ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପ୍ରେମଶିଳା ବେହେରା ଙ୍କ କବିତା ହେ ଭଗବାନ

   ହେ ଭଗବାନ

ହେ ଭଗବାନ କାହିଁକି ହେଲୁ ତୁ ନିଷ୍ଠୁର
କେଉଁ ଯୁଗେ କରିଥିଲି କେଉଁ ପାପ ମୁହିଁ
          ଭୋଗୁଅଛି ଦଣ୍ଡ ହେ ଅପାର ।
ଶୁଣୁ ନାହଁ କିମ୍ପାଇଁ ମୋର ଡାକ
         ଡାକି ଡାକି ଥକିଗଲି ମୁହିଁ
          ଶୁଣ ଥରେ ଆହେ ପଦ୍ମମୁଖ ।
କାନ୍ଦି କାନ୍ଦି ସରିଗଲା ଲୁହ
    ଆଉ କନ୍ଦାଅନି ପ୍ରଭୁ
ମନେ ମୋର ଜାଗୁଅଛି ଅସରନ୍ତି କୋହ।
ଦୋଷ ଯଦି କରିଅଛି କିଛି
   ‌ଜଣାଇ ଦିଅହେ ପ୍ରଭୁ
    ଅଣ ଦେଖା କରନାହିଁ ଆହେ ନନ୍ଦବତ୍ସୀ ।
ସହିବାକୁ ଶକ୍ତି ନାହିଁ ମୋର
 ଚାହ ଯଦି ପରୀକ୍ଷା ମୋହର
  ଶକ୍ତି ଦିଅ ଆହେ ପ୍ରଭୁ ଶ୍ରୀକଳା ଠାକୁର ।
ତୁମର ସେ ଚରଣ ଯୁଗଳ
       ଧୋଇ ଦିଏ ଆଖି ଲୁହେ
   ‌ମନ ମୋର କରି ଦିଅ ସଦା ହେ ନିର୍ମଳ ।

ପ୍ରେମଶିଳା ବେହେରା

 ଭବାନୀପାଟଣା କଳାହାଣ୍ଡି

Related posts

ବିଜେଡି ପକ୍ଷରୁ ବହଳଦା ବିଡିଓ’ଙ୍କୁ ସ୍ବାଗତ ସମ୍ବର୍ଦ୍ଧନା

Sunil Chandra Nayak

ଗୋଲାମୁଣ୍ଡା 4ୱେ ଠାରେ ସାଇକେଲ କୁ ଧକ୍କା ଦେଲା ବାଇକ ,ବାଇକ ଚାଳକ ଗୁରୁତର

ବ୍ଲକ୍ ଅଧ୍ୟକ୍ଷା ସସ୍ମିତା ରାଣୀଙ୍କ ଆଶ୍ରମ ବିଦ୍ୟାଳୟ ପରିଦର୍ଶନ

Sunil Chandra Nayak

Leave a Comment

error: Content is protected !!