ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

ଜଣାଣ

ମାନଗୋବିନ୍ଦ ସ୍ବାଇଁ

ପାହାଡ଼ ସେପାଖେ ରବି ଯାଏ ଲୁଚି
   ଅନ୍ଧକାର ଆସେ ମାଡ଼ି
ବାହୁଡ଼ା ପ୍ରାଣୀଙ୍କ ନୀଡ଼କୁ ଫେରିବା
   ପ୍ରଭୁଙ୍କୁ ସେ ହାତ ଯୋଡ଼ି।
ଗଗନେ ଦିଶଇ ଆଲୋକର ଧାରା
      ସୁନ୍ଦର ମୋ ବସୁନ୍ଧରା 
ଗ୍ରାମ୍ୟ ଗ୍ରାମ୍ୟ ବତୀ ଭାଗବତ ପାଠ
     ଘରକୁ ମଙ୍ଗଳ ପୁରା।
ଶଂଖ ଧ୍ବନି ମନ୍ତ୍ର ଉଚ୍ଚାରଣ କରି
    ଅନ୍ତର ବେଦନା ବାଣୀ
ସବୁ ବାଢ଼ି ଦେଲି ପ୍ରଭୁଙ୍କ ର ପାଶେ
   ଶାନ୍ତି ଦିଅ ମୋ ମାଗୁଣି।
ଆଲୋକ ଯେତିକି ଅନ୍ଧାର ସେତିକି
         ସବୁତ ହୁଏ ସମାନ
ଭାବିବା ଯେତିକି ଚିନ୍ତିବା ସେତିକି
       ଭେଟ ହବ ଭଗବାନ।
ଭଜିଲେ ପାଇବୁ ଖୋଜିଲେ ମିଳିବ
     ଭକ୍ତିର ତତ୍ବ ବିଜ୍ଞାନ
ହରିରାମ ଶବ୍ଦ ଯେତେ ଦୂର ଯିବ
   ସେତେ ଦୂର ପ୍ରଭୁ ଜ୍ଞାନ।

ଗୋଜାବନ୍ଧ ମହାକାଳପଡ଼ା

କେନ୍ଦ୍ରାପଡ଼ା

Related posts

ଧରାପଡିଲେ ଚୋରଦଳ ମଟର ସାଇକେଲ ଉଦ୍ଧାର ପାଞ୍ଚ ଅଭିଯୁକ୍ତ କୋର୍ଟ ଚାଲାଣ

Sunil Chandra Nayak

ଗୋଲାମୁଣ୍ଡା ମଣ୍ଡଳ ବିଜେପି ପକ୍ଷରୁ ୧୫ ତମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଙ୍କ ବିଜୟ ଉତ୍ସବ ପାଳନ

Sunil Chandra Nayak

ଭାଜପା ଜିଲ୍ଲା ଶିକ୍ଷା ପ୍ରକୋଷ୍ଠ ର ପ୍ରଥମ କାର୍ଯ୍ୟକାରିଣୀ ବୈଠକ

Sunil Chandra Nayak

Leave a Comment

error: Content is protected !!