ନର୍ଲା – ଅଗ୍ରଣୀ ସ୍ବେଛାସେବୀ ସଂଘଠନ ସହାଭାଗୀ ବିକାଶ ଅଭିଯାନ, ବାଲିପଡ଼ା ତରପରୁ ଓଡିଶା ମିଲେଟ ମିଶନ କାର୍ଯ୍ୟକ୍ରମ ମାଧ୍ୟମରେ ଆତ୍ମା ପ୍ରକଳ୍ପ ନିର୍ଦେଶକ ତଥା ସି ଏ ଡି ଓ ସହଯୋଗରେ ସ୍ଥାନୀୟ ନର୍ଲା ସାପ୍ତାହିକ ବଜାର ପରିସରରେ ଦୁଇ ଦିନିଆ ପ୍ରଚାର ଶିବିର ଓ ଖାଦ୍ୟ ମେଳା ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଜନ ସାଧାରଣ ଙ୍କୁ ମାଣ୍ଡିଆ ରେ ତିଆରି ବରା, ପାକୁଡି ଓ ଗୁରଚି ରେ ତିଆରି କ୍ଷୀରି ଆଦି ସ୍ୱାଦିଷ୍ଟ ଖାଦ୍ୟ ପରିବେଷଣ କରି ଖାଇବାକୁ ଦେଇଥିଲେ l ସହାଭାଗୀ ବିକାଶ ଅଭିଯାନ ବାଲିପଡ଼ା ଶାଖା ଅଧିକାରୀ ସନ୍ତୋଷ କୁମାର ପଧାନ ଙ୍କ ପ୍ରତକ୍ଷ୍ୟ ତତ୍ୱାବଧାନ ରେ ଅନୁଷ୍ଠିତ
ଏହି କାର୍ଯ୍ୟକ୍ରମ ରେ ବ୍ଲକ ସଂଯୋଜକ ସୁକାନ୍ତ ଚାନ୍ଦ, ସହସଂଯୋଜକ ଥବିର ସାହୁ ଉପସ୍ଥିତ ରହି ଲୋକଙ୍କୁ ମାଣ୍ଡିଆ ଖାଦ୍ୟ ର ଉପକାରିତା ବିଷୟରେ ଅବଗତ କରିଥିଲେ l ଏହି କାର୍ଯ୍ୟକ୍ରମ କୁ ସି ଆର ପି ଥୟରମ ଭୋଇ, ମଧୁସୂଦନ ମାଝୀ, ହରିହର ଭୋଇ ଙ୍କ ସମେତ ଅନୁଷ୍ଠାନ ର କର୍ମୀ ଅଳକା କୁମାରୀ ଭୋଇ,ଲଳିତା ଦିଦି ସହଯୋଗ କରିଥିଲେ। ନିରଞ୍ଜନ ଗୋଉଡ ।
previous post
next post