ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସସ୍ମିତେଶ ସାହୁ ଙ୍କ କବିତା ପ୍ରାତଃ ପ୍ରାର୍ଥନା

   ପ୍ରାତଃ ପ୍ରାର୍ଥନା

  ହେ କାଳିଆ,
ତୋ ଖୋଲା ଚକା ଚକା ଆଖିରେ
ମୋତେ ସଦା ସର୍ବଦା ଦେଖୁ ଥାଆ
ମୁଁ ମୋ ଛୋଟ ଛୋଟ ଆଖି ଦୁଇରେ
ତୋ ପତିତପାବନକୁ ଦେଖୁଛି।
ତୁ ତୋ ରତ୍ନ ସିଂହାସନରେ ବସି
ମୋ ଉପରେ ତୋ କୃପା ଢାଳୁଥାଆ
ମୁଁ ମୋର ଭଙ୍ଗା କୁଡ଼ିଆରେ ବସି 
ତୋ ଅଙ୍ଗେ ଫୁଲ ଚନ୍ଦନ ଅର୍ପୁଛି ।।
ତୁ ତୋର ବଡ଼ ଦେଉଳରେ ବସି
ଷାଠିଏ ପାଉଟି ଭୋଗ ଖାଉଥା
ମୁଁ ମୋ ଘରେ ପେଜ ପଖାଳ ଖାଇ
ତୋ ନାମ ଦିନ ରାତି ଭଜୁ ଥାଏ ।।
ତୁ ସଭିଙ୍କ ଦୁଃଖର ବନ୍ଧୁ ହୋଇ 
ସଂସାର ଦୁଃଖ ସବୁ ବୁଝୁ ଥାଆ
ମୁଁ ମୋ ନିଜ ସବୁ ଦୁଃଖକୁ ନେଇ
ତୋ ଦୁଆରେ ସେମିତି ବସିଥାଏ ।।

      ଜୟ ଜଗନ୍ନାଥ

     ସସ୍ମିତେଶ ସାହୁ

       ଶଙ୍ଖଚିଲା,ଯାଜପୁର

Related posts

ବାଲ୍ଯବିବାହ ଏକ ସାମାଜିକ କଳଙ୍କ, ଏହାକୁ ନେଇ ଏକ ସଚେତନ କର୍ମଶାଳା ଅନୁଷ୍ଠିତ

Sunil Chandra Nayak

ମହାଭାରତ କଥା…..୬

ବସ୍ତାରେ ଦୌପଦୀ ମୁର୍ମୁଙ୍କ ବିଜୟ ଉତ୍ସବ ପାଳିତ 

Sunil Chandra Nayak

Leave a Comment

error: Content is protected !!