ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପ୍ରଧାନ ଶିକ୍ଷକ ଙ୍କ ଅଵସର ପରେ ବିଦାୟ ସମ୍ବର୍ଦ୍ଧନା

କୋକସରା,୨/୪ – କୋକସରା ବ୍ଲକ ଗୋଷ୍ଠି ଶିକ୍ଷା ବିଭାଗ ଅନ୍ତର୍ଗତ ଦର୍ଲିପଡା କ୍ଲଷ୍ଟର ର ଡୁଡୁକାଠେଙ୍ଗା ପଞ୍ଚାୟତ ବନ୍ଧପଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ କାର୍ଯ୍ୟରତ ପ୍ରଧାନ ଶିକ୍ଷକ ଵିଘ୍ନେଶ୍ୱର ପୁରୋହିତ ତାଙ୍କ ଚାକିରୀ କାର୍ଯ୍ୟକାଳ ରୁ ଶୁକ୍ରବାର ଅବସର ଗ୍ରହଣ କରିଛନ୍ତି। ଏହି ଅବସରରେ ଦର୍ଲିପଡା କ୍ଲଷ୍ଟର ପକ୍ଷରୁ ଡୁଡୁକାଠେଙ୍ଗା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏକ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମ ରେ ମୂଖ୍ୟ ଅତିଥି ଭାବେ କୋକସରା ବିଇଓ ରମାକାନ୍ତ ଦାସ, ସମ୍ମାନିତ ଅତିଥି ଭାବେ ବିଆରସିସି ତୋଫାନ ମାଝୀ, ଏବିଇଓ ବିଜୟ କୁମାର ବାରିକ, ସମାଜସେବୀ ବନମାଲି ବାଗ, କୋକସରା ପ୍ରାଥମିକ ଶିକ୍ଷକ ସଂଘ ର ସଭାପତି ଭୁରିଶ୍ରବା ଜାଲ, ଉପ ସଭାପତି ବୀରକିଶୋର ନାଗ, ଉପଦେଷ୍ଟା କମିଟି ସଦସ୍ୟ ଲିଙ୍ଗରାଜ ନାଏକ ମଞ୍ଚରେ ଉପସ୍ଥିତ ରହି ବିଦାୟୀ ଶିକ୍ଷକ ଙ୍କ କାର୍ଯ୍ୟଦକ୍ଷତା ସହ ଛାତ୍ର ଛାତ୍ରୀ ପ୍ରତି ସହନଶୀଳତା କୁ ମନେ ପକାଇ ତାଙ୍କ ଆଗାମୀ ଜୀବନ ର ମଙ୍ଗଳ କାମନା କରିଥିଲେ। ଶିକ୍ଷକ ଅଜିତ କୁମାର ସାହୁ ପ୍ରାରମ୍ଭିକ ଅଭିଭାଷଣ ରଖିଥିବା ବେଳେ ସ୍ୱାଗତ ସମ୍ବର୍ଦ୍ଧନା ସି.ଆର.ସି.ସି ସୁବାସ ବାଗ ଓ ମଞ୍ଚ ପରିଚାଳନା ବରିଷ୍ଠ ଶିକ୍ଷକ ସଂଜୀବ କୁମାର ପାଢୀ କରିଥିଲେ। କ୍ଲଷ୍ଟର ର ସମସ୍ତ ବିଦ୍ୟାଳୟ ର ଶିକ୍ଷକ ମାନେ ଉପସ୍ଥିତ ରହି ଥିଲେ । ମ ନି ସ 

Related posts

ନବୀନଙ୍କ ନୂଆ ଟିମ୍‌ରେ ସାମିଲ୍ ହେବେ ନୂଆ ଓ ପୁରୁଣା ମୁହଁ

କୃତ୍ରିମ ବନୀକରଣ ୨୦୨୨-୨୩ କାର୍ଯ୍ୟକ୍ରମ ପରିଦର୍ଶନ କଲେ ଵ୍ରହ୍ମପୁର ମୁଖ୍ୟ ବନ ସରଂକ୍ଷକ

Sunil Chandra Nayak

ଜିଲ୍ଲା ଶିକ୍ଷା ବିଭାଗ ପାଇଁ ସାଂସଦ ପ୍ରତିନିଧି ଭାବେ ଜଗବନ୍ଧୁ ମିଶ୍ର ନିଯୁକ୍ତ

Sunil Chandra Nayak

Leave a Comment

error: Content is protected !!