ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନିର୍ମାଣ ସରି ଦୁଇବର୍ଷ ବିତିଲା , କମର୍ଦ୍ଧାରେ କାର୍ଯ୍ୟକ୍ଷମ ହେଇନି ବସୁଧା ପାନୀୟ ଜଳ ପ୍ରକଳ୍ପ

ନିମ୍ନମାନର କାମ କରି ଠିକାଦାର ଛୁ,

ଯନ୍ତ୍ରୀଙ୍କୁ ପିସି ମିଳିଲେ ହେଲା

ଲାଞ୍ଜିଗଡ଼,୦୮/୦୮  କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକର ଏକ ଗୁରୁତ୍ୱପୂର୍ଣ୍ଣ ଗ୍ରାମପଞ୍ଚାୟତ ହେଉଛି କମର୍ଦ୍ଧା । ସେହିପରି କମର୍ଦ୍ଧା ଗ୍ରାମପଞ୍ଚାୟତର ମୁଖ୍ୟାଳୟ ମଧ୍ୟ କମର୍ଦ୍ଧା ହୋଇଥିବାବେଳେ ବାରଶହ ଜନସଂଖ୍ୟା ବିଶିଷ୍ଟ ଏହି ଗାଁ ତିନୋଟି ୱାର୍ଡରେ ବିଭକ୍ତ । ବାରଶହ ଜନସଂଖ୍ୟା ପାଇଁ ପାନୀୟ ଜଳ ସଂକଟ ଏକ ମୁଖ୍ୟ ସମସ୍ୟା ହୋଇଥିବାବେଳେ ବସୁଧା ଯୋଜନାରେ ଗାଁରେ ଗତ ତିନିବର୍ଷ ତଳେ ଏକ ପାନୀୟ ଜଳ ପ୍ରକଳ୍ପ ନିର୍ମାଣ ଆରମ୍ଭ ହୋଇଥିଲା । ଏହି ଯୋଜନାରେ ଓଭରହେଡ ଟ୍ୟାଙ୍କ ନିର୍ମାଣ, ପାଇପ ପୋତିବାଠାରୁ ଆରମ୍ଭ କରି ଷ୍ଟାଣ୍ଡପୋଷ୍ଟ ନିର୍ମାଣ ଓ ବିଦ୍ୟୁତ୍ ସଂଯୋଗ କାମ ମଧ୍ୟ ଶେଷ ହୋଇଥିଲା । ଏହି ପ୍ରକଳ୍ପ ନିର୍ମାଣ ଶେଷ ହେବା ଦେଖି ଗ୍ରାମବାସୀ ଦୀର୍ଘ ଦିନର ଜଳକଷ୍ଟ ଦୂର ହେବ ବୋଲି ଆଶା ପ୍ରକାଶ କରିଥିଲେ । ତେବେ ନିର୍ମାଣ ଶେଷ ହେବାର ଦୁଇବର୍ଷ ବିତିସାରିଲାଣି ଆଜି ପର୍ଯ୍ୟନ୍ତ ଏହି ପ୍ରକଳ୍ପରୁ ଜଳଯୋଗାଣ ଆରମ୍ଭ ହୋଇନାହିଁ । ନିମ୍ନମାନର କାମ କରି ଠିକାଦାର ନିଜ ଦାୟିତ୍ୱ ସାରି ଦେଇଥିବାବେଳେ ମାତ୍ରାଧିକ ପିସିସ ନେଇ ବିଭାଗୀୟ ଯନ୍ତ୍ରୀ ମାନେ ବିଲ୍ କରିଦେଇଛନ୍ତି । ତେବେ ନିମ୍ନମାନର କାମ ଯୋଗୁଁ ଏବେ ବିଭିନ୍ନ ସ୍ଥାନରେ ପାଇପ ଫାଟିବା ଆରମ୍ଭ ହେଲାଣି । ଏପରି ପରିସ୍ଥିତିରେ ଲୋକେ ପାଣି ପାଇବେ କଣ ଓଭରହେଡ ଟ୍ୟାଙ୍କ ଦେଖି ମୁଣ୍ଡ ବାଡଉଛନ୍ତି । ଏଣୁ କମର୍ଦ୍ଧାଠାରେ ନିର୍ମିତ ବସୁଧା ଯୋ ଜନାର ଏକ ନିରପେକ୍ଷ ତଦନ୍ତ ସହିତ ଏଥିରେ ସଂପୃକ୍ତ ଠିକାଦାର ଓ ଯନ୍ତ୍ରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ କମର୍ଦ୍ଧା ଅଞ୍ଚଳବାସୀ ଦାବି କରିଛନ୍ତି । ଏହାସହିତ କମର୍ଦ୍ଧାର ପାନୀୟ ଜଳକଷ୍ଟ ଦୂର କରିବାକୁ ପଦକ୍ଷେପ ନେବାକୁ ସେମାନେ ଦାବି କରିଛନ୍ତି ।

ଲାଞ୍ଜିଗଡ଼ ରୁ ସୁଶୀଲ କୁମାର ବାଗ ଙ୍କ ରିପୋର୍ଟ 

Related posts

ଛାତ୍ର ଜନତା ଦଳ ତରଫରୁ ଆଜି ବିଶ୍ବବିଦ୍ୟାଳୟ ସମ୍ମୁଖରେ ଜଳ ସେବା ଶିବିର ଆରମ୍ଭ

Sunil Chandra Nayak

ଶେଷ ଇଚ୍ଛା ପୂରଣ ପୂର୍ବରୁ ଆଖି ବୁଜିଲେ ବିଦ୍ୟାଳୟ ପ୍ରତିଷ୍ଠାତା

Sunil Chandra Nayak

ରାଇରଙ୍ଗପୁରରେ ବାମନଘାଟୀ ଉପଖଣ୍ଡ ସ୍ତରୀୟ ଜନ ଶୁଣାଣି

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort