ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବେଆଇନ ପାଚେରୀ ନିର୍ମାଣ ବିରୋଧରେ ସାମ୍ବାଦିକ ସମ୍ମିଳନୀ

ବାଲେଶ୍ଵର,୨୯/୧୦/୨୨- ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତ୍ୟେକ କଥାରେ ଆଇନ ତା ବାଟରେ ଯିବବୋଲି କହୁଥିବା ବେଳେ ତାଙ୍କ ଦଳର ପୂର୍ବତନ ସାଂସଦ ତଥା ବାଲେଶ୍ବର ଜିଲ୍ଲା ସଭାପତି ରବିନ୍ଦ୍ର କୁମାର ଜେନା ଆଇନ୍ କୁ ତାବାଟରେ ଯିବାକୁ ଦେଉ ନାହାନ୍ତି । କ୍ଷମତାର ଅପବ୍ୟବହାର କରି ଆଇନ୍ ର ରାସ୍ତାକୁ ନିଜେ ବଦଳାଇ ଦେଉଛନ୍ତି । ଯାହା ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ହୋଇଛି ଖୋଲାସା । ସଂଗୃହିତ ଖବରରୁ ଜଣାଯାଇଛି ଯେ ବାଲେଶ୍ଵର ଜିଲ୍ଲା ସିଂଲା ଥାନା ଅଧୀନ ସେକ୍ ସଫିତୁଲ୍ଲା ପରିବାର ଲଙ୍ଗଳେଶ୍ଵର ଗ୍ରାମରେ ଦୀର୍ଘ ବର୍ଷ ଧରି ରହି ଆସୁଛନ୍ତି । ତାଙ୍କ ପୈତୃକ ସମ୍ପତ୍ତି ଉପରେ ବାଲେଶ୍ଵର ପୂର୍ବତନ ସାଂସଦ ତଥା ଜିଲ୍ଲା ବିଜେଡ଼ି ସଭାପତି ରବିନ୍ଦ୍ର କୁମାର ଜେନାଙ୍କ ଲୁଲୋପ ଦୃଷ୍ଟି ପଡିଛି । ସଫିତୁଲ୍ଲାଙ୍କ ଜମିର କିଛି ଅଂଶକୁ ଶ୍ରୀ ଜେନା ନିଜର ବୋଲି ଦାବୀ କରିଥିଲେ । ଗରିବ ସେକ୍ ସଫିତୁଲ୍ଲା ଦୀର୍ଘ ୧୪ ବର୍ଷ ପୂର୍ବରୁ ଏହି ବିବାଦୀୟ ଜାଗା ଉପରେ ବାଲେଶ୍ଵର ସିଭିଲ କୋର୍ଟରେ ମାମଲା ରୁଜୁ କରିଥିଲେ । ମାନ୍ୟବର ଅଦାଲତ୍ ଏହି ବିବାଦୀୟ ଜମି ଉପରେ ବିଚାର ପ୍ରକିୟା ଶେଷ ନହେବା ପର୍ଯ୍ୟନ୍ତ ସ୍ଥିତାବସ୍ଥା ଜାରି କରିଥିବା ବେଳେ ରବିନ୍ଦ୍ର କୁମାର ଜେନା କୋର୍ଟଙ୍କ ରାୟକୁ ଅମାନ୍ୟ କରି ବିବାଦୀୟ ଜମିକୁ ଦଖଲ୍ କୁ ନେବା ସହିତ ପାଚେରୀ ନିର୍ମାଣ କରୁଛନ୍ତି । ଏପରି ବେଆଇନ୍ କାମର ସେକ୍ ସଫିତୁଲ୍ଲା ପରିବାର ବିରୋଧ କରିବା ସହିତ ଥାନା, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଏବଂ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଥିଲେ ମଧ୍ୟ ନ୍ୟାୟ ମିଳିବା ପରିବର୍ତ୍ତେ ଗାଳି ଶୁଣିବାକୁ ପଡିଥିବା କଥା ସାମ୍ବାଦିକ ସମ୍ମିଳନୀରେ କୋହ ଭରା କଣ୍ଠରେ କହିଛନ୍ତି । ଏଠାରେ ପ୍ରଶ୍ନ ଉଠେ ଆଇନ୍ କେବଳ ପ୍ରଭାବଶାଳୀ ବ୍ୟକ୍ତି ଓ ଧନିକ ଗୋଷ୍ଠୀର ? ଗରୀବ ସପକ୍ଷରେ କ’ଣ ଆଇନ୍ ନାହିଁ ? ଜଣେ ପୂର୍ବତନ ସାଂସଦ ଯିଏକି ସେବା ନାମରେ ଲୋକଙ୍କୁ ପ୍ରତିଶ୍ରୁତି ଦେଇ ଭୋଟ୍ ମାଗନ୍ତି, ପ୍ରକୃତରେ ତାହା ପ୍ରହସନ ବୋଲି ଶ୍ରୀ ଜେନା ପ୍ରମାଣିତ କରି ଦେଇଛନ୍ତି । ଜଣେ ପ୍ରତିଷ୍ଠିତ ନେତା ଆଇନକୁ ସମ୍ମାନ ଜଣାଇ ଅଦାଲତର ରାୟକୁ ଅପେକ୍ଷା କରିପାରିଥାନ୍ତେ । କିନ୍ତୁ ତାହା ନକରି ଜଣେ ସଂଖ୍ୟାଲଘୁ ସମ୍ପ୍ରଦାୟର ଗରିବ ପରିବାରର ସଂପତ୍ତିକୁ ଅଦାଲତର ରହିତାଦେଶ ସତ୍ବେ ବେଆଇନ୍ ଭାବରେ ତରବରିଆ ଭାବରେ ବଳ ପୂର୍ବକ ନିଜ ଦଖଲକୁ ନେବା କେତେ ଯୁକ୍ତି ସଂଗତ ସାଧାରଣରେ ଆଲୋଚନା ଆରମ୍ଭ ହୋଇଛି ।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ରାଇରଙ୍ଗପୁରରେ ଉତ୍ତର ଭାରତୀୟ ସଂପ୍ରଦାୟ ପକ୍ଷରୁ ଛଠ୍ ପର୍ବ ମହାସମାରୋହରେ ପାଳିତ

Sunil Chandra Nayak

ଭାରତୀୟ ଷ୍ଟେଟ ବ୍ୟାଙ୍କ ତରଫରୁ ମୋ ଗ୍ରାମ ମୋ ବ୍ୟାଙ୍କ କାର୍ଯ୍ୟକ୍ରମ

Sunil Chandra Nayak

ଉତ୍କଳ ସାଂସ୍କୃତିକ ପରିଷଦର କାର୍ଯ୍ୟାଳୟ ଉଦଘାଟନ

Sunil Chandra Nayak

Leave a Comment

error: Content is protected !!