏଲ କ୍ରିକେଟ ବେଟିଂ ନିଜର କାୟା ବିସ୍ତାର କରିବାରେ ଲାଗିଛି ।  ବର୍ତ୍ତମାନ ଡିଜିଟାଲ ଇଣ୍ଡିଆର ୪ ଜି ଯୁଗରେ ଏବେ ମୋବାଇଲରେ ଚାଲିଛି ଏହି ବେଟିଂ । ଅକଲଗୁଡୁମ କରିଛି ପୁଲିସ ବିଭାଗକୁ ।ଜୁନାଗଡ଼ରେ ହେଉଥିବା ଆଇପିଏଲ ବେଟିଂ ରେ ପ୍ରତିଦିନ କୋଟି କୋଟି ଟଙ୍କା ର ବେଟିଂ ହେଉଥିବାନଜର ରହିଛି।ଜୁନାଗଡ଼ରେ ଖେଳ ହେଉଥିବା ବେଳେ ରାୟପୁରରେ କଟିଂ ହୋଇଥାଏ । ଅନ୍ୟ ପକ୍ଷରେ ଜୁନାଗଡ଼ରେ ସଟା ବେଟିଂ କୁ କଣ୍ଟ୍ରୋଲ କରୁଥିବା କିଛି ମାଷ୍ଟରମାଇଣ୍ଡ ଲୋକ ହିଁ ରାୟପୁରରେ ରହି ସଟାଖେଳ କରିଥାନ୍ତି ।ଆଇପିଏଲ ର ୨ ପ୍ରତିପକ୍ଷ ଟିମରେ କିଏ ଜିତିବ ,କିଏ ହାରିବ ,ସେ ନେଇ ଟଙ୍କା ବୋଲି କରାଯାଉଛି । ସେହି ଭଳି ପ୍ରତି ଓଭର, ପ୍ରତି ଛକା, ଉଇକେଟ, କ୍ୟାଚ, ଦଳଗତ ରନ ସ୍କୋର, ବ୍ୟାଟ୍ସମ୍ୟାନଙ୍କ ବ୍ୟକ୍ତିଗତ ରନସ୍କୋରରେ ଲୋକେ ଟଙ୍କା ଲଗାଇ ଥାନ୍ତି । ଯଦି ଟଙ୍କା ଲଗାଇଥିବା ଟିମ ହାରିଯାଏ ତାହେଲେ ସେହି ଲୋକ ସ୍ୱର୍ବଶ୍ବାନ୍ତ ହୋଇଯାନ୍ତି । ବର୍ତ୍ତମାନ ଛୋଟ ଛୋଟ ବୁକିମାନେ ଲକ୍ଷ ଲକ୍ଷ ଟଙ୍କାର ଖେଳ କରୁଛନ୍ତି । ଏହି ବେଟିଂ ଟିଟିଲାଗଡ଼ ଓ ରାୟପୁର ରୁ କଣ୍ଟ୍ରୋଲ ହେଉଛି । ଫୋନ ଏବଂ ୱାଟ୍ସ୍ ଆପ ମାଧ୍ୟମରେ ଏହି ଖେଳ ଚାଲୁଥିବା ବେଳେ ପୁଲିସ ମଧ୍ୟ ଏହାର ଟେର ପାଇପାରୁ ନାହିଁ । କଳାହାଣ୍ଡି ଜିଲ୍ଲାର ଜୁନାଗଡ଼ ରୁ ଏହି ଆଇପିଏଲ ସଟା ଖେଳ କଣ୍ଟ୍ରୋଲ ହେଉଛି । ଏହି ନେଟୱର୍କ ଧର୍ମଗଡ଼, ଭବାନୀପାଟଣା, କେସିଙ୍ଗା, ଟିଟିଲାଗଡ଼, କଣ୍ଟାବାଞ୍ଜି, ରାୟପୁରକୁ ଲମ୍ବିଛି । ଏହି ବେଟିଂ ରେ ଧନୀ ଶ୍ରେଣୀର ଯୁବକମାନେ ଅଧିକ ଟଙ୍କା ଲଗାଉଛନ୍ତି । ଆଇପିଏଲ କ୍ରିକେଟ ବେଟିଂ ଯୋଗୁଁ ବହୁ ଯୁବକ ପଥଭ୍ରଷ୍ଟ ହେବାରେ ଲାଗିଛନ୍ତି । ଏହି ଲିଙ୍କକୁ ପୋଲିସ ପ୍ରଶାସନ ଠାବ କରିବାରେ ଅସଫଳ ହୋଉଥିବା ରୁ ବହୁ ଆଇପିଏଲ ବେଟିଂ ବୁକି ନିଜର କାୟା ବିସ୍ତାର କରି ଚାଲିଛନ୍ତି । ଏ ନେଇ ପୁଲିସ ପ୍ରଶାସନ ଏକ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରି ଚଢଉ କଲେ ବହୁ ପଥ ଭ୍ରଷ୍ଟ ଯୁବପିଢ଼ି ଉଦ୍ଧାର ହୋଇପାରନ୍ତେ ଏବଂ ଏହି ରାକେଟର ପର୍ଦାଫାଶ ହୋଇପାରିବ ବୋଲି ସାଧାରଣ ମହଲ ରେ ଦାବି ହେଉଛି ।

ଜୁନାଗଡ଼ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ୍ ।

Related posts

ବିଧାୟକ ଙ୍କ ଦ୍ଵାରା ଖାତିଗୁଡା କୁମ୍ଭାର ଶାଳ ମରାମତି ପ୍ରକଳ୍ପ ନିମନ୍ତେ ଶୁଭ 

Sunil Chandra Nayak

ସରସ୍ଵତୀ ଶିଶୁ ମନ୍ଦିରରେ ଗୁରୁ ପୂର୍ଣ୍ଣିମା ଉତ୍ସବ

Sunil Chandra Nayak

ଦୁର୍ଗମ ତୁର୍କା ଗାଁକୁ ଫିଟିଲା ବିକାଶର ବାଟ

Sunil Chandra Nayak

Leave a Comment

error: Content is protected !!