ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଏନ୍ଆଇଟିକୁ ବିଜୁ ପଟ୍ଟନାୟଙ୍କ ନାମରେ ନାମିତ କରାଯାଉ

ରାଉରକେଲା :୩୦/୧୦ – (ମନିସ) :- ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ (ଏନ୍ଆଇଟି) ରାଉଲକେଲା କୁ ବିଜୁ ପଟ୍ଟନାୟକ ଙ୍କ ନାମରେ ନାମିତ କରିବା ପାଇଁ ରାଉଲକେଲା ର ହୋଟେଲ ଦୀପ୍ତି ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଦାବି କରାଯାଇଛି। ତତ୍କାଳୀନ ଆରଇସି, ନିଟ୍ରାଲ ପ୍ରାକ୍ତନ ସଭାପତି ତଥା ଆର୍ ଏସ୍ ପିର ପୂର୍ବତନ ନିର୍ବାହୀ ନିର୍ଦ୍ଦେଶକ ଭାରତ ଭୂଷଣ ମହାନ୍ତି, ନିଟ୍ରାର ପ୍ରାକ୍ତନ ସଭାପତି ତଥା ପୂର୍ବତନ ରୋଟାରୀ ଗଭର୍ଣ୍ଣର ଫକିର ଚରଣ ମହାନ୍ତି ଓ ସମ୍ପ୍ରତି ନିଟ୍ରାର ଅଧ୍ଯକ୍ଷ ତଥା ପ୍ରାକ୍ତନ ଆର୍ ଏସ୍ ପିର ବରିଷ୍ଠ ମହାପ୍ରବନ୍ଧକ ବିମଳ କୁମାର ବିଷି ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ତତ୍କାଳୀନ ମୂଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଉଦ୍ଯମକ୍ରମେ ୧୯୬୧ ମସିହା ଅଗଷ୍ଟ ୧୫ ଆର୍ ଇସି ପ୍ରତିଷ୍ଠା ହୋଇଥିବା ନେଇ ଓଡିଶା ସରକାରଙ୍କ ମୁଖପତ୍ର ଓଡିଶା ରିଭ୍ଯୁରେ ପ୍ରକାଶିତ ହୋଇଥିଲା। ସୂଚନାଯୋଗ୍ୟ ଯେ, ୧୯୫୯ ରେ ପୂର୍ବାଞ୍ଚଳରେ କେନ୍ଦ୍ର ଓ ରାଜ୍ଯ ମିଳିତ ଉଦ୍ଯମରେ ଏକ ଆର୍ ଇସି ପ୍ରତିଷ୍ଠା ହେବାର ନିଷ୍ପତି ହୋଇଥିଲା। ବିଜୁ ବାବୁଙ୍କ ଅନୁରୋଧ ସତ୍ତ୍ୱେ ଏହି ବିହାନ – ଜାମସେଦପୁରରେ ପ୍ରତିଷ୍ଠିତ ହୋଇଥିଲା। ପରବର୍ତ୍ତୀ ସମୟରେ ଅନ୍ଯ ଏକ ଆରଇସି ଦୁର୍ଗାପୁର ଠାରେ ପ୍ରତିଷ୍ଠିତ ହେଲା। ତେବେ ଦୃଢମନ ବିଜୁବାବୁଙ୍କ ନିଷ୍ଠାପର ଉଦ୍ୟମ ଦ୍ବାରା ସମସ୍ତ ନିୟମ ପାଳନପୂର୍ବକ ରାଉଲକେଲାରେ ଆଇଟିଆଇ (ସରକାରୀ) ରେ କଲେଜ ଆରମ୍ଭ କରିବାର ସମସ୍ତ ବ୍ଯବସ୍ଥା କରି ଅଗଷ୍ଟ ୧୫ ରେ ରାଉଲକେଲା ଆରଇସି ପ୍ରତିଷ୍ଠା ହେଲା ବୋଲି ଘୋଷଣା କରିଥିଲେ। ଏଥିରେ ୬୦ ଜଣ ଓଡିଆ ଓ ୬୦ ଜଣ ଅଣଓଡିଆଙ୍କୁ ନେଇ କଲେଜ ଆରମ୍ଭ ହୋଇଥିଲା। ୧୯୬୨ ରେ ପ୍ରଫେସର ଭୁବନେଶ୍ୱର ବେହେରା ନିୟମ ଅନୁଯାଇ ନିଯୁକ୍ତି ପାଇ ରାଉରକେଲାରେ ଯୋଗଦେଲେ। ସେତେବେଳେ କଲେଜ ସ୍ବୀକତି ହାସଲ କରିନଥିଲା। ତେଣୁ ଶ୍ରୀ ବେହେରା ବିଜୁବାବୁଙ୍କୁ ସାକ୍ଷାତ କରି ଏ ସମ୍ପର୍କରେ ବିଧିବଦ୍ଧ ଆଲୋଚନା କରିଥିଲେ। ଏହି ଆଲୋଚନା ସମୟରେ ବିଜୁବାବୁ କଲେଜ୍ ର ରୂପରେଖ ନେଇ ୩୦ ଲକ୍ଷ ଟଙ୍କା ଅନୁଦାନ ଦେବା ସହ ଏହାର କାର୍ଯ୍ଯକରିତା ନେଇ ଶ୍ରୀ ବେହେରାଙ୍କୁ ନିର୍ଭର ପ୍ରତିଶ୍ରୁତି ପ୍ରଦାନ କରିଥିଲେ। ପରେ କଲେଜର ଅଧ୍ଯକ୍ଷଙ୍କ ଆହ୍ବାନରେ ତତ୍କାଳୀନ ସରକାରୀ ମୁଖ୍ଯ ଅଧିକାରୀ ଶ୍ରୀ ଚନ୍ଦ୍ରକାନ୍ତ ରାଉଲକେଲା ଗ୍ରସ୍ତ କରି କଲେଜ ଭିର୍ତ୍ତିଭୂମି ଉଚ୍ଚ ପ୍ରଶଂସା କରିଥିଲେ। ରାଉଲକେଲା ଗ୍ରସ୍ତରୁ ଫେରିଯାଇ କଲେଜକୁ ସରକାରୀ ସ୍ବୀକୃତି ନିମନ୍ତେ କେନ୍ଦ୍ରକୁ ସୁପାରିଶ କରିଥିଲେ। କେନ୍ଦ୍ର ସରକାର ଏହି କଲେଜକୁ ସ୍ବୀକୃତି ପ୍ରଦାନ କରିବା ସହ ବିଜୁବାବୁଙ୍କ ଦ୍ବାରା ସ୍ବୀକୃତ ଅଧ୍ଯକ୍ଷଙ୍କୁ ନିଯୁକ୍ତି କରିଥିଲେ। ପ୍ରବାଦ ପୁରୁଷ ବିଜୁବାବୁଙ୍କ ନିଷ୍ଠାପର ଉଦ୍ୟମ ତଥା ଉତ୍ସର୍ଗୀକୃତ ମନୋଭାବ ଫଳରେ ଏଠାରେ ଆରଇସି ପ୍ରତିଷ୍ଠା ହେବା ଓ ପରବର୍ତ୍ତୀ ସମୟରେ ଏନ୍ଆଇଟି ପ୍ରତିଷ୍ଠା ହେବା ଓ ପରବର୍ତ୍ତୀ ସମୟରେ ଏନ୍ଆଇଟି ନାମରେ ନାମିତ ହୋଇଛି। ତେବେ ଦେଶରେ ବିଭିନ୍ନ ମହାପୁରୁଷଙ୍କ ନାମରେ ଯେପରି ପ୍ରୟାଗରାଜର ମୋତିଲାଲ ନେହେରୁ ଏନ୍ଆଇଟି, ଭୋପାଳ ମୌଲାନା ଆବୁଲ କାଲାମ ଏନ୍ଆଇଟି, ନାଗପୁରରେ ସାର ବିଶ୍ବେଶ୍ବରାୟ ଏନ୍ଆଇଟି, ଜଳନ୍ଧରରେ ବିଆର ଆମ୍ବେଦକର ଏନ୍ଆଇଟି, ଜୟପୁରରେ ମାଲବିୟା ଏନ୍ଆଇଟି ଆଦି ନାମିତ ହୋଇଥିବା ବେଳେ ରାଉରକେଲାରେ ପ୍ରତିଷ୍ଠା ଏନ୍ଆଇଟିକୁ ବିଜୁବାବୁଙ୍କ ନାମରେ ନାମିତ କରା ଯାଇପାରିଲେ ତାହା ତାଙ୍କ ପ୍ରତି ସର୍ବୋଚ୍ଚ ସମ୍ମାନ ହେବ ବୋଲି ଏହି ସାମ୍ବାଦିକ ସମ୍ମିଳନୀରେ ଉଦ୍ଯୋକ୍ତା ଶ୍ରୀ ମହାନ୍ତି, ଶ୍ରୀ ବିଷି ଓ ଶ୍ରୀ ମହାନ୍ତି ପ୍ରକାଶ କରିଛନ୍ତି।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ଡିସେମ୍ବର ୨ ରୁ ସପ୍ତଦଶ ବୌଦ୍ଧ ପୁସ୍ତକମେଳା

Sunil Chandra Nayak

ବନ ବିଭାଗ ଦ୍ଵାରା ଅଜଗର ଉଦ୍ଧାର

Sunil Chandra Nayak

ନବ ନିର୍ମିତ ଶିବ ମନ୍ଦିର ଉଦଘାଟିତ

Leave a Comment

error: Content is protected !!