ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନବମୀ ରେ ପୂଜା ମଣ୍ଡପରେ ମା ଦୁର୍ଗା: ଝିପି ଝିପି ବର୍ଷା ରେ ଫିକା ପଡି ଯାଇଛି ପୂଜା ମାହୋଲ୍ 

କାମାକ୍ଷାନଗର(ମ ନି ସ) ୦୪/୦୫_ଆଜି ସହରର ବିଭିନ୍ନ ପୂଜା ମଣ୍ଡପରେ ମା ଦୁଗା ଙ୍କ ର ନବରାତ୍ରି ପୂଜା ବିଧି ସଂପନ୍ନ ହେଉଅଛି। ନାମ ସଙ୍କୀର୍ତ୍ତନ, ଯଜ୍ଞ ରେ ପ୍ରକମ୍ପିତ ହେଇଛି ପୁରା ସହର। ଏତଦ୍ ବ୍ୟତୀତ ସବୁ ଛକ, ବଜାର ରେ ମନୋହରୀ ସାମଗ୍ରୀ, ଗୁପଚୁପ, ଚାଟ୍, ରାମ ଦୋଳି , ପିଲାଙ୍କ ଖେଳନା ଦ୍ରବ୍ୟ, ସୌଖିନ ଜିନିଷ ସାଙ୍ଗକୁ ରଙ୍ଗୀନ୍ ଆଲୁଅ, ଆକର୍ଷଣୀୟ ତୋରଣ ପୂଜା ମହୋଲ୍ କୁ ବଢ଼େଇ ଦେଇଛି। କିନ୍ତୁ ଝିପି ଝିପି ବର୍ଷାର ପ୍ରଭାବରୁ ଦଶରା ପୂଜା ଫିକା ପଡ଼ିଯାଇଛି l ସାନ୍ଧ୍ୟ ୭ ଘଟିକା ରେ ବର୍ଷା କମିଥିବାରୁ ଭକ୍ତ ଙ୍କ ସମାଗମ ହୋଇଥିଲା। ଭଲ ଦି ପଇସା ରୋଜଗାର କରିବା କୁ ବ୍ୟବସାୟୀ ମାନେ ଏବେ ଚିନ୍ତା ରେ ପଡ଼ି ଯାଇଛନ୍ତି। ଆସନ୍ତା କାଲି ଯଦି ଏହି ପରି ବର୍ଷା ଲାଗି ରହିବ ତେବେ ଭକ୍ତ ମାନେ ମା ଙ୍କ ଦିବ୍ୟ ଦର୍ଶନ ରୁ ବଞ୍ଚିତ ହେବା ସହିତ ବ୍ୟବସାୟୀ ଙ୍କ ବେପାର ମାନ୍ଦା ପଡି ଯିବ ବୋଲି ଆଶଙ୍କା କରାଯାଉଛି l

କାମାକ୍ଷାନଗର ରୁ ପ୍ରହଲ୍ଲାଦ ମୁଦୁଲିଙ୍କ ରିପୋର୍ଟ୍

Related posts

ଭତ୍ତା ଟଙ୍କା ପାଇଁ ବ୍ୟାଙ୍କ୍ ଆସିଥିବା ବୃଦ୍ଧ ଅସୁସ୍ଥ : ବ୍ୟାଙ୍କକୁ ଦୌଡ଼ି ବୃଦ୍ଧ ବୃଦ୍ଧା ହନ୍ତସନ୍ତ 

Sunil Chandra Nayak

ମମତା ସାହୁ ଙ୍କ କବିତା ମେଘ ମହ୍ଲାର

Sunil Chandra Nayak

ମନ୍‌ କି ବାତ କାର୍ଯ୍ୟକ୍ରମରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାମିଲ

Sunil Chandra Nayak

Leave a Comment

error: Content is protected !!