ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନୀଳଗିରି ବିଜେଡି ପକ୍ଷରୁ ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ 

ବାଲେଶ୍ଵର, ୩୦/୧୦/୨୨- ବାଲେଶ୍ଵର ଜିଲ୍ଲା ନୀଳଗିରି ନିର୍ବାଚନ ମଣ୍ଡଳୀର ବାହାନଗା ବ୍ଲକ ଓ ଖନ୍ତାପଡ଼ା ଠାରେ ଜନ ସମ୍ପର୍କ ପଦ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଖନ୍ତାପଡ଼ା ଡାକ ବଙ୍ଗଳାରୁ ବିରାଟ ଜନ ସମାଗମ ଆରମ୍ଭ ହୋଇ ଖନ୍ତାପଡ଼ା ପଞ୍ଚାୟତଠାରେ ଜନ ସମ୍ପର୍କ ପଦ ଯାତ୍ରା ଶେଷ ହୋଇଥିଲା । ଏଥିରେ ମୁଖ୍ୟ ରାଜ୍ୟ ମହିଳା ବିଜୁ ଜନତା ଦଳର କାର୍ଯ୍ୟକାରୀ ସଭାପତି ସୁଭାଷିନୀ ଜେନା ଓ ନୀଳଗିରି ବିଜେଡିର ମୁଖ୍ୟ ନେତା ସନ୍ତୋଷ ଖଟୁଆ ଯୋଗ ଦେଇଥିଲେ । ଏହି ଜନ ସମ୍ପର୍କ ପଦ ଯାତ୍ରା ଦ୍ୱାରା ଲୋକମାନଙ୍କ ପାଖରେ ରାଜ୍ୟ ସରକାରଙ୍କର ଜନ କଲ୍ୟାଣ ଯୋଜନାର ବାର୍ତ୍ତା ସିଧା ସଳଖ ପହଁଞ୍ଚିବ, ସେମାନଙ୍କର ହକକୁ କିଛି ହୀନ ରାଜନୀତି କରୁଥିବା ଲୋକ ଶୋଷଣ କରୁଛନ୍ତି, ଯାହା ଦ୍ୱାରା ସେମାନେ ବିଭିନ୍ନ କ୍ଷେତ୍ରରେ, ସରକାରୀ ଯୋଜନାରୁ ବଞ୍ଚିତ ରହି ଆସୁଛନ୍ତି, ତେଣୁ ଜନ ସେବା ପାଇଁ ଏହା ଏକ ସ୍ୱାଗତ ଯୋଗ୍ୟ ପଦେକ୍ଷପ ବୋଲି, ଉକ୍ତ ସାଧାରଣ ସଭାରେ ଶ୍ରୀ ଖଟୁଆ ଅଭିଭାଷଣ ମାଧ୍ୟମରେ ଉପସ୍ଥିତ ରହିଥିବା ସମସ୍ତ ବିଜୁ ପରିବାରକୁ ଜଣାଇଥିଲେ । ଉକ୍ତ ସଭାରେ ମୋନରଞ୍ଜନ ବାରିକ ସଭାପତିତ୍ୱ କରିଥିଲେ । ଜନ ସମ୍ପର୍କ ପଦ ଯାତ୍ରାରେ ବରିଷ୍ଠ ବିଜେଡି ନେତୃମଣ୍ଡଳୀ ମଧ୍ୟରୁ ବାହାନଗା ବ୍ଲକ ଅଧ୍ୟକ୍ଷ ବିଶ୍ଵନାଥ ମିଶ୍ର, ଖନ୍ତାପଡ଼ା ପଂଚାୟତ ସରପଞ୍ଚ ଯଶୋମତି ମହାଳିକ, ପଂଚାୟତ ସଭାପତି ଉପେନ୍ଦ୍ର ନାୟକ, ରବୀନ୍ଦ୍ର ବିଶ୍ୱାଳ, ରାଜେନ୍ଦ୍ର ସ, ସୁରୁମା ମାହାଳିକ, ମନୋଜ ମହାନ୍ତି, ମଧୁସୂଦନ ବାରିକ ପ୍ରମୁଖ ଉପସ୍ଥିତ ରହି ରାଜ୍ୟ ସରକାରଙ୍କର ଜନ ହିତକର କାର୍ଯ୍ୟ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଅନ୍ୟ କର୍ମୀଙ୍କ ମଧ୍ୟରେ ଜୟନ୍ତ କୁମାର ପାତ୍ର, ଜ୍ୟୋତି ସଂଗ୍ରାମ ପଣ୍ଡା, ପ୍ରଦୀପ ମହାପାତ୍ର, ଶ୍ରୀଧର ମାହାଳିକ, ଟିକିନା ପୁଟି, ରବୀନ୍ଦ୍ର ଦାସ, ଜୟନ୍ତ କୁମାର ଦାସ ସହଯୋଗ କରିଥିଲେ । ଏଥିରେ ୫୦୦ରୁ ଉର୍ଦ୍ଧ ବିଜୁ କର୍ମୀ ସାମିଲୀ ହୋଇ ଜନ ସମ୍ପର୍କ ପଦ ଯାତ୍ରାକୁ ସାଫଲ୍ୟ ମଣ୍ଡିତ କରିଥିଲେ ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

କୁସୁମି ବ୍ଳକର ଦୁଇ ଓସିଏସ ସଫଳ ପରୀକ୍ଷାର୍ଥୀ ବିଜେଡି ଦ୍ଵାରା ସମ୍ବର୍ଦ୍ଧିତ 

Sunil Chandra Nayak

ଚିଲକପୁରରେ କଳସ ଶୋଭାଯାତ୍ରା

Sunil Chandra Nayak

ରଞ୍ଜନ କୁମାର ପଣ୍ଡା ଙ୍କ କବିତା – ଧନ୍ୟ ହେ ଠାକୁରେ ଧନ୍ୟ ତୁମ ଲୀଳା

Sunil Chandra Nayak

Leave a Comment

error: Content is protected !!